ଟ୍ୟୁସନ ସାରି ଫେରୁଥିବା ବେଳେ ଏକ ନାବାଳିକା ଝିଅ ନିଖୋଜ


ଭଦ୍ରକ – ଟ୍ୟୁସନ ସାରି ଫେରୁଥିବା ବେଳେ ଏକ ନାବାଳିକା ଝିଅ ନିଖୋଜ ହୋଇଯାଇଛି ବୋଲି ବାଂଶଡା ଥାନାରେ ଅଭିଯୋଗ ହୋଇଛି । ପ୍ରାପ୍ତ ଖବରରୁ ଜଣାଯାଇଛି ବାଂଶଡା ଥାନା ଅର୍ନ୍ତଗତ ନଛିବିନ୍ଧା ଗ୍ରାମର ଜୈନିକା ନାବାଳିକା ଗତକାଲି ଟ୍ୟୁସନକୁ ଯାଇଥିବା ବେଳେ ଆଉ ଘରକୁ ଫେରି ନଥିଲା । ସଂପୃକ୍ତ ଝିଅର ବାପା ନିଜର ବନ୍ଧୁବାନ୍ଧବ ଙ୍କ ଘରେ ବହୁ ଖୋଜା ଖୋଜି ପରେ ମଧ୍ୟ ନ ପାଇବାରୁ ବାଧ୍ୟ ହୋଇ ବାଂଶଡା ଥାନାରେ ଏକ ଲିଖିତ ଅଭିଯୋଗ କରିଛନ୍ତି । କୌଣସି ସୂତ୍ରରୁ ଖବର ପାଇ ଝିଅ ର ବାପା ଜାଣିବାକୁ ପାଇଛନ୍ତି ସେହି ଅଂଚଳର ଏକ ପୁଅ ତାଙ୍କର ନାବାଳିକା ଝିଅକୁ ଜୋର ଜବରଦସ୍ତ ନେଇ ଯାଇଛନ୍ତି । ତୁରନ୍ତ ତାଙ୍କର ନାବାଳିକା ଝିଅକୁ ଉଦ୍ଧ୍‌ାର କରିବାକୁ ସେ ପୁଲିସ ପ୍ରଶାସନ ପାଖରେ ଅଭିଯୋଗ କରିଛନ୍ତି । ଏ ନେଇ ବାଂଶଡା ଥାନାଧିକାରୀଙ୍କୁ ପଚାରିବାରୁ ସେ ଖୁବ ଶୀଘ୍ର ସଂପୃକ୍ତ ନାବାଳିକାକୁ ଉଧାର କରିବାକୁ ପ୍ରତିଶ୍ରୁତି ଦେଇଛନ୍ତି ।


error: Content is protected !!