ନୀଳଗିରିକୁ ଜିଲ୍ଲା ମାନ୍ୟତା ଦାବିରେ ନୀଳଗିରି ବନ୍ଦ ଡାକରା


ନୀଳଗିରି:(ବିମଳ କୁମାର ଦଳେଇ):- ବାଲେଶ୍ୱର ଜିଲ୍ଲା ନୀଳଗିରିକୁ ଜିଲ୍ଲା ଘୋଷଣା ଦାବିରେ ଆସନ୍ତା ଅକ୍ଟୋବର ୩ ତାରିଖ ୧୨ଘଣ୍ଟିଆ ବନ୍ଦ ଡାକରା,ନୀଳଗିରି କ୍ରିୟାନୁଷ୍ଠାନ କମିଟି ତରଫରୁ ସୂଚନା ମିଳିଛି, ଆଜି ଦିବା 4ଘଟିକା ସମୟରେ ନୀଳଗିରି ଡାକବଙ୍ଗଳାରେ ଆୟୋଜିତ ସଭା ରେ ଅବସର ପ୍ରାପ୍ତ କର୍ମଚାରୀ ସଙ୍ଘ ର ସଭାପତି ଦୟାନିଧି ମିଶ୍ର ଙ୍କ ସଭାପତିତ୍ୱରେ ଏହି ବୈଠକ ଆୟୋଜିତ ହୋଇଥିବା ବେଳେ. ପୂର୍ବତନ ବିଧାୟକ ତଥା ବରିଷ୍ଠ ଆଇନଯିବି ଚିତ୍ତରଞ୍ଜନ ଷଡ଼ଙ୍ଗୀ, ନିରଞ୍ଜନ ବାରିକ, ପ୍ରଫୁଲ୍ଲ ବେହେରା,ବିଜୟ ସ, ପୀତବାସ ସିଂ, ଗିରିଧାରୀ ବେହେରା, ନିହାର ରଞ୍ଜନ ଜେନା, କିଶୋର ଚନ୍ଦ୍ର ଦାସ, ସୁରେଶ ଚନ୍ଦ୍ର ବେହେରା, ରାମ ଚନ୍ଦ୍ର ଦାସ, ପ୍ରକାଶ ଚନ୍ଦ୍ର ଚୌଧୁରୀ, ବାଞ୍ଛାନିଧି ପାତ୍ର ପ୍ରମୁଖ ଉପସ୍ଥିତ ରହି ଏହି ଆଲୋଚନା ରେ ଅଂଶ ଗ୍ରହଣ କରିଥିବା ବେଳେ ବନ୍ଦ ଡାକରା ପ୍ରସ୍ତୁତି ନେଇ ଦାୟିତ୍ୱ ବଣ୍ଟନ ମଧ୍ୟ ହୋଇଛି।ଦଳ ମତ ନିର୍ବିଶେଷରେ ନୀଳଗିରି ଗଡଜାତ ର ସମସ୍ତ ଜନତା ଙ୍କୁ ଏହି ବନ୍ଦ ଡାକରା ରେ ସାମିଲ ରହି ନୀଳଗିରି କୁ ଜିଲ୍ଲା ଘୋଷଣା ଦାବି ରେ ସହଯୋଗ କରିବା ପାଇଁ କ୍ରିୟାନୁଷ୍ଠାନ କମିଟି ତରଫରୁ ନିବେଦନ କାରାଯାଇଛି।


error: Content is protected !!