ବଡ଼ମ୍ବା ଗଡଜାତ ମାଟିକୁ ସାଙ୍ଗରେ ଆଣିଲେ ବିଧାୟକ: ପୂରଣ ହେବ କି ଲୋକଙ୍କ ସମସ୍ୟା?


ବିଧାନସଭାରେ ବିଧାୟକଙ୍କ ଶପଥ ଶେଷ ହୋଇଛି । ଆଉ ଆଜି ବି ଏଭଳି କିଛି ରୋଚକ ଦୃଶ୍ୟ ଦେଖିବାକୁ ମିଳିଛି, ଯାହା ଚର୍ଚ୍ଚାର ବିଷୟ ପାଲଟିଛି । ନବନିର୍ବାଚିତ ବଡ଼ମ୍ୱା ବିଧାୟକ ବିଜୟ ଦଳବେହେରା ନିଜ ନିର୍ବାଚନ ମଣ୍ଡଳୀର ମାଟିକୁ ସାଙ୍ଗରେ ଆଣି ମୁଣ୍ଡିଆ ମାରି ଗଣତନ୍ତ୍ରର ମନ୍ଦିରରେ ପ୍ରବେଶ କରିଛନ୍ତି ।

ବଡମ୍ବା ନରସିଂହପୁର ବିଧାୟକ ବିଜୟ ଦଳବେହେରା ନିଜ ନିର୍ବାଚନ ମଣ୍ଡଳୀର ଗଡଜାତ ମାଟିକୁ ସାଙ୍ଗରେ ଧରି ବିଧାସନସଭାକୁ ଆସିଥିଲେ । ବଡ଼ମ୍ବା ଗଡଜାତ ମାଟିକୁ ସାକ୍ଷୀ ରଖି ବଡମ୍ବା ଲାଗି ନିଷ୍ଠାର ସହ କାମ କରିବେ ବୋଲି କହିଛନ୍ତି ବିଜୟ ।


error: Content is protected !!