ପଶ୍ଚିମବଙ୍ଗର ନନ୍ଦିଗ୍ରାମ ଓ ରେଜିନଗର ବିଧାନସଭା ଆସନ ପାଇଁ ମଙ୍ଗଳବାର ଉପନିର୍ବାଚନର ମତଦାନ ଶେଷ ହୋଇଛି। ଦିନତମାମ ଉଭୟ ଆସନରେ ଉତ୍ତେଜନା, ଭୋଟରଙ୍କୁ ଧମକ ଓ ନିର୍ବାଚନୀ ଅନିୟମିତତାର ଅଭିଯୋଗ ଆସିଥିଲା। ସନ୍ଧ୍ୟା ୫ଟା ସୁଦ୍ଧା ଉଭୟ ଆସନରେ ହାରାହାରି ୭୮.୯୦% ମତଦାନ ହୋଇଥିଲା। ରେଜିନଗରରେ ୭୮.୪୨% ଓ ନନ୍ଦିଗ୍ରାମରେ ୭୯.୩୯% ମତଦାନ ରେକର୍ଡ ହୋଇଥିଲା।କିଛି ବୁଥ୍ରେ ଭୋଟରଙ୍କ ଲମ୍ବା ଧାଡ଼ି ଯୋଗୁ ୬ଟା ପରେ ମଧ୍ୟ ମତଦାନ ଚାଲିଥିଲା। ଫଳରେ ଚୂଡ଼ାନ୍ତ ମତଦାନ ହାର ୮୦% ଅତିକ୍ରମ କରିପାରେ ବୋଲି ନିର୍ବାଚନ ଅଧିକାରୀଙ୍କ ସୂତ୍ରରୁ ଜଣାପଡ଼ିଛି।
ରେଜିନଗରରେ ସମ୍ପୂର୍ଣ୍ଣ ଓ ନନ୍ଦିଗ୍ରାମର କେତେକ ବୁଥ୍ରେ ପୁନଃମତଦାନ ପାଇଁ କଂଗ୍ରେସ ଓ ତୃଣମୂଳ କଂଗ୍ରେସ ଦାବି କରିଛନ୍ତି। ବିଜେପି ଏହି ଅଭିଯୋଗକୁ ଖାରଜ କରି ଉଭୟ ଆସନରେ ଲୋକେ ଉତ୍ସବମୁଖର ପରିବେଶରେ ଭୋଟ ଦେଇଥିବା କହିଛି।
ଏହି ମଧ୍ୟରେ ଭୋଟରଙ୍କୁ ପ୍ରଭାବିତ କରିବା, ପୁଲିସକୁ ଧମକ ଦେବା ଓ ଡ୍ୟୁଟିରେ ଥିବା ପୁଲିସ ଅଧିକାରୀଙ୍କ କଲାର ଧରିବା ଅଭିଯୋଗରେ ଆମ ଜନତା ଉନ୍ନୟନ ପାର୍ଟିର ମୁଖ୍ୟ ତଥା ବିଧାୟକ ହୁମାୟୁନ କବୀରଙ୍କୁ ଗିରଫ କରାଯାଇଥିଲା।

More Stories
ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ଙ୍କ ଜନ୍ମଦିନ ଉପଲକ୍ଷେ ଅଖଣ୍ଡ ପ୍ରଦୀପ ପ୍ରଜ୍ୱଳନ |
ଡିଜିପି ଶ୍ରୀ ବିନୟତୋଷ ମିଶ୍ର ଙ୍କ ଅଧ୍ୟକ୍ଷତାରେ ଜିଲ୍ଲା ଏସ୍ପି ଓ ରେଞ୍ଜ ଆଇଜି/ଡିଆଇଜିଙ୍କ ସହ ଏକ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ
ଆୟୁଷ୍ମାନ ଭାରତରେ ୫୦ କୋଟିରୁ ଅଧିକ ଲାଭାର୍ଥୀ