ଦିନିକିଆରେ ରୋହିତ ଶର୍ମାଙ୍କ ଜଲଓ୍ଵା, ପୁଣି ଥରେ ହାସଲ କଲେ କ୍ୟାରିୟରର ଶ୍ରେଷ୍ଠ ରାଙ୍କିଙ୍ଗ୍


ଆଇସିସି ଦିନିକିଆ ମାନ୍ୟତାରେ ଭାରତୀୟ କ୍ରିକେଟ୍ ଦଳର ଅଧିନାୟକ ରୋହିତ ଶର୍ମା ନିଜ କ୍ୟାରିୟରରେ ପୁଣି ଥରେ ସର୍ବଶ୍ରେଷ୍ଠ ରାଙ୍କି ହାସଲ କରିଛନ୍ତି। ସେ ନିଜ ସାଥୀ ଖେଳାଳି ଶୁଭମନ ଗିଲ୍ଙ୍କୁ ପଛରେ ପକାଇ ଦ୍ଵିତୀୟ ସ୍ଥାନକୁ ଉଠିଛନ୍ତି। ପାକିସ୍ତାନର ଅଧିନାୟକ ବାବର ଆଜମ ଶୀର୍ଷ ସ୍ଥାନ ବଳବତ୍ତର ରଖିଛନ୍ତି। ରୋହିତ ନିଜ କ୍ୟାରିୟରରେ କେବେ ବି ଏକ ନମ୍ବର ବ୍ୟାଟର ହୋଇ ପାରି ନାହାନ୍ତି।

କିନ୍ତୁ ଆଗାମୀ ସମୟରେ ତାଙ୍କ ପାଖରେ ଶୀର୍ଷ ସ୍ଥାନ ଅକ୍ତିକାର କରିବାର ସୁଯୋଗ ରହିଛି।

ହିଟମ୍ୟାନଙ୍କ ନାମରେ ଖ୍ୟାତ ରୋହିତ ଶର୍ମା ୭୬୫ ପଏଣ୍ଟ ପାଇଥିବା ବେଳେ ବାବର ଆଜମ ୮୨୪ ପଏଣ୍ଟ ସହ ଏକ ନମ୍ବର ସ୍ଥାନରେ ରହିଛନ୍ତି। ତେବେ ରୋହିତ ବର୍ତ୍ତମାନ ପାଇଥିବା ରେଟିଂଠୁ ଅଧିକ ପୂର୍ବରୁ ପାଇ ସାରିଛନ୍ତି। ଯେଉଁ ସମୟରେ ବିରାଟ କୋହଲି ନିଜ କ୍ୟାରିୟର ଶ୍ରେଷ୍ଠ ଫର୍ମରେ ଥିଲେ ଏବଂ ୯୦୯ ପଏଣ୍ଟ ହାସଲ କରିଥିଲେ ସେହି ସମୟରେ ରୋହିତ ୮୮୨ ପଏଣ୍ଟ ସହ ଦ୍ଵିତୀୟରେ ଥିଲେ। ବର୍ତ୍ତମାନ ଦିନିକିଆ ମାନ୍ୟତାରେ ଶୁଭମନ ଗିଲ୍ ୭୬୩ ପଏଣ୍ଟ ସହ ତୃତୀୟ ଓ ବିରାଟ କୋହଲି ୭୪୬ ପଏଣ୍ଟ ସହ ଚତୁର୍ଥ ସ୍ଥାନରେ ରହିଛନ୍ତି।

ସଂପ୍ରତି ୩୭ ବର୍ଷୀୟ ରୋହିତ ଶର୍ମା ଭାରତ ପାଇଁ ଆଇସିସିର ଦିନିକିଆ ଓ ଟେଷ୍ଟରେ ନମ୍ବର ଓ୍ଵାନ ବ୍ୟାଟର। ଟେଷ୍ଟ କ୍ୟାରିୟରରେ ହିଟମ୍ୟାନ୍ ଷଷ୍ଠ ସ୍ଥାନରେ ରହିଛନ୍ତି। ଗତ କିଛି ବର୍ଷ ହେବ ରୋହିତ ନିଜ ଖେଳକୁ ଅଲଗା ଦିଗ ଦେଇଛନ୍ତି। ସେ ନିଜ ଓ୍ଵିକେଟ୍ର କୌଣସି ଚିନ୍ତା ନ କରି ଦଳ ପାଇଁ ସର୍ବଦା ଦ୍ରୁତ ରନ ସଂଗ୍ରହ କରି ଆସିଛନ୍ତି। ବିରାଟ କୋହଲି ଦଳକୁ ସମ୍ଭାଳିବାର ଦାୟିତ୍ଵ ନିର୍ବାହ କରୁଛନ୍ତି। ରୋହିତ ଶର୍ମାଙ୍କ ଆକ୍ରମଣାତ୍ମକ ଆଭିମୁଖ୍ୟ ଦଳକୁ ସୁବିଧାଜନକ ସ୍ଥିତିରେ ରଖୁଥିଲେ ହେଁ ମଧ୍ୟକ୍ରମ ବ୍ୟାଟରଙ୍କ ଦୁର୍ବଳ ପ୍ରଦର୍ଶନ ମୁଣ୍ଡ ବିନ୍ଧାର କାରଣ ପାଲଟିଛି।


error: Content is protected !!