ଗଞ୍ଜାମ ଜିଲା ଦିଗପହଣ୍ଡି ପୋଲିସ ଶୁକ୍ରବାର ବ୍ରହ୍ମପୁର ସଦର ଥାନା ବାଲିପଡ଼ା ଗ୍ରାମର ନିଲୁ ଗୌଡ଼(୨୧) ଙ୍କୁ ଗିରଫ କରି ସନ୍ଧ୍ୟାରେ କୋର୍ଟ ଚାଲାଣ କରିଛନ୍ତି।ମାମଲା ନଂ.୪୨୫/୨୬ ଅନୁଯାୟୀ ଜାମିନ ଆବେଦନ ଖାରଜ ହେବାରୁ ଅଭିଯୁକ୍ତଙ୍କୁ ଦିଗପହଣ୍ଡି ସବ ଜେଲ ହାଜତକୁ ପଠାଇ ଦିଆଯାଇଛି। ଗତ ସୋମବାର ସନ୍ଧ୍ୟା ପ୍ରାୟ ୬ ଟାରେ ଦିଗପହଣ୍ଡି ବ୍ଲକ ବି.ତୁରୁବୁଡି ପଞ୍ଚାୟତ କାଣ୍ଡସର ଗାଁ ଶ୍ରୀ ତ୍ରିନାଥ ମନ୍ଦିର ପରିସରରେ ଚାଲିଥିବା ଜୁଆଆଡ୍ଡା ପରିଚାଳନା କୁ କେନ୍ଦ୍ରକରି ୨ ଗୋଷ୍ଠୀ ଯୁବକ ଙ୍କ ମଧ୍ୟରେ ସଂଘର୍ଷ ଘଟିଥିଲା। ଏନେଇ ଗ୍ରାମର ଏସ.ଚିତ୍ରସେନ ରେଡ୍ଡୀ ଦିଗପହଣ୍ଡି ଥାନାରେ ଏତଲା ଦେବାପରେ ଆଇଆଇସି କିଶୋର କୁମାର ସାମଲ ମକଦ୍ଦମା ରୁଜୁ କରିବା ସହ ଏନେଇ ତଦନ୍ତ ଚଳାଇଥିଲେ।ଜୁଆଖେଳ ଚାଲିଥିବା ବେଳେ ପ୍ରାୟ ୫ ଟି ବାଇକ ରେ ୧୫ ରୁ ଉର୍ଦ୍ଧ୍ବ ଯୁବକ ବିଭିନ୍ନ ମାରଣାସ୍ତ୍ର ଧରି ସେଠାରେ ପହଞ୍ଚି ଚିତ୍ରସେନ ଏବଂ ସେଠାରେ ଉପସ୍ଥିତ ଥିବା ଗୋଷ୍ଠୀର ସଦସ୍ୟ ମାନଙ୍କୁ ଧମକ ଦେଇ ଜୁଆଖେଳ ବନ୍ଦ କରିବାକୁ ଧମକ ଦେଇଥିଲେ। ସେମାନେ ଚିତ୍ରସେନ ଓ ତାଙ୍କ ସମର୍ଥକ ଙ୍କ ବେକ ରେ ଖଣ୍ଡା ଓ ଭୁଜାଲି ରଖି ପକେଟ ରୁ ପ୍ରାୟ ୧୨ ଶହ ଟଙ୍କା ଛଡ଼ାଇ ନେଇଥିଲେ। ଏଠି ଜୁଆଖେଳ ହୋଇପାରିବ ନାହିଁ।ସେମାନେ ଚଳାଉଥିବା ଜୁଆଆଡ୍ଡା ହିଁ ଚାଲିବ କହି ମନ୍ଦିର ର ପିତ୍ତଳ ନିର୍ମିତ ଦାନ ହୁଣ୍ଡି କୁ ଜବରଦସ୍ତ ନେଇଯାଇଥିଲେ। ସେମାନଙ୍କ ମଧ୍ୟରେ ଧସ୍ତାଧସ୍ତି ଓ ପାଟିତୁଣ୍ଡ ଶୁଣି କିଛି ଗ୍ରାମବାସୀ ଘଟଣାସ୍ଥଳ କୁ ଦୌଡ଼ି ଆସିବାରୁ ସେମାନେ ବାଇକ ଯୋଗେ ଚମ୍ପଟ ମାରିଥିଲେ।ଗଲାବେଳେ ଜଣେ ଯୁବକ ତାଙ୍କ ସୁଜକି ସ୍କୁଟି (ନଂ. ଓଡ଼ି୦୭ଏଏଫ୍ -୨୪୧୨) କୁ ତରବରରେ ଛାଡି ପଳାଇଥିବା ପୋଲିସ ଜାଣିବା ପରେ ଘଟଣାସ୍ଥଳରେ ପହଞ୍ଚି ୨ ଟି ଖଣ୍ଡା ଓ ସ୍କୁଟି କୁ ଜବତ କରିଥିଲେ। ଏହି ଘଟଣାରେ ସମ୍ପୃକ୍ତ ଥିବା ଜରଡ଼ା ଥାନା କୋଳିହଳା ଗ୍ରାମର ରାଜେଶ୍ୱର ବାଡ଼ତ୍ୟା ଓରଫ ରାଜୁ ଙ୍କୁ ଗୁରୁବାର ଗିରଫ କରି କୋର୍ଟ ଚାଲାଣ କରିଥିଲେ।

More Stories
କ୍ୟାବିନେଟ୍ ବୈଠକରେ ବଡ଼ ନିଷ୍ପତ୍ତି; ବଦଳିବ ଏହି ବିମାନବନ୍ଦର ନାମ, ମୋଦି…
ନୋବେଲ ଶାନ୍ତି ପୁରସ୍କାର ଘୋଷଣା: ଭାରତୀୟ ବଂଶୋଦ୍ଭବଙ୍କୁ ସମ୍ମାନ, ଟ୍ରମ୍ପଙ୍କୁ ପୁଣି ଝଟ୍କା
ନନ୍ଦିଗ୍ରାମରେ ଭାଜପାର ବଡ଼ ବିଜୟ, ତାମିଲନାଡୁରେ ବିଜୟଙ୍କ TVKର ଜଲୱା!