ମିଳିଲାନି ମହାପ୍ରୟାଣ ଗାଡି ବାଇକରେ ବୁହା ହେଲା ମୃତଦେହ ଡାକ୍ତର ଓ କର୍ମଚାରୀଙ୍କୁ ଅନୁରୋଧ କରି ନିରାଶ ହେଲେ ପରିବାର ସରକାରୀ ଯେଜନା ଫେଲ


ବାଇକରେ ବୁହାହେଲା ଶବ । ବଲାଙ୍ଗୀର ସଦର ମହକୁମା ଡାକ୍ତରଖାନାରେ ଏଭଳି ଅବ୍ୟବସ୍ଥା ଦେଖିବାକୁ ମିଳିଛି । ସରକାର ଯୋଜନା କରି ଏହା ତଦାରଖ କରୁନଥିବାରୁ ଏଭଳି ଚିତ୍ର ସାମ୍ନାକୁ ଆସୁଛି । ଲୋଇସିଂହା ବ୍ଳକ ଅନ୍ତର୍ଗତ କୁଟେନପାଲି ଗାଁର ଅଶୋକ ତାଣ୍ଡି ଜ୍ୱରରେ ପୀଡିତ ହୋଇ ଗତ ୧୯ ତାରିଖରେ ବଲାଙ୍ଗୀର ସଦର ମହକୁମା ଡାକ୍ତରଖାନାରେ ଭର୍ତ୍ତି ହୋଇଥିଲେ ।ଚିକିତ୍ସାଧୀନ ଅବସ୍ଥାରେ ଗତକାଲି ସଂନ୍ଧ୍ୟାରେ ତାଙ୍କର ମୃତ୍ୟୁ ହୋଇଥିଲା । ପରିବାର ଲୋକ ମୃତଦେହକୁ ଘରକୁ ନେବା ପାଇଁ ଶବବୁହା ଗାଡି ପାଇଁ ଡାକ୍ତର ଓ କର୍ମଚାରୀଙ୍କୂୁ ଅନୁରୋଧ କରିଥିଲେ । କିନ୍ତୁ ସେମାନେ ଟଙ୍କା ଦେଇନପାରିବାରୁ ସେମାନଙ୍କୁ ଗାଡି ମିଳିନଥିଲା ବୋଲି ତାଙ୍କ ପରିବାର ଲୋକେ ଅଭିଯୋଗ କରିଛନ୍ତି । ମୃତଦେହ ନେବାକୁ ସରକାରଙ୍କ ପକ୍ଷରୁ ମାଗଣାରେ ମହାପ୍ରୟାଣ ଗାଡିର ବ୍ୟବସ୍ଥା କରାଯାଇଛି । କିନ୍ତୁ ବାସ୍ତବରେ ଏହା ଗରିବ ଲୋକଙ୍କ କାର୍ଯ୍ୟରେ ଲାଗିପାରୁନାହିଁ ।


error: Content is protected !!