ଚଳିତ ଆର୍ଥିକ ବର୍ଷରେ ରାଜ୍ୟରେ ଲାଗୁ ହେବ ଆୟୁଷ୍ମାନ ଭାରତ ଯୋଜନା । ଏନେଇ ସୂଚନା ଦେଇଛନ୍ତି ସ୍ୱାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ । ଗୋପବନ୍ଧୁ ଆରୋଗ୍ୟ ଯୋଜନା ସହ ଆୟୁଷ୍ମାନ ଭାରତ ଯୋଜନା ମିଳିତ ଭାବେ ଏମଓୟୁ ସ୍ୱାକ୍ଷର ହେବ । ଏହା ସହ ସାଢେ ୩ କୋଟି ଲୋକଙ୍କୁ ସ୍ଵତନ୍ତ୍ର କାର୍ଡ ଦିଆଯିବ ।
କାଶ୍ମୀରରୁ କନ୍ୟାକୁମାରୀ ପର୍ଯ୍ୟନ୍ତ ୨୭ ହଜାର ହସ୍ପିଟାଲରେ ଏହାର ସୁଯୋଗ ପାଇବେ ଲୋକେ । ସେହିପରି ସରକାରୀ ହସ୍ପିଟାଲରେ ରେଡାୟୋଗ୍ରାଫର୍ ରହିବେ ବୋଲି ମନ୍ତ୍ରୀ ସୂଚନା ଦେଇଛନ୍ତି । ୨୫୦ ଜଣ ରେଡିୟୋଗ୍ରଫରଙ୍କୁ ଦିଆଯିବ ନିଯୁକ୍ତି ପତ୍ର । ରେଡ଼ିଓଗ୍ରାଫି ଦ୍ଵାରା ସ୍ୱାସ୍ଥ୍ୟ କ୍ଷେତ୍ରରେ ଉନ୍ନତି ହେବ ।
ଆଗାମୀ ଦିନରେ ଅଧିକ ପୋଷ୍ଟ ବାହାର କରିବାକୁ ଲକ୍ଷ ରଖିଛି ବିଭାଗ । ସର୍ଭିକାଲ କ୍ୟାନସର ସଚେନତନତା ଆଗାମୀ ଦିନରେ ବଡ଼ କାର୍ଯ୍ୟକ୍ରମ କରିବ ସ୍ୱାସ୍ଥ୍ୟ ବିଭାଗ । ସ୍କୁଲ କଲେଜରେ କ୍ୟାମ୍ପ ସହ ଟୀକାକରଣ ବ୍ୟବସ୍ଥା ହେବ । ସର୍ଭିକଲ କ୍ୟାନ୍ସର କେମିତି କିଶୋରୀମାନଙ୍କ କ୍ଷେତ୍ରରେ ରୋକାଯାଇ ପାରିବ ତାକୁ ନେଇ ବ୍ୟାପକ ଟିକାକରଣ ହେବ । ଏହା ସହ ସମ୍ପୂର୍ଣ୍ଣ ଦେୟ ମୁକ୍ତ କ୍ୟାମ୍ପ ଓ ଟୀକାକରଣ କରାଯିବ । ସ୍କୁଲ ଓ କଲେଜ ଗୁଡିକରେ ଟୀକାକରଣ ଦେବାକୁ ବ୍ୟବସ୍ଥା କରାଯିବ ବୋଲି ମନ୍ତ୍ରୀ ସୂଚନା ଦେଇଛନ୍ତି ।
More Stories
ଡାକ୍ତର ନରେନ୍ଦ୍ର ଦଭୋଲେକର ସ୍ମାରକୀ ଜାତୀୟ ପୁରସ୍କାର 2024ବର୍ଷ ପାଇଁ ଓଡ଼ିଶାର ବିଶିଷ୍ଟ ସମାଜ ସଂସ୍କାରକ ଦେବେନ୍ଦ୍ର ସୁତାର ଙ୍କୁ ପ୍ରଦାନ
କେନ୍ଦ୍ର ଗୃହମନ୍ତ୍ରୀ ଅମିତ୍ ସାହା ରାଜ୍ୟ ସଭା ରେ ଦେଇଥିବା ଉଦବୋଧନ
ରାହୁଲ ଗାନ୍ଧୀ ଠେଲି ଦେଲେ: ପ୍ରତାପ