ରାଜ୍ୟରେ ପୁଣି ବଦଳିବାକୁ ଯାଉଛି ପାଣିପାଗର ମିଜାଜ୍। ବାୟୁମଣ୍ଡଳରେ ପ୍ରଚୁର ଜଳୀୟ ବାଷ୍ପ ଯୋଗୁଁ ଆଜି ଅପରାହ୍ନ କିମ୍ବା ସନ୍ଧ୍ୟା ସୁଦ୍ଧା ରାଜ୍ୟର ବିଭିନ୍ନ ସ୍ଥାନରେ ଘଡ଼ଘଡ଼ି ସହ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । କେତେକ ଜାଗାରେ ବର୍ଷାର ପରିମାଣ ୪୦ ରୁ ୫୦ ମିଲିମିଟର କିମ୍ବା ତାଠାରୁ ଅଧିକ ମଧ୍ୟ ହୋଇପାରେ। କେବଳ ସେତିକି ନୁହେଁ, ଚଳିତ ମାସ ଶେଷ ଆଡ଼କୁ ଅର୍ଥାତ୍ ୨୩-୨୪ ତାରିଖ ବେଳକୁ ବଙ୍ଗୋପସାଗରରେ ଆଉ ଏକ ଲଘୁଚାପ ସୃଷ୍ଟି ହେବାକୁ ଯାଉଛି, ଯାହାର ପ୍ରଭାବରେ ୨୨ ରୁ ୨୫ ତାରିଖ ଯାଏଁ ଓଡ଼ିଶାରେ ପ୍ରବଳ ବର୍ଷିବ।