ବୃଦ୍ଧା ମହିଳାଙ୍କୁ ଅସଦାଚରଣ ଅଭିଯୋଗ


ବୃଦ୍ଧା ମହିଳାଙ୍କୁ ଅସଦାଚରଣ ଉଦ୍ୟମ । ଥାନାରେ ହେଲା ଅଭିଯୋଗ । ଏଭଳି ଘଟଣା ଘଟିଛି କଟକ ଜିଲ୍ଲା କିଶନନଗର ଥାନା ମୁରକୁଣ୍ଡି ଗ୍ରାମରେ । ମୁରକୁଣ୍ଡି ଗ୍ରାମର ଜଣେ ମହିଳା ମହାନଦୀ ପଠାରେ ପରିବା ତୋଳିବା ସମୟରେ କିଶନନଗର ଥାନା ଗୋଠମୀରା ଗ୍ରାମର ଗେଟମ ଦେହୁରୀ ମହିଳା ଜଣକୁ ଅସଦାଚରଣ କରିବାପାଇଁ ଉଦ୍ୟମ କରିବା ସମୟରେ ମହିଳାଜଣକ ଗୁରୁତର ହୋଇଛନ୍ତି । ଗୁରୁତର ଅବସ୍ଥାରେ ପରିବାର ଓ ସ୍ତାନୀୟ ଲୋକେ ଉଦ୍ଧାର କରି ଚିକିତ୍ସା ପାଇଁ ସାଲେପୁର ମେଡିକାଲକୁ ନେଇଥିଲେ । ମହିଳା ଜଣକଙ୍କ ମୁହଁରେ ଆଘାତ ଲାଗିବା ସହ ଦାନ୍ତମଧ୍ୟ ଭାଙ୍ଗି ଗଳି ପଡିଥିବାର ସୂଚନା ମିଳିଛି । ମହିଳା ଜଣକ ପାଟି କରିବାରୁ ଘଟଣା ସ୍ଥଳରେ ସ୍ଥାନୀୟ ଲୋକେ ପହଁଚି ଗେଟମକୁ ମାଡ଼ ମାରିବା ସହ କାବୁ କରି କିଶନନଗର ପୋଲିସର ଜିମା ଦେଇଥିଲେ । କିଶନନଗର ପୋଲିସ ଗେଟମକୁ ଥାନାରେ ଅଟକ ରଖି ପଚରାଉଚରା କରୁଥିବାର ସୂଚନା ମିଳିଛି । ସୂଚନାମୁତାବକ ମହିଳା ଜଣକ ଗେଟମ ଦେହୁରୀଙ୍କ ବିରୁଦ୍ଧରେ କିଶନନଗର ଥାନାରେ ଅଭିଯୋଗ ଆଗରୁ କରିଥିଲେ ମଧ୍ୟ ପୋଲିସ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିନଥିବା ମହିଳାଙ୍କ ପରିବାର ପକ୍ଷରୁ ସୂଚନା ଦିଆଯାଇଛି । 


error: Content is protected !!