ରାହୁଗ୍ରସ୍ତ ଖଣ୍ଡଗ୍ରାସ ଚନ୍ଦ୍ରଗ୍ରହଣ


ରାହୁଗ୍ରସ୍ତ ଖଣ୍ଡଗ୍ରାସ ଚନ୍ଦ୍ରଗ୍ରହଣ ତା୨୮/୧୦/୨୦୨୩ ଶନିବାର (ଆଶ୍ୱିନ ପୂର୍ଣ୍ଣିମା):- ଉତ୍କଳ ପ୍ରଦେଶକୁ ରାହୁଗ୍ରସ୍ଥ ଖଣ୍ଡଗ୍ରାସ ଚନ୍ଦ୍ରଗ୍ରହଣ ତା୨୮/୧୦/୨୦୨୩ରିଖ ତୁଳା ଦି୧୧ନ ଆଶ୍ୱିନ ପୂର୍ଣ୍ଣିମା, ଶନିବାର।

🟤ପୁରୀକୁ ଚନ୍ଦ୍ରୋଦୟ I.S.T. ଅନୁସାରେ ଅପରାହ୍ନ ଘ୫/୨୧/୭ ସେକେଣ୍ଡ।

🟤ପୁରୀକୁ ସ୍ପର୍ଶ– ରାତ୍ରି ଘ୧/୪/୫୫ ସେକେଣ୍ଡ I.S.T ଦକ୍ଷିଣ ପୂର୍ବ ଦିଗରୁ ଦୃଶ୍ୟ।

🟤ଗ୍ରହଣ ମଧ୍ୟକାଳ— ରାତ୍ରି ଘ୧/୪୩ /୫୦ ସେକେଣ୍ଡ I.S.T. ଦୃଶ୍ୟ।

🟤ସର୍ବମୋକ୍ଷ – ତାତ୍ରି ଘ୨/୨୪/୨ ସେକେଣ୍ଡ I.S.T ଦୃଶ୍ୟ ଉତ୍ତର ବାୟବ୍ୟେ ମୋକ୍ଷ।

🟤ଗ୍ରହଣାଦ୍ୟନ୍ତ କାଳ- ୧ ଘଣ୍ଟା ୧୯ ମିନିଟ୍ ୭ ସେକେଣ୍ଡ। I.S.T ଏ ଗ୍ରହଣ ଚନ୍ଦ୍ରମଣ୍ଡଳରୁ (ବି୨/୭)ଦୁଇ କିମ୍ବା ୭ ଗଣ୍ଡା ମାତ୍ର ଗ୍ରାସ ହେବ।

🟤ପାକତ୍ୟାଗ-ଦିବା ଘ୪/୪/୫୫ ସେକେଣ୍ଡ ଠାରୁ ରାତ୍ରି ଘ୨/୨୪/୨ ସେକେଣ୍ଡ ପର୍ଯ୍ୟନ୍ତ ଅନ୍ନଭୋଜନ, ପାକଳର୍ମ ଓ ଦେବନୀତି ନିଷେଧ ।ଗ୍ରହଣ ସୂତକ କାଳ ମଧ୍ୟରେ ଚନ୍ଦ୍ରପୂଜା ହେବ ଓ ନୈବେଦ୍ୟ ଶୁଷ୍ଖଦ୍ରବ୍ୟ ଫଳ କରାଯାଇପାରିବ । ଦେବଦେବୀମାନଙ୍କର ସୂତଳ କାଳ ମଧ୍ୟରେ ପହୁତ ନ ହୋଇ ରନ୍ଧନ ଦ୍ରବ୍ୟ ବ୍ୟତୀତ ଶୁଷ୍ଖଦ୍ରବ୍ୟ, ଫଳମୂଳ ନୈବେଦ୍ୟ କରାଯାଇପାରିବ।

🟤ଗ୍ରହଣେ ଦର୍ଶନେ ଚନ୍ଦ୍ର ଅଶୁଦ୍ଧି-ମେଷ, ବୃଷ, କର୍କଟ, ସିଂହ, କନ୍ୟା, ତୁଳା ଏହି ରାଶିମାନଙ୍କର ଗ୍ରହଣ ଦର୍ଶନେ ଅଶୁଭ ।

🟤ଗ୍ରହଣେ ଦର୍ଶନେ ତାରା ଅଶୁଦ୍ଧି -ଅଶ୍ବିନୀ, ରୋହିଣୀ, ମଘା, ହସ୍ତା, ମୂଳା ଓ ଶ୍ରବଣା ଏହି ନକ୍ଷତ୍ରମାନଙ୍କର ଜନ୍ମ ଓ ନିଧନ ତାରା ହେତୁ ଗ୍ରହଣ ଦର୍ଶନେ ଅଶୁଭ । ଦୈବାତ୍ ଦର୍ଶନେ ସ୍ନାନ ପୂର୍ବକ ତିଳ, ସ୍ଵର୍ଣ୍ଣଦାନ ବିଧେୟ ।

🟤ଗ୍ରହଣ ଦର୍ଶନେ ସ୍ନାନ ଆବଶ୍ୟକ – ସଂକ୍ରମେ ଗ୍ରହଣେ ଚୈବ ନସ୍ନାୟାତ୍ ଯସ୍ତୁ ମାନବଃ।ସପ୍ତଜନ୍ମଷୁ କୃଷ୍ଠୀସ୍ୟାତ ଦୁଃଖ ଭାଗୀଚ ସର୍ବଦା।ଇନ୍ଦୋର୍ଲକ୍ଷ ଗୁଣ”ପୂଣ୍ୟଂ ରର୍ବେର୍ଦଶଗୁଣଂ ତଥା।ଗଙ୍ଗାତୋୟେ ତୁ ସଂପ୍ରାପ୍ତେ ଇନ୍ଦୋର୍କୋଟିରବେର୍ଦଶ। ନଦୀ କୂପ–ଚଡାଗେଷୁ ନବପ୍ରସ୍ରବଣେ ତଥା, ନଦ୍ୟାନଦେ ଦେବଖାତେ ସରସୀଷୁଧୃତାମ୍ବୁନି।ଉଷ୍ଣୋଦକେଽପିବା ସ୍ନାୟାତ୍ବ ଗ୍ରହଣେ ଚନ୍ଦ୍ରସୂର୍ଯ୍ୟୟୋଃ।ଗ୍ରହଣ ସମୟେ ସ୍ନାନ, ଦାନ, ହୋମ, ଜପ ଓ ତାନ୍ତ୍ରିକ ସିଦ୍ଧି କାର୍ଯ୍ୟମାନ କରଣୀୟ।ଯଥା-ଗ୍ରସ୍ତମାନେ ଉବେତ୍ ସ୍ନାନଂ ଗ୍ରାସେ ହୋମ ବିଧେୟତେ।ମୁଚ୍ୟମାନେ ଭବେତ୍ ଦାନଂ ମୁକ୍ତୌ ସ୍ନାନଂ ବିଧିୟତେ।ସୂର୍ଯ୍ୟେନ୍ଦୁ ଗ୍ରହଣଂଯାବତ୍ ତାବତ୍‌କୁର୍ଯ୍ୟାତ୍ ଜପାଦିକଂ।ନସ୍ବପେତ୍ ନଚଭୁକ୍ତଂଚ ସ୍ନାତ୍ବାଭୁଞ୍ଜିତ ମୁକ୍ତେୟେଃ।ଗ୍ରହଣ ସମୟେ ମୂଳ ସଂଗ୍ରହ ଓ ଜପକାର୍ଯ୍ୟରେ ସିଦ୍ଧି ମିଳିଥାଏ।ଏ ସମୟେ-ଶୟନ, ଭୋଜନ, ମୈଥୁନ ନିଷିଦ୍ଧ ଅଟେ।

🟤ସ୍ପର୍ଶେସ୍ନାନ ମନ୍ତ୍ରଃ – ସ୍ବସ୍ଥାନଂ ଗମ୍ୟତାଂ ରାହୋ ତ୍ୟଜ୍ୟତାଂ ସୂର୍ଯ୍ୟ ସଂଗମଃ। କର୍ମଚଣ୍ଡାଳଯୋନେ ସ୍ତ୍ବଂ ମମପାପକ୍ଷୟଂ କୁରୁ।

🟤ଅର୍ଘ୍ୟଦାନମନ୍ତ୍ର– ମହାତେଜୋ ଛାୟା କାନ୍ତଂ ସିଂହିକେୟ ରିପୋପ୍ରଭୋଃ ଅର୍ଘ୍ୟଂ ଦବାମି ଦେବଶ ରାହୋ ଗ୍ରହ ବିମୋଚନାତ୍।

🟤ମୁକ୍ତୌସ୍ନାନମନ୍ତ୍ର– ଯଥାପଦୋ ବିମୁକ୍ତୋସି ରାହୋ ର୍ବଦନ ସଙ୍କଟାତ୍ ।ତଥାତ୍ବଂ ପ୍ରଭୁ ଦିନେଶଂ ଆପଦୋମାଂ ବିମୋଚୟ । ଗ୍ରହଣେ କାର୍ଯ୍ୟଦିବର୍ଜନ ଏକରାତ୍ରିଂ ପରିତ୍ୟଜ୍ୟଂ କୁର୍ଯ୍ୟାତ୍ ପାଣିଗ୍ରହଂ ଗ୍ରହେ।ସପ୍ତ ରାତ୍ରିତୁ ଯାତ୍ରାୟାଂ ତ୍ରିରାତ୍ରଂ ବ୍ରତ ବନ୍ଧନେ।

🟤ବିଶେଷ ସୂଚନା— ଚନ୍ଦ୍ର ସୂର୍ଯ୍ୟ ଗ୍ରହଣ ସମୟେ ଶୟନ, ଭୋଜନ, ମୂତ୍ର- ପୁରିଷତ୍ୟାଗ, ତୈଳାଭ୍ୟଙ୍ଗ ଓ ମୈଥୁନାଦି ବର୍ଜନୀୟ ଏବଂ ଗର୍ଭବତୀ ନାରୀମାନେ କାଟିବା, ବାଟିବା, ଛେଚିବା, ସିଲାଇ କରିବା ଆଦି କାର୍ଯ୍ୟ କରିବେ ନାହିଁ । ନିରବ ଓ ଶାନ୍ତ ଭାବରେ ସ୍ଥିର ରହିବା ଶ୍ରେୟ ଅଟେ।

🟤ଗ୍ରହଣ ମହାତ୍ମ୍ୟ– ସର୍ବ ଗଙ୍ଗା ସମଂତୋୟଂ ସର୍ବେବ୍ରହ୍ମ ସମଦ୍ବିଜାଃ।ସର୍ବଭୂମି ସମଂଦାନଂ ଗ୍ରହଣେ ଚନ୍ଦ୍ର ସୂର୍ଯ୍ୟୟୋ ॥ଗ୍ରହଣେ ଦାନକାଳ– ଉପସ୍ପର୍ଶେ ଲକ୍ଷଗୁଣଂ ଗ୍ରହଣେ ଚନ୍ଦ୍ର- ସୂର୍ଯ୍ୟୋୟୋଃ ! ପୁଣ୍ୟ କୋଟି ଗୁଣଂ ମଧ୍ୟେ ମୁକ୍ତିକାଳେଽପ୍ୟନନ୍ତକଂ ।

🟤ବି:ଦ୍ର:- ବିବାହରେ ଏକରାତ୍ରି, ସାତରାତ୍ରି ଯାତ୍ରା ଏବଂ ଉପନୟନାଦି କାର୍ଯ୍ୟ ତିନି ରାତ୍ରି ପରେ କରଣୀୟ।


error: Content is protected !!