ବିରେନ ମିତ୍ର ନେତୃତ୍ୱର ପରିଭାଷା ଥିଲେ। Head Line
ବିରେନ ମିତ୍ରଙ୍କ ରାଜ୍ୟ ସ୍ତରୀୟ ଜୟନ୍ତୀରେ ମୁଖ୍ୟ ଅତିଥି ଭାବେ ବାଚସ୍ପତି ସୁରମା ପାଢ଼ୀ ଯୋଗ ଦେଇଥିବା ବେଳେ ସମ୍ନାନିତ ଅତିଥି ଭାବେ ସୋମ୍ୟ ରଞ୍ଜନ ପଟ୍ଟନାୟକ,ପୂର୍ବତନ DG ପ୍ରକାଶ ମିଶ୍ର ଓ ସୂଚନା ଲୋକ ସମ୍ପର୍କ ବିଭାଗର ନିର୍ଦେଶକ ଯୋଗ ଦେଇଥିବା ବେଳେ ମୁଖ୍ୟ ବକ୍ତା ଭାବେ ଦାସ ବେହେନୁର ଓ ବିରେନ ମିତ୍ର ସଙ୍ଗଠନ ର ସଭାପତି ପ୍ରିୟଦର୍ଶୀ ମିଶ୍ର ଏବଂ ବିରେନ ମିତ୍ର ନାତି ମାନେ ଯୋଗ ଦେଇ ସମସ୍ତ (ବକୃତା ଓ କୁଇଜ ପ୍ରତିଯୋଗିତାର )କୃତି ପ୍ରତିଯୋଗୀ ମାନଙ୍କୁ ପୁରସ୍କାର ପ୍ରଦାନ କରିଥିବା ବେଳେ ସମାଜସେବୀ କୃଷ୍ଣ ମୋହନ ଜେନା, ମଧୁମେହ ରୋଗ ବିଶେଷଜ୍ଞ ଡ଼ା ବିଶ୍ୱଜିତ ପ୍ରଧାନ, କର୍ଣ୍ଣେଲ ସତ୍ୟବ୍ରତ ସ୍ବାଇଁ ଓ କ୍ରିକେଟିୟର ବିପ୍ଳବ ସାମନ୍ତରାୟଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା।ସୁରମା ପାଢ଼ୀ କହିଥିଲେ ଛାତ୍ର ଜୀବନରୁ ସଂଗ୍ରାମୀ ନେତା ଭାବରେ ଜଣାଶୁଣା ବିରେନ ମିତ୍ର ସ୍ୱାଧୀନତା ଆନ୍ଦୋଳନରେ ଯୋଗଦେଇ କାରବରଣ କରିଥିଲେ, ପ୍ରବାଦପୁରୁଷ ବିଜୁପଟ୍ଟନାୟକଙ୍କର ଜଣେ ଘନିଷ୍ଠ ସହଯୋଗୀ ଭାବେ ସେ ନବ ଓଡିଶାର ସ୍ବପ୍ନ ଚରିତାର୍ଥ କରିବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ। ସୋମ୍ୟରଞ୍ଜନ ପଟ୍ଟନାୟକ କହିଥିଲେ ବିରେନ ମିତ୍ର ନେତୃତ୍ୱର ପରିଭାଷା ଥିଲେ। ନେତା କିଭଳି ହେବା ଦରକାର, ତାହାର ସମସ୍ତ ଆଦର୍ଶ, ସାହସ ଓ ଆଚରଣ ତାଙ୍କ ପାଖରେ ମହଜୁଦ ରହିଥିଲା। ସେ ଏକାଧାରରେ ସ୍ୱାଧୀନତା ସଂଗ୍ରାମୀ, ସଂଗଠକ, ରାଜନେତା, ସାମ୍ବାଦିକ,ସଂକୃତିପ୍ରେମୀ, ସମାଜ ସଂସ୍କାରକ ଦରଦୀ ନେତା ଭାବରେ ଚିରସ୍ମରଣୀୟ ହଇ ରହିବେ। ତାଙ୍କ ଆଦର୍ଶରେ ଅନୁପ୍ରାଣିତ ହେବା ହିଁ ତାଙ୍କପ୍ରତି ପ୍ରକୁତ ଶ୍ରଦ୍ଧାଞ୍ଜଳି ହେବ ବୋଲି ସେ ମତ ପ୍ରକାଶ କରିଥିଲେ।ଅନୁଷ୍ଠାନର ସଭାପତି ପ୍ରିୟଦର୍ଶୀ ମିଶ୍ର କହିଥିଲେ ବିରେନ ମିତ୍ର ଜଣେ ଦକ୍ଷ ମୁଖ୍ୟମନ୍ତ୍ରୀ ଭାବେ ରାଜ୍ୟର ପ୍ରଗତିକୁ ଏକ ନୂତନ ଦିଶା ପ୍ରଦାନ କରିଥିଲେ। ଅନ୍ୟତମ ଅତିଥି ପ୍ରକାଶ ମିଶ୍ର ସ୍ବର୍ଗତ ମିତ୍ରଙ୍କୁ ଶ୍ରଦ୍ଧା ସୁମନ ଅର୍ପଣ କରିଥିଲେ।ବିରେନ ମିତ୍ର ଫାଉଣ୍ଡେସନର ସମ୍ପାଦକ ଅମିତ ମିତ୍ର ଧନ୍ୟବାଦ ଅର୍ପଣ କରିଥିଲେ। ଭୁବେନେଶ୍ୱରରୁ ରିପୋର୍ଟର ଚିତ୍ତରଞ୍ଜନ ବେହେରା Now ଓଡିଶା News
More Stories
ଜିପିଏଚ ଉପଖଣ୍ଡ ୧ଓ୨ ରୁ ଆରଟିଆଇରେ ମିଳୁନାହିଁ ତଥ୍ୟ ।ରାଜ୍ୟ ସୂଚନା କମିଶନଙ୍କୁ ଅଭିଯୋଗ ।
IAS ସୁଜାତା କାର୍ତ୍ତିକେୟନଙ୍କ ପୁନଃ ଛୁଟି ଆବେଦନ ଅଗ୍ରାହ୍ୟ
କନିଷ୍କ ସ୍ବର୍ଣ୍ଣ ପେଟିକା