୧୦ ରେ ଭୁବନେଶ୍ୱର ଚାଲ ଅଭିଯାନ: ୫୦ ରୁ ଉର୍ଦ୍ଧ ଦାବୀ ନେଇ ଦକ୍ଷିଣ ଓଡିଶା ଉନ୍ନୟନ ମିଳିତ କ୍ରିୟାନୁଷ୍ଠାନ ପକ୍ଷରୁ ଆସନ୍ତା ୧୦ ଡିସେମ୍ବର ରେ ବିଧାନସଭା ସମ୍ମୁଖରେ ଗଣଧାରଣା।
୧୦.୧୨.୨୦୨୪: ବ୍ରହ୍ମପୁର/ଭୁବନେଶ୍ୱର/ଓଡ଼ିଶା (ମଙ୍ଗଳବାର ):
୬୦ ରୁ ଉର୍ଦ୍ଧ ଗଣ ସଙ୍ଗଠନ ମଙ୍ଗଳବାର ସକାଳୁ ବ୍ରହ୍ମପୁର ରୁ ଭୁବନେଶ୍ବର ଗସ୍ତ କରିବେ। ସକାଳ ୧୦ ଘଣ୍ଟା ଠାରୁ ସନ୍ଧ୍ୟା ୫ ଘଣ୍ଟା ପର୍ଯ୍ୟନ୍ତ ବିଧାନସଭା ସମ୍ମୁଖରେ (ଭୁବନେଶ୍ୱର ) ଦକ୍ଷିଣ ଓଡିଶା ରେଳପଥ ବିକାଶ, ଦକ୍ଷିଣ ଓଡ଼ିଶାର ପରିଷଦ, ଦକ୍ଷିଣ ଓଡ଼ିଶାର ସର୍ବାଗ୍ରେ ଉନ୍ନତି ସହ ୫୦ ରୁ ଉର୍ଦ୍ଧ ଦାବିକୁ ନେଇ ଦକ୍ଷିଣ ଓଡିଶା ର ସମସ୍ତ ଗଣ ସଙ୍ଗଠନ ମାନଙ୍କ ସହଯୋଗରେ ମିଳିତ ଗଣଧାରଣା ଦିଆଯିବ ବୋଲି ସ୍ଥିର କରାଯାଇଛି, ଗୁରୁବାର ସଂଧ୍ୟାରେ ସ୍ଥାନୀୟ କମାପଲ୍ଲୀ ସ୍ଥିତ ସଂକଳ୍ପ ସ୍କୁଲ ପରିସରରେ ଏକ ଜରୁରୀକାଳୀନ ପ୍ରସ୍ତୁତି ବୈଠକରେ I ଏହି ଗଣଧାରଣା ସ୍ଥଳକୁ ଦକ୍ଷିଣ ଓଡ଼ିଶାର ସମସ୍ତ ଜନ ପ୍ରତିନିଧି, ପୂର୍ବତନ ବିଧାୟକ, ସାଂସଦ ଏବଂ ମନ୍ତ୍ରୀ ମାନଙ୍କୁ ନିମନ୍ତ୍ରଣ କରାଯିବା ସହ ସେମାନଙ୍କ ସହଯୋଗ ଲାଗି ନିଷ୍ପତ୍ତି ହୋଇଥିଲା, କାରଣ ଦକ୍ଷିଣ ଓଡ଼ିଶାର ବିଧାୟକ, ସାଂସଦ ଏବଂ ମନ୍ତ୍ରୀଙ୍କ ବିନା ସହଯୋଗ ଏବଂ ଚେଷ୍ଟାରେ ଦକ୍ଷିଣ ଓଡ଼ିଶାର ଉନ୍ନତି ହେବା ଅସମ୍ଭବ ବୋଲି ଏକ ସ୍ୱରରେ ସମସ୍ତ ଗଣ ସଙ୍ଗଠନ କହିଛନ୍ତି।
୧୦ ଡିସେମ୍ବର ଆନ୍ତର୍ଜାତୀୟ ମାନବ ଅଧିକାର ଦିବସ ହୋଇଥିବାରୁ, ସ୍ଥାୟୀ ବିକାଶ ଲକ୍ଷ୍ୟ ର ସଭାପତି, ମାନବାଧିକାର କର୍ମୀ ଏବଂ ମିଳିତ କ୍ରିୟାନୁଷ୍ଠାନ କମିଟିର ସଂଯୋଜକ ରବୀନ୍ଦ୍ର କୁମାର ମିଶ୍ର କହିଛନ୍ତି ଯେ : ସମାନ ସମ୍ମାନକୁ ପ୍ରୋତ୍ସାହିତ କରିବା ଦକ୍ଷିଣ ଓଡିଶାର ବିକାଶ ପାଇଁ, ଏହି ମୌଳିକ ଧାରଣା ମାନବିକତାର ମୂଳ ମୂଲ୍ୟବୋଧ ସହିତ ସମାନ ଅଧିକାର, ସମାନତା, ଦୟା, ନ୍ୟାୟ ଏବଂ ପ୍ରତ୍ୟେକ ବ୍ୟକ୍ତିର ମୂଲ୍ୟର ସ୍ୱୀକୃତି ପ୍ରତିପାଦନ କରେ। ମଣିଷର ସବୁଠୁ ବଡ଼ ଚିନ୍ତାଧାରାକୁ ସମାଧାନ କରିବାରେ ପ୍ରତିଷେଧକ, ପ୍ରତିରକ୍ଷା ଏବଂ ପରିବର୍ତ୍ତନକାରୀ ଶକ୍ତି ଭାବରେ ମାନବିକ ଅଧିକାର ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ। ଦକ୍ଷିଣ ଓଡ଼ିଶାର ସମସ୍ତ ଗଣ ସଙ୍ଗଠନ ମିଳିମିଶି ଆମର ଅଧିକାର, ଆମର ଭବିଷ୍ୟତ, ବର୍ତ୍ତମାନ ଚିନ୍ତା କରିବା ସହ ସରକାରଙ୍କୁ ଆମର ଦାବି ଉପସ୍ଥାପନ କରିବା ଏବଂ ମାନବିକ ଅଧିକାର ଆସନ୍ତାକାଲି ଏକ ଭଲ ଗଠନ ପାଇଁ ବ୍ୟକ୍ତି ଏବଂ ସମ୍ପ୍ରଦାୟକୁ ସଶକ୍ତ କରିପାରିବା। ମାନବିକ ଅଧିକାରର ସମ୍ପୂର୍ଣ୍ଣ ଶକ୍ତିକୁ ଆମେ ଗ୍ରହଣ କରୁଥିବା ବିଶ୍ୱକୁ ପଥ ଭାବରେ ଗ୍ରହଣ କରି ବିଶ୍ୱାସ କରି ଆମେ ଅଧିକ ଶାନ୍ତିପୂର୍ଣ୍ଣ, ସମାନ ଏବଂ ସ୍ଥାୟୀ ହୋଇପାରିବା ଏବଂ ଦକ୍ଷିଣ ଓଡ଼ିଶା ସହ ସମଗ୍ର ଓଡ଼ିଶା ରାଜ୍ୟର ଅଗ୍ରଗତି, ଉନ୍ନତି ଏବଂ ସ୍ଥାୟୀ ବିକାଶର ଲକ୍ଷ୍ୟ କୁ ପୂରଣ କରିପାରିବା।
ଏହି ବୈଠକ ରେ ଯୋଗ ଦେଇଥିଲେ, ଦକ୍ଷିଣ ଓଡିଶା ଉନ୍ନୟନ ମିଳିତ କ୍ରିୟାନୁଷ୍ଠାନର ଆବାହକ ତଥା ବରିଷ୍ଠ ଆଇନଜୀବି ସରୋଜ ରଞ୍ଜନ ପଟ୍ଟନାୟକ, ପ୍ରଗତିଶୀଳ ଉତ୍କଳ ସମାଜର ସୂର୍ଯ୍ୟ ନାରାୟଣ ଦାସ, ପ୍ରବୀଣ ପଟ୍ଟନାୟକ, ଗଞ୍ଜାମ ଜିଲ୍ଲା ବିକାଶ ମଞ୍ଚର ସଭାପତି ରାଜେନ୍ଦ୍ର କୁମାର ପଣ୍ଡା, ଫୋରମ୍ ଫର୍ ଗଞ୍ଜାମର ଈ. ତେଜେଶ୍ୱର୍ ରାଓ, ବହୁମୁଖି ସମାଜ ମଙ୍ଗଳର ଆବାହକ ମାନସ ରଞ୍ଜନ ପାତ୍ର, ଓଡ଼ିଶା ଡେଭେଲପ୍ମେଣ୍ଟ ଫୋରମ୍ ର ପ୍ରୀତିଶ ପାଣିଗ୍ରାହୀ, ସ୍ଥାୟୀ ବିକାଶ ଲକ୍ଷ୍ୟର ସଭାପତି ରବୀନ୍ଦ୍ର କୁମାର ମିଶ୍ର, ଚାମ୍ବର ଅଫ୍ କମର୍ସ ର ସେକ୍ରେଟାରୀ, ଗୋପାଳପୁର ନାଗରିକ ମଞ୍ଚର ସଦସ୍ୟ, ଆମ ସଂସ୍କୃତି ଆମ ପରମ୍ପରାର ଆବାହକ, ପଦ୍ମପୁର ନାଗରିକ ସାମ୍ମୁଖ୍ୟ ର ହରିହର ନାୟକ, ଘୁମୁସର ବିକାଶ ସମିତିର ଆବାହକ, ମାନବ ଅଧିକାର ସୁରକ୍ଷା ମଞ୍ଚର ଆବାହକ, ପରିବେଶବିତ୍ ଲୋକନାଥ ପରିଡ଼ା, ଆଇନଜୀବି ଏବଂ ବୁଦ୍ଧିଜୀବି ମଧ୍ୟରୁ ଅନନ୍ତ ନାରାୟଣ ମହାନ୍ତି, ଆଦିତ୍ୟ ରଥ, ଡଃ. ଶିବ ପ୍ରସାଦ ମିଶ୍ର, ବିନୋଦ କୁମାର ଠାକୁର, ମହେଶ୍ୱର ବାଡତ୍ୟା, ଅଶୋକ କୁମାର ଦଳାଇ, ସୁରେନ୍ଦ୍ର ନାଥ ରାଉତ, ରମେଶ ଚନ୍ଦ୍ର ସାହୁ, ସୁବ୍ରତ କୁମାର ରଥ, କେ.ଏସ ପାତ୍ର, ଡିକେ ରାଓ, ନିରଞ୍ଜନ ଦାସ, ରବି ନାରାୟଣ ମହାରଣା, ପୂର୍ଣ୍ଣ ଚନ୍ଦ୍ର ଆଚାର୍ଯ୍ୟ, ବି. ସ୍ଵରାଜ୍ୟ ଶୁଭେନ୍ଦୁ, ଏମ. ଜ ବେଗ ଏବଂ ଅନ୍ୟାନ୍ୟ ମାନ୍ୟଗଣ୍ୟ ବ୍ୟକ୍ତି ବିଶେଷ ଏବଂ ଗଣ ସଙ୍ଗଠନ।
ବହୁ ସଂଖ୍ୟାରେ ଜନସାଧାରଣ, ମହିଳା, ସାମ୍ବାଦିକ ବନ୍ଧୁ, ଜନ ପ୍ରତିନିଧି, ଆଇନଜୀବି, ବୁଦ୍ଧିଜୀବୀ, ପରିବେଶବିତ୍, ଶିକ୍ଷକ, ଛାତ୍ରଛାତ୍ରୀ, ଅବସରପ୍ରାପ୍ତ ଶିକ୍ଷାବିତ୍, ଏବଂ ଜନ ସେବା ଅଧିକାରୀ ଯୋଗ ଦେବାପାଇଁ ଆନୁରୋଧ କରିଛନ୍ତି ସମସ୍ତ ଗଣ ସଙ୍ଗଠନର ଆବାହକ ବୃନ୍ଦ।🙏
More Stories
ଡାକ୍ତର ନରେନ୍ଦ୍ର ଦଭୋଲେକର ସ୍ମାରକୀ ଜାତୀୟ ପୁରସ୍କାର 2024ବର୍ଷ ପାଇଁ ଓଡ଼ିଶାର ବିଶିଷ୍ଟ ସମାଜ ସଂସ୍କାରକ ଦେବେନ୍ଦ୍ର ସୁତାର ଙ୍କୁ ପ୍ରଦାନ
କେନ୍ଦ୍ର ଗୃହମନ୍ତ୍ରୀ ଅମିତ୍ ସାହା ରାଜ୍ୟ ସଭା ରେ ଦେଇଥିବା ଉଦବୋଧନ
ରାହୁଲ ଗାନ୍ଧୀ ଠେଲି ଦେଲେ: ପ୍ରତାପ