ଜାତୀୟ ମୁକ ବଧିରଟି ୨୦ କ୍ରିକେଟ ଟୁର୍ନାମେଣ୍ଟର ୪ର୍ଥ ଦିନରେ ୩ଟି ଷ୍ଟାଡିୟମରେ ୭ଟି ମ୍ୟାଚ ଖେଳାଯାଇଛି


ଭୁବନେଶ୍ଵର:(୨୮/୦୯/୨୩):ଓଡିଶାରେ ୨୫ ତାରିଖ ଠାରୁ ଆରମ୍ଭ ହୋଇଛି ଜାତୀୟ ମୁକ ବଧିର ଟି ୨୦ କ୍ରିକେଟ ଟୁର୍ନାମେଣ୍ଟ।ଏଥିରେ ୨୦ ଟି ରାଜ୍ୟଦଳ ଭାଗ ନେଇଛନ୍ତି। ଏହି ଖେଳ ଟି ଭୁବନେଶ୍ବର ର ଇଷ୍ଟ କୋଷ୍ଟ ରେଲ ଷ୍ଟାଡିୟମ୍,ହାଇ ଟେକ୍ ମେଡିକାଲ କଲେଜ ଷ୍ଟାଡିୟମ, ଏବଂ ଇଡକୋ କ୍ରିକେଟ ଷ୍ଟାଡିୟମ ଭଳି ୩ ଟି ଷ୍ଟାଡିୟମ୍ ରେ ଅନୁଷ୍ଠିତ ହେଉଛି। ଆଜି ଇଷ୍ଟ କୋଷ୍ଟ ରେଲ ଷ୍ଟାଡିୟମ୍ ରେ ୩ ଟି,ହାଇ ଟେକ୍ ମେଡିକାଲ କଲେଜ ଷ୍ଟାଡିୟମ ରେ ୨ ଟି ଏବଂ ଇଡକୋ କ୍ରିକେଟ ଷ୍ଟାଡିୟମ ରେ ୨ ଟି ମ୍ୟାଚ ଖେଳା ଯାଇଥିଲା।ଇଡକୋ ପଡିଆରେ ଖେଳାଯାଇଥିବା ପ୍ରଥମ ମ୍ୟାଚ ରେ ରାଜସ୍ଥାନ ଦଳ ଓଡିଶା ବିପକ୍ଷ ରେ ବ୍ୟାଟିଂ କରି ୩ ଓ୍ବିକେଟ ବିନିମୟରେ ୬୨ ରନ ସଂଗ୍ରହ କରିଥିଲେ ଯାହାର ପିଛା କରି ଓଡିଶା ଦଳ ୯ ଓଭର ରେ ୪ ଓ୍ବିକେଟ ବିନିମୟରେ ୬୩ ରନ ସଂଗ୍ରହ କରି ବିଜୟ ହୋଇଛନ୍ତି।୨ୟ ମ୍ୟାଚ ରେ ଦିଲ୍ଲୀ ଦଳ ଛତିଶଗଡ ବିପକ୍ଷ ରେ ପ୍ରଥମେ ବ୍ୟାଟିଂ କରି ୩ ଓ୍ବିକେଟ ବିନିମୟ ରେ ୧୦୦ ସଂଗ୍ରହ କରିଥିଲେ ଯାହାର ପିଛା କରି ୩ ଟି ଓ୍ବିକେଟ ବିନିମୟ ରେ ୩୮ ରନ ସଂଗ୍ରହ କରି ପରାସ୍ତ ହୋଇଛନ୍ତି।ସେହିଭଳି ହାଇଟେକ ପଡିଆରେ ଖେଳାଯାଇଥିବା ପ୍ରଥମ ମ୍ୟାଚ ରେ ତେଲେଙ୍ଗାନା ଦଳ ମୁମ୍ବାଇ ବିପକ୍ଷ ରେ ୬ ଓ୍ବିକେଟ ବିନିମୟରେ ୬୧ ରନ ସଂଗ୍ରହ କରିଥିଲେ ଯାହାର ପିଛା କରି ମୁମ୍ବାଇ ଦଳ ୬ ଓଭରରେ ଗୋଟିଏ ଓ୍ବିକେଟ ହରାଇ ୬୨ ରନ ସଂଗ୍ରହ କରି ବିଜୟ ହୋଇଛନ୍ତି।ସେହିଭଳି ୨ୟ ମ୍ୟାଚରେ ମଧ୍ୟପ୍ରଦେଶ ଦଳ ଉତ୍ତରପ୍ରଦେଶ ବିପକ୍ଷ ରେ ପ୍ରଥମେ ବ୍ୟାଟିଂ କରି ୬ ଓ୍ବିକେଟ ବିନିମୟରେ ୯୧ ରନ ସଂଗ୍ରହ କରିଥିଲେ,ଯାହାର ପିଛା କରି ଉତ୍ତରପ୍ରଦେଶ ଦଳ ୯ ଓ୍ବିକେଟ ହରାଇ ୬୦ ରନ ସଂଗ୍ରହ କରି ପରାସ୍ଥ ହୋଇଛନ୍ତି।ଇଷ୍ଟକୋଷ୍ଟ ରେଳ ଷ୍ଟାଡିୟମ ରେ ଖେଳା ଯାଇଥିବା ପ୍ରଥମ ମ୍ୟାଚ ରେ ମହାରାଷ୍ଟ୍ର ଦଳ ପ୍ରଥମେ ବ୍ୟାଟିଂ କରି ୮ ଓ୍ବିକେଟ ବିନିମୟରେ ୫୯ ରନ ସଂଗ୍ରହ କରିଥିଲା ଯାହାର ପିଛା କରି ତାମିଲନାଡୁ ୬ ଓଭର ରେ ୬୦ ରନ କରି ବିଜୟ ହୋଇଛନ୍ତି।୨ୟ ମ୍ୟାଚରେ କର୍ଣ୍ଣାଟକ ପଥମେ ବ୍ୟାଟିଂ କରି ୮ ଓ୍ବିକେଟ ବିନିମୟରେ ୭୨ ରନ ସଂଗ୍ରହ କରିଥିଲେ ଯାହାର ପିଛା କରି ବେଙ୍ଗଲ ୮ ଓଭର ରେ ୨ ଓ୍ବିକେଟ ବିନିମୟରେ ୭୩ ରନ କରି ବିଜୟ ହୋଇଛନ୍ତି।୩ୟ ମ୍ୟାଚରେ ହରିୟାଣା ପ୍ରଥମେ ବ୍ୟାଟିଂ କରି ୬ଓ୍ବିକେଟ ରେ ୧୧୧ ରନ ସଂଗ୍ରହ କରିଥିଲେ ଯାହାର ପିଛା କରି ଚଣ୍ଡୀଗଡ ୬ ଓ୍ବିକେଟ ରେ ୮୫ ରନ ସଂଗ୍ରହ କରି ପରାସ୍ତ ହୋଇଛନ୍ତି।


error: Content is protected !!