ଯୁକ୍ତ ଦୁଇ ପରୀକ୍ଷା ପ୍ରସ୍ତୁତି ଜାଣନ୍ତୁ କେବେ କରିବେ ଫର୍ମ ପୂରଣ


ଆସନ୍ତା ୧୫ ତାରିଖରୁ ୭ ଅକ୍ଟୋବର ପର୍ଯ୍ୟନ୍ତ ଯୁକ୍ତ ଦୁଇ ଦ୍ୱିତୀୟ ବର୍ଷର ଏକ୍ସ ରେଗୁଲାର ପିଲାଙ୍କର ଫର୍ମ ପୂରଣ କରାଯିବ । ଏନେଇ ବିନା ଫାଇନରେ ସେପ୍ଟେମ୍ୱର ୧୫ ତାରିଖରୁ ୨୫ ତାରିଖ ପର୍ଯ୍ୟନ୍ତ ଫର୍ମ ପୂରଣ କରିପାରିବେ । ୨୭ ସେପ୍ଟେମ୍ବରରୁ ୩ ଅକ୍ଟୋବର ମଧ୍ୟରେ ଫାଇନ ୧୦୦ ଟଙ୍କା ଏବଂ ୫ ଅକ୍ଟୋବର ରୁ ୭ ଅକ୍ଟୋବର ପର୍ଯ୍ୟନ୍ତ ଫାଇନ ୪୫୦ ଟଙ୍କା ଧାର୍ଯ୍ୟ କରାଯାଇଛି। ସେହିପରି ରେଗୁଲାର ପିଲାଙ୍କ ପାଇଁ ଫର୍ମପୂରଣ ୨୧ ନଭେମ୍ବର ରୁ ଆରମ୍ଭ ହୋଇ ଡିସେମ୍ବର ୭ ତାରିଖ ପର୍ଯ୍ୟନ୍ତ ଚାଲିବ । ବିନା ଫାଇନରେ ୨୧ ନଭେମ୍ବରରୁ ୨୯ ନଭେମ୍ବର ପର୍ଯ୍ୟନ୍ତ ଫର୍ମ ଫିଲଅପ୍ ଚାଲିବ । କିନ୍ତୁ ୧ ଡିସେମ୍ବରରୁ ୪ ଡିସେମ୍ୱର ପର୍ଯ୍ୟନ୍ତ ୧୦୦ ଟଙ୍କା ଫାଇନ ଧାର୍ଯ୍ୟ କରାଯାଇଥିବା ବେଳେ ୬ ଡିସେମ୍ବରରୁ ୭ ଡିସେମ୍ବର ପର୍ଯ୍ୟନ୍ତ ୪୫୦ ଟଙ୍କା ଫାଇନ ଧାର୍ଯ୍ୟ କରିଛି ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ।


error: Content is protected !!