EMI କିସ୍ତିରେ କଳାଧନ ଅମଳ କରୁଛି ED !ଫଟୋ ବି କଥା କହେ ..ବଡ ଚମତ୍କାର ଦୃଶ୍ୟ ।ଚମତ୍କାର ଚିନ୍ତାଧାରା । ଚମତ୍କାରୀ ସରକାରୀ ବାବୁ । ଚମତ୍କାରୀ ନେତା ମନ୍ତ୍ରୀ ।ଚମତ୍କାର ଅର୍ଥ ବ୍ୟବସ୍ଥା ।ଚମତ୍କାର ନୈତିକତା ।ଚମତ୍କାର ED ଓ ଭିଜିଲାନ୍ସ ଅଫିସର ।ସବୁ ରଙ୍ଗର ନୋଟ ମିଳୁଛି ।କିନ୍ତୁ କଳାରଙ୍ଗ ରୁପି କଳାଧନ ଦେଖା ଯାଉନି ।ସରକାରୀ କର୍ମଚାରୀ ନିଜ ନିଜ ସରକାରଙ୍କୁ ଟେକି ଧରିଛନ୍ତି ।କେନ୍ଦ୍ର କର୍ମଚାରୀ ଗଳାବାଟ ଦେଖି ଭିତିରିଆ ପଦୋନ୍ନତି ନେଉଛନ୍ତି ।ରାଜ୍ୟ କର୍ମଚାରୀ ସ୍ଥାନୀୟ ବିଧାୟକଙ୍କ ଠାରୁ ଚିଠି ନେଇ ପଦୋନ୍ନତି ପାଉଛନ୍ତି ।ଯେତେବେଳେ ଦୁର୍ନୀତିରେ ଭିଜିଲାନ୍ସ /ED/CBI ଜାଲରେ ପଡୁଛନ୍ତି କୌଣସି ନେତା ମନ୍ତ୍ରୀ ପିଠିରେ ପଡୁ ନାହାଁନ୍ତି ।ନିଆଁ ଗିଳିଛ ଅର୍ଥ ଅଙ୍ଗାର ଆକାରରେ ଦୁଇ ଫେରିବ ।ଉପର ବାଲା ସବୁ ଦେଖୁଛି ।ଚୋର ଘର ସବୁ। ବେଳେ ଅନ୍ଧାର ନଥାଏ ।କିଏ ନିଜକୁ ସୁଧାରି ନିଅନ୍ତୁ ବା ନ ନିଅନ୍ତୁ । କାହା ପାଇଁ ସଲାମ । କାହା ପାଇଁ ମଲମ ।ଅମାନିଆ କଲମ ତା କାମ କରି ଚାଲିଥିବ ।ସତ ଘଟଣାକୁ ନେଇ ଦି ପଦ ..ଗତକାଲି (ଶନିବାର) ଦିନ ଦିଲ୍ଲୀରୁ ଫେରୁଥିଲି ଗ୍ରେଟର ନୋଏଡା । Express High Way ରେ ସାଙ୍ଗ ଗାଡ଼ି ଅଟକାଇ ସାଇଡ଼ କଲା ।କହିଲା ମଉସାଙ୍କ ହାତର ଭୁଟାର ସ୍ଵାଦ ନେବା ।ମୁଁ ବୁଝି ପାରିଲିନି ।ଗୁର୍ଜର ଭାଷାରେ ମକାକୁ ଭୂଟା କୁହନ୍ତି ବୋଲି ଜାଣିଲି ।ମଉସାଙ୍କ ମକା ଛତା ତଳେ ଲମ୍ବା ଲାଇନ ।୨ ଟା ବରାଦ କଲୁ ।ମଜାଳିଆ ମଉସାଟି।ଦେଶ ବିଦେଶର ସବୁ ତାଜା ଖବର ରଖନ୍ତି। ମକା ବିକିବା ସହିତ ମଉସାଙ୍କ ମୋବାଇଲରେ Youtube ଚାଲିଥାଏ । ଭିଡ଼ିଓରେ ED ଅଫିସର ପ୍ରଥମ କିସ୍ତିରେ ୨୦ ଲକ୍ଷ ଟଙ୍କା ଲାଞ୍ଚ ନେଇ ଧରା ପଡିଛନ୍ତି ।ଅନ୍ୟ ଗ୍ରାହକ ସବୁ ପଚାରିଲେ ଧନ୍ୟରେ ED ଅଫିସର । ମଉସା କହିଲେ ED ଅମଳ କରୁଛି କଳାଧନ ।ଦେଶ ରାଜକୋଷ ପାଇଁ ନୁହେଁ ।ନିଜ ଭିତରେ ବାଣ୍ଟିବା ପାଇଁ ।ଗରୀବ ଛୁଆ ବିକ୍ରି କରୁ କିନ୍ତୁ ଧନୀ ଛୁଆ ବିଦେଶରେ ମସ୍ତି କରନ୍ତୁ ।ନିଆଁରେ ଘିଅ ଢାଳିବା ପରି ପଚାରିଲି ବାବା ରାମଦେବ ବିଦେଶରୁ କଳା ଧନ ଆଣିବା କଥା ଭୁଲି ଗଲେ କି ? ମଉସା କହିଲେ ବାବାଙ୍କୁ ୧ କୋଟି ଫାଇନ ତାଗିଦ୍ କରିଛି ସୁପ୍ରିମ କୋର୍ଟ ।ସେଥିପାଇଁ ବାବାଙ୍କ ପାଟିରେ ଚୁଇଁ ଗମ୍ ସବୁଦିନ ପାଇଁ ଲାଗି ଯାଇଛି ।ତଳକୁ ଗଲେ ପାଚିଲା ଦାଢିରେ ଲାଗିବ ।ସେଥିପାଇଁ ସିଏ କଳାଧନ ଉପରେ ଚୁପ୍ ।ତମେ ଦେଶ ଦୁନିଆ ଖବର ଦେଖୁନ କି ?ମଉସାଙ୍କ ଉତ୍ତର ଥିଲା ବାବା ୨୦୧୪ ରେ ଆଖି ମାରି କଣ ଗୋଟିଏ କଥା କଳାଧନ ଉପରେ ସ୍ବପ୍ନ ଦେଖି କମ୍ପ୍ୟୁଟର ସହିତ ସୁର୍ଯ୍ୟ ନମସ୍କାର ମୁଦ୍ରାରେ ହିସାବାସନ କରି କହି ଦେଇଥିଲେ ।ଆଜି ପରା ୨୦୨୩ ।ବାବା ଭୁଲି ଗଲେଣି ।ବାବା ଜାଣିଛନ୍ତି ବିଦେଶ ଅପେକ୍ଷା ଦେଶରେ ବେଶି କଳାଧନ ଗଚ୍ଛିତ ରହିଛି । ସାଙ୍ଗ ଓ ମୁଁ ସ୍ତବ୍ଧ ।ଅନ୍ୟ ମାନେ ବି ମଉସା କଥା ଶୁଣି ମୁହଁକୁ ମୁଁହ ଦେଇ ମୁରୁକି ହସୁଥନ୍ତି ।ମୁଁ କହିଲି ମଉସା ପୂର୍ବରୁ ଶୁଣିଥିଲି ଘର/ଗାଡ଼ି EMI କିସ୍ତିରେ ମିଳୁଛି ।ଲାଞ୍ଚ ବି କିସ୍ତିରେ ମିଳୁଛି ବୋଲି କାନ ପ୍ରଥମ ଥର ଶ୍ରବଣ କଲା ।ସେ ପୁଣି ED ଅଫିସର ନେଉଛନ୍ତି । ମନେ ମନେ ଭାବିଲି ହଇହୋ ED ବାଲା ତମେ କଣ ଏତେ କାଙ୍ଗାଳ ? ତୁମର ଇଜ୍ଜତ ଅଛି ନା ନାଇଁ ? ମାତ୍ର ୨୦ ଲକ୍ଷ କିସ୍ତି ମାଗୁଛ।୨୦ କୋଟି ମାଗି ଥାନ୍ତ୍ ।ବିଦେଶ ସୁଇସ୍ ବ୍ୟାଙ୍କ୍ ଯିବା କଣ ଦରକାର ।ଦେଶରେ ସରକାରୀ ବାବୁ ,ନେତା ମନ୍ତ୍ରୀ ଓ ଶିଳ୍ପପତି ମାନଙ୍କ ଘରୁ ହଜାର ହଜାର କୋଟି କଳାଧନ ମିଳୁଛି ।କାହାର ଘର ସିମେଣ୍ଟ କାନ୍ଥରୁ,କାହାର ଲାଟିନ ଭିତରୁ,କାହାର ଶୋଇବା ଖଟରୁ,କାହାର ତକିଆରୁ । କଳା ଧନ ରୁପି ମାୟା ନାନୀ ଅଭିମାନ କରି ଲୁଚିଛି । ସାଙ୍ଗଟା କହିଲା ତୁ କୁଆଡେ କବିତା ମାଧ୍ୟମରେ ଦୁର୍ନୀତି ଉପରେ ସୋସିଆଲ ମିଡିଆରେ ବେଶି ଲେଖୁଚ୍ଛୁ।ତୋ ଉପରେ ED ଛାପା ମାରିବା ।ମୁଁ କହିଲି ସ୍ବାଗତ ।ମୋ ପରି ଜଣେ କଲମ ଧାରୀ ପାଖରୁ ଅଧା କାଳୀ ସରିଥିବା କଲମ,ମୋଡି ମାଡ଼ି ଟେବୁଲ୍ ଉପରେ ଥିବା କାଗଜ ୨/୪ ଫର୍ଦ୍ଦ ସହିତ ଭଗବତ୍ ଗୀତା ଓ ଅନ୍ୟାନ୍ୟ ISBN Certified ୧୦୦/୨୦୦ ପୁସ୍ତକ ବ୍ୟତୀତ ଫଟା ପାହୁଲି ମିଳିବନି ।କାହିଁକି ବେକାରରେ ED ସମୟ ଖରାପ କରିବ? ଏଠି କଣ କିସ୍ତିରେ ଲାଞ୍ଚ ମିଳିବ କି ?ସାଙ୍ଗ ବଡ ପାଟିରେ ହସିବାକୁ ଲାଗିଲା ।ମକା ଖାଇବା ଭିତରେ ମଉସା ପଚାରିଲେ ବାବୁ କଣ କରୁଛ ? ତମେ କଣ ରିପୋର୍ଟର ?ମୁଁ ମୁଣ୍ଡ ଟୁଙ୍ଗାରି ନା କହିଲି । ସାଙ୍ଗ କହିଲା ୟାକୁ ବିଶ୍ୱାସ ନାହିଁ ତୁମ youtube ED ଖବରକୁ ନେଇ କବିତା ଲେଖିଦେବ । ବ୍ୟସ୍ତ ହୁଅନି ମଉସା କବିତା ହିନ୍ଦୀରେ ନୁହେଁ ଓଡ଼ିଆରେ ହେବ ତୁମ ନାଁ କୋଉଠି ରହିବନି।ମଉସା କହିଲେ ମୁଁ କଣ ଡ଼ରିଛି ।ଖଟିଲେ ଖାଇବି ।ଆପଣ ମାନଙ୍କ ହାତରୁ ଦାନପାଣି ମିଳୁ ଥାଉ । ଖଟିକି ଖାଇବାରେ ଯେଉଁ ଆନନ୍ଦ ସାହାରା,ଆଦାନୀ,ଅମ୍ବାନୀ, ପତଞ୍ଜଳି ପରି ଲୁଟିକି ଖାଇବାରେ ଆନନ୍ଦ ନଥାଏ। କିମ୍ବା ଲାଞ୍ଚ ଖିଆ ସରକାରୀ ବାବୁଙ୍କ ପାପ ପଇସାରେ ଆନନ୍ଦ ନଥାଏ ।ସାଙ୍ଗର କଥାଟା ମନକୁ ପାଇଲା ।ଫେରିଲୁ ଘରକୁ।ଭାବିଲି ED ଉପରେ ହେଇ ଯାଉ କବିତା ଟିଏ ।ବାକି ଆପଣଙ୍କ ସାମ୍ନାରେ ।🙏


error: Content is protected !!