October 17, 2026

Now Odisha

Now Odisha

ସିଜେପି ମୁଖ୍ୟ ଅଭିଜିତ୍‌ ଦୀପ୍‌କେଙ୍କୁ ମିଳିଲା ଜାମିନ

Spread the love

 କକ୍ରୋଚ ଜନତା ପାର୍ଟି (CJP) ପ୍ରତିଷ୍ଠାତା ଅଭିଜିତ୍‌ ଦୀପ୍‌କେଙ୍କୁ ସର୍ତ୍ତମୂଳକ ଜାମିନ ମିଳିଛି। ସେ ଏକ ଶାନ୍ତି ବଣ୍ଡ୍‌ରେ ସ୍ବାକ୍ଷର କରିବା ପରେ ପୋଲିସ ତାଙ୍କୁ ମୁକ୍ତ କରିଛି। ଦୀପ୍‌କେଙ୍କୁ ଦିଲ୍ଲୀର ଟେମ୍ପଲ ମାର୍ଗ ପୋଲିସ ଷ୍ଟେଶନରେ ଏସ୍‌ଇଏମ୍‌ କୋର୍ଟରେ ହାଜର କରାଯାଇଥିଲା। ‘ଲହରା ଦୋ ତିରଙ୍ଗା’ ପ୍ରତିବାଦ ପୂର୍ବରୁ ଶୁକ୍ରବାର ପୋଲିସ ଦୀପ୍‌କେଙ୍କୁ ଅଟକ ରଖିଥିଲା।

ଜାମିନ ପରେ ଦୀପ୍‌କେ ଏନସିପି ଶରଦ ପାଓ୍ବାର ମୁଖପାତ୍ର ଅନିଶ ଗାଓ୍ବାଣ୍ଡେଙ୍କ ବାସଭବନରେ ପହଞ୍ଚିବାର ଏକ ଭିଡିଓ ମଧ୍ୟ ସାମ୍ନାକୁ ଆସିଛି। ଅଭିଜିତ୍‌ ଏହି ସମୟରେ ଗଣମାଧ୍ୟମ ସହିତ କଥା ହୋଇ ନ ଥିଲେ। କ୍ୟାମେରା ଆଡ଼କୁ ହାତ ହଲାଇଥିବା ଦେଖାଯାଇଥିଲା।

error: Content is protected !!