ମୈଦଲପୁର ଅଞ୍ଚଳର ଜଙ୍ଗଲରୁ ଅଜଣା ଶବକୁ ଚି଼ହ୍ନଟ କଲା ମୈଦଲପୁର ପୋଲିସ ମୈଦଲପୁର ଅଞ୍ଚଳର ଏକ ଜଙ୍ଗଲରୁ ଅଜଣା ଶବ ଉଦ୍ଧାର ଘଟଣା ଶବ ଚିହ୍ନଟ ପରେ ପୁଣି ଶବକୁ ସେହିଁ ସ୍ଥାନରେ ଶବକୁ ପୋତିଲା ପୋଲିସ


ନବରଙ୍ଗପୁର : ମୈଦଲପୁର ଅଞ୍ଚଳର ଏକ ଜଙ୍ଗଲ ରୁ ଅଜଣା ଶବ ଉଦ୍ଧାର ଘଟଣା, ଶବ ଚିହ୍ନଟ ପରେ ପୁଣି ଶବକୁ ସେହିଁ ସ୍ଥାନରେ ଶବକୁ ପୋତିଲା ପୋଲିସ ! ନବରଙ୍ଗପୁର ଜିଲ୍ଲା ପାପଡାହାଣ୍ଡି ବ୍ଲକ ମଇଦଲପୁର ଥାନା ଅଞ୍ଚଳରେ ଥିବା ଜଙ୍ଗଲରେ ଏକ ଅଜଣା ଶବ ପୋତା ହୋଇଥିବା ଖବର ସ୍ଥାନୀୟ ଆମଡାପଦର ଗାଁର କିଛି ଲୋକ ଗାଈ ଚୋରାଇବା ସମୟରେ ଦେଖି ପୋଲିସ କୁ ଖବର ଦେଇଥିଲେ ଗତ କାଲି, ଖବର ପାଇ ମଇଦଲପୁର ପୋଲିସ ଘଟଣା ସ୍ଥଳରେ ପହଂଚି ଛାନଭିନ ଆରମ୍ଭ କରିଥିଲା ! ଶବ ପାଖରେ ପଡ଼ିଥିବା ଆଧାର କାର୍ଡ ଓ ଏକ ଖାତାରୁ ଫୋନ ନମ୍ବର ସଂଗ୍ରହ କରି ଯୋଗାଯୋଗ କରିଥିଲେ ଓ ଜାଣିପାରିଥିଲେ ଯେ ମୃତ୍ୟୁ ବ୍ୟକ୍ତି ହେଉଛନ୍ତି କଳାହାଣ୍ଡି ଜିଲ୍ଲା ର ଗତମୁଣ୍ଡା ଗ୍ରାମର ଜଗତରାମ ଧାରୁଆ ବୋଲି ଜାଣିଥିଲେ l ତୁରନ୍ତ ତାଙ୍କ ସ୍ତ୍ରୀ ବାଳମତି ଧାରୁଆ ଙ୍କୁ ଖବର ଦେଇଥିଲେ ମୈଦଲପୁର ପୋଲିସ ଆଜି ମଇଦଲପୁର ଥାନାରେ ତାଙ୍କ ସ୍ତ୍ରୀ ଆସି ଲିଖିତ ଭାବରେ ଦେଇଥିଲେ ଯେ ମୋର ସ୍ୱାମୀ ପାଞ୍ଚ ବର୍ଷ ହବ ଛତିଶଗଡ ରାଜ୍ୟ ରାୟପୁରରେ ରହି କାମ କରୁଥିଲେ ସେଠାରେ ତାଙ୍କର ସ୍ୱାସ୍ଥ୍ୟ ଅବସ୍ଥା ଖରାପ ହେବାରୁ ତାଙ୍କ ସହ କାମ କରୁଥିବା ଦୁଇଜଣ ଭରତ ଭୋଇ ଓ ଡେଭିଡ ନାମକ ବ୍ୟକ୍ତି ମତେ ଖବର ଦେଇଥିଲେ କିନ୍ତୁ ମୋର କେହି ନଥିବାରୁ ଓ ମୋ ପାଖରେ ଅର୍ଥ ଅଭାବ ରୁ ମୁଁ ଯାଇପାରିନଥିଲି, ସେଠାରେ ସେମାନେ ମେଡିକାଲ ରେ ଚିକିତ୍ସା କରାଉଥିଲେ, ଡାକ୍ତର ସେଠାରେ ଠିକ ହେବେ ନାଇଁ ବୋଲି କହିବାରୁ ଉକ୍ତ ଦୁଇ ଜଣ ମୋତେ ଫୋନ କରି ଆମ ଗାଁ କୁ ଆଣି ଦେଉଥିଲେ କିନ୍ତୁ ଅଧା ରାସ୍ତାରେ ତାଙ୍କର ମୃତ୍ୟୁ ହୋଇଥିଲା ,ସେମାନେ ମୋତେ କହିଥିଲେ କିନ୍ତୁ ମୁଁ ଶବ ସଂସ୍କାର କରିପାରିବି ନାଇଁ ବୋଲି ମୋନା କରିଥିଲି ଓ କେଉଁଠି ବି ପୋତି ଦିଅ ବୋଲି କହିଥିଲି ଏଣୁ ଉକ୍ତ ଦୁଇଜଣ ଜଙ୍ଗଲରେ ପୋତି ଦେଇ ଥିଲେ !ଅନ୍ୟପକ୍ଷରେ ଡାକ୍ତର ପ୍ରିୟରଞ୍ଜନ ବାହାଲି, ଡାକ୍ତର ମୋହନ ଦାସ ଗତମୁଣ୍ଡା ର ନାଏବ ସରପଞ୍ଚ ପାର୍ଥବ ମାଝୀ, ମୃତ୍ୟୁ ବ୍ୟକ୍ତି ଙ୍କ ସ୍ତ୍ରୀ ବାଲମତି ଧାରୁଆ ,A S P ବଟକୃଷ୍ଣ ମିଶ୍ର,S D P O ନିହାର ରଞ୍ଜନ ପ୍ରଧାନ,ନବରଙ୍ଗପୁର ଥାନା ଅଧିକାରୀ ସମ୍ବିତ ବେହେରା ଓ ମଇଦଲପୁର ପୋଲିସ ଙ୍କ ଉପସ୍ଥିତିରେ ଶବ କୁ ବାହାର କରି ବ୍ୟବଛେଦ କରାଯାଇଥିଲା ଏବଂ ତାଙ୍କ ସ୍ତ୍ରୀ ଙ୍କ ସହମତିକ୍ରମେ ପୁଣି ଉକ୍ତ ସ୍ଥାନରେ ହିଁ ପୋତା ଯାଇଥିଲା ମଇଦଲପୁର ଥାନା ଅଧିକାରୀ ନୋଟବର ନନ୍ଦ ! ଏହି ଘଟଣା ମୈଦଲପୁର ପୋଲିସ 10/23କେସନମ୍ବର ରେ ଏକ ମାମଲା ରୁଜୁକରି ତଦନ୍ତ ଆରମ୍ଭ କରିଥିବା ପୋଲିସ ସୂଚନା ଦେଇଛନ୍ତି lନବରଙ୍ଗପୁର ଜିଲ୍ଲାରୁ ନିର୍ମଳ ବିଷୋୟୀ ବିଷୋୟୀ


error: Content is protected !!