:ଟିଭି ଚ୍ୟାନେଲ୍ଗୁଡ଼ିକର ପ୍ରସାରଣକୁ ନେଇ କଡ଼ା ଆଭିମୁଖ୍ୟ ଗ୍ରହଣ କରିଛନ୍ତି କେନ୍ଦ୍ର ସରକାର । ଦେଶବିରୋଧୀ ବିଷୟବସ୍ତୁ ପ୍ରସାରଣ ନକରିବା ସହ ଉତ୍ତେଜନାମୂଳକ ବିତର୍କ ଏବଂ କୃତ୍ରିମ ବୁଦ୍ଧିମତ୍ତା (AI)ର ଦୁରୁପଯୋଗରୁ ଦୂରେଇ ରହିବାକୁ ସାଟେଲାଇଟ୍ ଟିଭି ଚ୍ୟାନେଲ୍ଗୁଡ଼ିକୁ ଚେତାବନୀ ଦିଆଯାଇଛି । ବୁଧବାର ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ପକ୍ଷରୁ ଏନେଇ ଏକ ପରାମର୍ଶାବଳୀ ଜାରି କରାଯାଇଛି ।
ମନ୍ତ୍ରଣାଳୟ ସ୍ପଷ୍ଟ କରିଛି ଯେ, ସମସ୍ତ ଘରୋଇ ସାଟେଲାଇଟ୍ ଟିଭି ଚ୍ୟାନେଲ୍କୁ ନିର୍ଦ୍ଧାରିତ ଆଇନ ଓ ପ୍ରୋଗ୍ରାମ କୋଡ୍କୁ କଡ଼ାକଡ଼ି ପାଳନ କରିବାକୁ ପଡ଼ିବ । ଆତଙ୍କବାଦ ବିରୋଧୀ ଅଭିଯାନର ଲାଇଭ୍ ପ୍ରସାରଣ, ହିଂସାତ୍ମକ ଦୃଶ୍ୟ ପ୍ରଦର୍ଶନ ଏବଂ ସମ୍ବାଦରେ AI ବ୍ୟବହାର ସମୟରେ ବିଶେଷ ସତର୍କତା ଅବଲମ୍ବନ କରିବାକୁ କୁହାଯାଇଛି। ନିୟମ ଉଲ୍ଲଂଘନ କଲେ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ହୋଇପାରେ ।
ପ୍ରୋଗ୍ରାମ କୋଡ୍ ଉଲ୍ଲଂଘନକୁ ନେଇ ଚିନ୍ତା
ମନ୍ତ୍ରଣାଳୟର କହିବା ଅନୁଯାୟୀ, କେତେକ ଘରୋଇ ଟିଭି ଚ୍ୟାନେଲ୍ କେବୁଲ୍ ଟେଲିଭିଜନ୍ ନେଟୱର୍କ (ରେଗୁଲେସନ୍) ଆକ୍ଟ, ୧୯୯୫ ଏବଂ କେବୁଲ୍ ଟେଲିଭିଜନ୍ ନେଟୱର୍କ ରୁଲ୍ସ, ୧୯୯୪ ଅନୁଯାୟୀ ନିର୍ଦ୍ଧାରିତ ପ୍ରୋଗ୍ରାମ କୋଡ୍ ପାଳନ କରୁନାହାନ୍ତି। ଇଣ୍ଟର-ଡିପାର୍ଟମେଣ୍ଟାଲ୍ କମିଟି (IDC)ର ବୈଠକରେ ମଧ୍ୟ ଏହି ପ୍ରସଙ୍ଗ ଉଠିଥିଲା । ଅନେକ ଚ୍ୟାନେଲ୍ରେ ସମାନ ବିଷୟକୁ ନେଇ ଖବର ଓ ଦୃଶ୍ୟ ପ୍ରସାରଣ ସମୟରେ ଅନୁଚିତ ଆଚରଣ ଏବଂ ଭାଷା ବ୍ୟବହାର ହେଉଥିବା ନେଇ ଚିନ୍ତା ପ୍ରକାଶ ପାଇଥିଲା ।
AI ବ୍ୟବହାର ଓ ହିଂସାତ୍ମକ ଦୃଶ୍ୟ ଉପରେ ନଜର
ପରାମର୍ଶାବଳୀରେ ଲାଇଭ୍ ଡିବେଟ୍, ପ୍ୟାନେଲ୍ ଆଲୋଚନା ଏବଂ ଅନ୍ୟାନ୍ୟ କାର୍ଯ୍ୟକ୍ରମରେ ସାମ୍ପ୍ରଦାୟିକ ଉତ୍ତେଜନା କିମ୍ବା ଦେଶବିରୋଧୀ ଚିନ୍ତାଧାରାକୁ ପ୍ରୋତ୍ସାହନ ନଦେବାକୁ କୁହାଯାଇଛି । ଅପରାଧ ଖବର, ପ୍ରାକୃତିକ ବିପର୍ଯ୍ୟୟ, ଭାରତର ସଠିକ୍ ମାନଚିତ୍ର ବ୍ୟବହାର ଏବଂ ଯୌନ ଉତ୍ପୀଡ଼ନ ପୀଡ଼ିତଙ୍କ ପରିଚୟ ଗୋପନ ରଖିବା ଉପରେ ମଧ୍ୟ ଗୁରୁତ୍ୱ ଦିଆଯାଇଛି ।
ସେହିପରି ଗ୍ରାଫିକ୍ସ ଓ ଭର୍ଚୁଆଲ୍ ନ୍ୟୁଜ୍ ପ୍ରେଜେଣ୍ଟେସନ୍ରେ AIର ବ୍ୟବହାର କେବଳ ସହାୟକ ଭାବେ କରିବାକୁ ନିର୍ଦ୍ଦେଶ ରହିଛି। AI ବ୍ୟବହାର ଯୋଗୁଁ ଖବରର ସଠିକତା, ପ୍ରାମାଣିକତା ଓ ସମ୍ବେଦନଶୀଳତା ଯେପରି ପ୍ରଭାବିତ ନହୁଏ, ସେଥିପ୍ରତି ଧ୍ୟାନ ଦେବାକୁ କୁହାଯାଇଛି ।
More Stories
1win Official App Review – Bonuses, Payments, Mobile Play & Security
1win casino bonus security guide
ମାଆ ନୁହେଁ ପିଶାଚୀ: ପ୍ରେମିକ ଏବଂ ବଡ଼ ପୁଅ ସହ ମିଶି ୧୩ ବର୍ଷର ଦୁଇ ଯାଆଁଳା ପୁଅଙ୍କୁ କଲା ହତ୍ୟା।