କନିଷ୍କ ସ୍ବର୍ଣ୍ଣ ପେଟିକା
ପେଶାୱାର
ପାକିସ୍ତାନ
ଏହି ସ୍ବର୍ଣ୍ଣ ପେଟିକାଟି କୁଶାଣ ସମ୍ରାଟ କନିଷ୍କଙ୍କ ରାଜତ୍ୱରେ ଖ୍ରୀ 127 ରେ ନିର୍ମିତ l
ପାକିସ୍ତାନର ପେଶାୱାର ଠାରେ ଭୂଖନନ କରାଯାଇ ଏହା ମିଳିଥିଲା l ଆଧୁନିକ ପେଶାୱାର ଅତୀତରେ କନିଷ୍କଙ୍କର ରାଜଧାନୀ ପୁରୁଷପୁର ଥିଲା l
ଏହି ପେଟିକା ଭିତରୁ ମିଳିଥିବା ବୁଦ୍ଧଙ୍କର ତିନିଟି ଅସ୍ଥି ବର୍ତ୍ତମାନ ମ୍ୟାନମାରର ମଣ୍ଡାଳୟ ବୁଦ୍ଧ ମନ୍ଦିରରେ ପୂଜିତ ଏବଂ ପେଟିକାଟି ବ୍ରିଟିଶ ମ୍ୟୁଜିଅମରେ ସ୍ଥାନିତ l
ପେଟିକାର ମଝିରେ ପଦ୍ମ ଫୁଲ ମଝିରେ ବୁଦ୍ଧ ବସିଛନ୍ତି l
ଉଭୟ ପାର୍ଶ୍ୱରେ ବ୍ରହ୍ମା ଓ ଇନ୍ଦ୍ର ତାଙ୍କୁ ପୂଜା କରୁଛନ୍ତି l
ତଳେ ସମ୍ରାଟ କନିଷ୍କ ଉଭୟ ପାର୍ଶ୍ୱରେ ଚନ୍ଦ୍ର ଓ ସୂର୍ଯ୍ୟ ପରିବେଷ୍ଟିତ ହୋଇ ତଥାଗତ ବୁଦ୍ଧଙ୍କୁ ପୂଜା କରୁଛନ୍ତି l ଏଭଳି ଏକ ସ୍ବର୍ଣ୍ଣ ପେଟିକା ଯଥାର୍ଥରେ ଅତ୍ୟନ୍ତ ବିରଳ l
ଜୟ ଭଗବାନ ଶ୍ରୀ ବୁଦ୍ଧଦେବ l
ଜୟ ଶ୍ରୀ ଜଗନ୍ନାଥ ମହାପ୍ରଭୁ l
ଓଁ ନମୋ ଭଗବତେ ବାସୁଦେବାୟ l
🙏🔱🕉️🔱🙏
More Stories
ବିରେନ ମିତ୍ରଙ୍କ ରାଜ୍ୟ ସ୍ତରୀୟ ଜୟନ୍ତୀରେ ମୁଖ୍ୟ ଅତିଥି ଭାବେ ବାଚସ୍ପତି ସୁରମା ପାଢ଼ୀ
ଜିପିଏଚ ଉପଖଣ୍ଡ ୧ଓ୨ ରୁ ଆରଟିଆଇରେ ମିଳୁନାହିଁ ତଥ୍ୟ ।ରାଜ୍ୟ ସୂଚନା କମିଶନଙ୍କୁ ଅଭିଯୋଗ ।
IAS ସୁଜାତା କାର୍ତ୍ତିକେୟନଙ୍କ ପୁନଃ ଛୁଟି ଆବେଦନ ଅଗ୍ରାହ୍ୟ