ଓଡ଼ିଶାରୁ କୌଣସି ଶିଳ୍ପ ଫେରୁନାହିଁ । ଶିଳ୍ପ କମ୍ପାନୀ ଗୁଡିକ ପକ୍ଷରୁ ମଧ୍ୟ ଏ ନେଇ ସ୍ପଷ୍ଟ କରାଯାଇଛି ବୋଲି ଶିଳ୍ପ ମନ୍ତ୍ରୀ ସମ୍ପଦ ଚନ୍ଦ୍ର ସ୍ବାଇଁ କହିଛନ୍ତି ।
ଏଏନଏମସର ସ୍ଥିତି ଯଦି ଦେଖିବା ତହସିଲଦାରଙ୍କ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି ଜମି କିଣା ବିକା ବନ୍ଦ ପାଇଁ ସେଠି ପ୍ରକଳ୍ପ ପାଇଁ ରାସ୍ତା ନିର୍ମାଣ ଚାଲିଛି । ରେଳ ପ୍ରକଳ୍ପ ପାଇଁ ଡିପିଆର ପ୍ରସ୍ତୁତି କରାଯାଉଛି । ୧୮ ମାସରେ ବିଦ୍ୟୁତ ଯୋଗାଯୋଗ କାମ ସରିବ । ସମସ୍ତ ପ୍ରକାର ଅନୁସଙ୍ଗୀକ କାମ ପାଇଁ ସରକାର ପ୍ରସ୍ତୁତି ଆରମ୍ଭ କରିଛନ୍ତି । ପୂର୍ବ ସରକାର ସମୟରେ ବି ଯେଉଁ ଶିଳ୍ପ ଫେରିଥିଲା ତାକୁ ବି ଆମେ ଓଡିଶା ଫେରାଇବାକୁ ଚେଷ୍ଟା କରୁଛୁ । କିଛି ଅନୁମତି ମିଳିବା ବାକି ଅଛି କମ୍ପାନୀ ପକ୍ଷରୁ ଆବଶ୍ୟକୀୟ କାଗଜ ମିଳିଲେ ହୋଇଯିବ ।
ସେ ଆହୁରି ମଧ୍ୟ କହିଛନ୍ତି, ନିଯୁକ୍ତି ଖାଲି ଘୋଷଣା ନାମାରେ ରଖିଲେ ହେବ ନାହିଁ । ନିଯୁକ୍ତି ସୃଷ୍ଟି କରିବାର ଆବଶ୍ୟକତା ଅଛି । ଆମ ସରକାର ସେ ନେଇ ପ୍ରସ୍ତୁତ ଅଛି । ଖାଲି ଥିବା ସରକାରୀ ପଦବୀ ପୂରଣ କରାଯାଉଛି । ମୁଖ୍ୟମନ୍ତ୍ରୀ ସବୁବେଳେ ଗୁରୁତ୍ୱ ଦେଉଛନ୍ତି । ଓଡିଶାକୁ ଏମିତି ଶିଳ୍ପ ଆସୁ ଯେମିତି ନିଯୁକ୍ତି ଅଧିକ ସୃଷ୍ଟି ହେବ । ବିବିଧ ଶିଳ୍ପ ମାଧ୍ୟମରେ ଭିନ୍ନ ଭିନ୍ନ ଶିଳ୍ପରେ ନିଯୁକ୍ତି ସୃଷ୍ଟି ପାଇଁ ଆମେ ଚେଷ୍ଟା କରୁଛୁ । ସରକାରଙ୍କ ପ୍ରାଥମିକତା ଅଛି । ସରକାର ସେ ଦିଗରେ କାମ କରୁଛନ୍ତି । ଯେତିକି ପ୍ରତିଶ୍ରୁତି ଦିଆଯାଇଛି ପୂରଣ କରାଯିବ ।
More Stories
ଡାକ୍ତର ନରେନ୍ଦ୍ର ଦଭୋଲେକର ସ୍ମାରକୀ ଜାତୀୟ ପୁରସ୍କାର 2024ବର୍ଷ ପାଇଁ ଓଡ଼ିଶାର ବିଶିଷ୍ଟ ସମାଜ ସଂସ୍କାରକ ଦେବେନ୍ଦ୍ର ସୁତାର ଙ୍କୁ ପ୍ରଦାନ
କେନ୍ଦ୍ର ଗୃହମନ୍ତ୍ରୀ ଅମିତ୍ ସାହା ରାଜ୍ୟ ସଭା ରେ ଦେଇଥିବା ଉଦବୋଧନ
ରାହୁଲ ଗାନ୍ଧୀ ଠେଲି ଦେଲେ: ପ୍ରତାପ