ରାଷ୍ଟ୍ରୀୟ ପତ୍ରକାର ମହାସଂଘ ଦ୍ୱାରା ଜାତୀୟ ପ୍ରେସ ଦିବସ ପାଳିତ ଓ ଯନ୍ତର ମନ୍ତରଠାରେ ମହାଧାରଣା ଅନୁଷ୍ଠିତ


ରାଷ୍ଟ୍ରୀୟ ପତ୍ରକାର ମହାସଂଘ ଦ୍ୱାରା ଜାତୀୟ ପ୍ରେସ ଦିବସ ପାଳିତ ଓ ଯନ୍ତର ମନ୍ତରଠାରେ ମହାଧାରଣା ଅନୁଷ୍ଠିତ
ନୂଆଦିଲ୍ଲୀ:ରାଷ୍ଟ୍ରୀୟ ପତ୍ରକାର ମହାସଂଘ ଆନୁକୂଲ୍ୟରେ ଦିଲ୍ଲୀସ୍ଥିତ କନିଷ୍ଟିଚ୍ୟୁସନ କ୍ଳବ ଠାରେ ଜାତୀୟ ଗଣମାଧ୍ୟମ ଦିବସ ଧୁମ୍‌ଧାମ୍‌ରେ ପାଳିତ ହୋଇଅଛି । ଓଡ଼ିଶା ଯାଜପୁରର ଲୋକସଭା ସାଂସଦ ଡକ୍ଟର
ରବୀନ୍ଦ୍ର ନାରାୟଣ ବେହେରା ମୁଖ୍ୟଅତିଥି, ପିଆଇବିର ପୂର୍ବତନ ମୁଖ୍ୟ ମହାନିର୍ଦ୍ଦେଶକ କେ.ଏସ ଧତୁଆଲିଆ ମୁଖ୍ୟବକ୍ତା, ସୁ ୍ରିମକୋର୍ଟର ବରିଷ୍ଠ ଅଧିବକ୍ତା ଆଡ଼ଭୋକେଟ ଆଶାଦ ଆଲଭି ସମ୍ମାନନୀୟ ଅତିଥି ଭାବେ ଯୋଗଦେଇଥିଲେ । ସମସ୍ତ ଅତିଥି ସେମାନଙ୍କ ବକ୍ତବ୍ୟରେ ସାମ୍ବାଦିକ ଓ ସମ୍ବାଦପତ୍ରମାନଙ୍କ ସମସ୍ୟା ବିଷୟରେ ବିସ୍ତୃତ ଭାବେ ଆଲୋଚନା କରିବା ସହ ସେମାନଙ୍କ ସମସ୍ୟା ସମାଧାନ ବିଷୟରେ ନିଜନିଜ ସ୍ତରରେ ସାହାଯ୍ୟ ସହଯୋଗ କରିବାର ପ୍ରତିଶ୍ରୁତି ଦେଇଥିଲେ । ଉକ୍ତ କାର୍ଯ୍ୟକ୍ରମରେ ଭାରତ ବର୍ଷର ଅନେକ ବିଶିଷ୍ଟ ସାମ୍ବାଦିକ, ସମାଜସେବୀ, ଶିକ୍ଷାବିତ୍ ଓ ଚଳଚ୍ଚିତ୍ର ନିର୍ଦ୍ଦେଶକ ପ୍ରଭୃତିଙ୍କୁ ସମ୍ମାନୀତ କରାଯାଇଥିଲା । ସମ୍ବର୍ଦ୍ଧିତ ହୋଇଥିବା ପ୍ରମୁଖ ବ୍ୟକ୍ତି ବିଶେଷ ହେଲେ ଶ୍ରୀ ଲଳିତ ଗର୍ଗ, ପ୍ରଫେସର ରବି ଚତୁର୍ବେଦୀ, ଜବାହର ଜୟରଥ, ସଞ୍ଜର ରାୟ ଓ ଡକ୍ଟର ଇନ୍ଦିରା ରାୟ, ବୀରେନ୍ଦ୍ର ପ୍ରସାଦ ସାଇନ୍ ଓ ରୀତା ସାଇନ୍‌, ସୁଶୀଲ ଶର୍ମା, ଜଗଦିସ୍ ଯାଦବ, ବବୁଲୁ ଚକ୍ରବର୍ଚାୀ, ସତ୍ୟନାରାୟଣ ଚତୁର୍ବେଦୀ, ଧିରଜ କୁମାର, ସୁରେନ୍ଦ୍ର ବର୍ମା, କେ. ସଞ୍ଜିବ, ଶିବ ପ୍ରକାଶ, ରବୀନ୍ଦ୍ର ପ୍ରଧାନ,
ନିଗମାନନ୍ଦ ପୃଷ୍ଟି, ଗଗନ ବିଶ୍ୱାଳ, ସବନମ୍ ଆଦେରୀ, ଶିବାନନ୍ଦ ରାଉତ, ପଙ୍କଜ କୁମାର ମିସ୍ତ୍ରୀ, ମେହତାବ ଖାନ୍‌ ଚାନ୍ଦ, ଦୀପକ ଶର୍ମା, ଚନ୍ଦ୍ରଶେଖର ବାରଭେ, ପବନ ଭୁତ୍‌, ବି. ଶ୍ରୀକାନ୍ତ, ହେମନ୍ତ ଶର୍ମା, ଡକ୍ଟର କମଲ ସକ୍‌ସେନା, ଆକ୍ଟର ବ୍ରିଜେସ୍‌, ମିସ୍‌ ଆକାଂକ୍ଷା । ରାଷ୍ଟ୍ରୀୟ ପତ୍ରକାର ମହାସଂଘର ରାଷ୍ଟ୍ରୀୟ ସଭାପତି ଡକ୍ଟର ପବିତ୍ର ମୋହନ ସାମନ୍ତରାୟଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉତ୍ସବରେ ସଙ୍ଗଠନ ସମ୍ପାଦକ ସୁଶୀଲ କୁମାର ଶର୍ମା ପ୍ରାରମ୍ଭିକ ଭାଷଣ ଦେଇଥିଲେ । କାର୍ଯ୍ୟକ୍ରମର ସଂଚାଳନ ମିସ୍ ଆଦିତିଙ୍କ ଦ୍ୱାରା ସମ୍ପନ୍ନ ହୋଇଥିବା ବେଳେ ଆରିୟନ ଓ ଆକାଂକ୍ଷା ସହଯୋଗ କରିଥିଲେ । ଉପାଧ୍ୟକ୍ଷ ସୁରେନ୍ଦ୍ର ବର୍ମା ଧନ୍ୟବାଦ ଅର୍ପଣ କରିଥିଲେ । ସନ୍ଧ୍ୟାରେ ପ୍ରେସ କ୍ଳବ ଅଫ୍ ଇଣ୍ଡିଆ ଠାରେ ଆୟୋଜିତ ସମ୍ବର୍ଦ୍ଧନାର ମୁଖ୍ୟ ଅତିଥି ରାଷ୍ଟ୍ର ଟାଇମ୍ସର ମୁଖ୍ୟ ସମ୍ପାଦକ ବିଜୟ ଶଙ୍କର ଚର୍ତୁର୍ବେଦୀ ଓ ମୁଖ୍ୟବ୍ୟକ୍ତା ଇଶାନ ଟାଇମ୍ସର ମୁଖ୍ୟ ସମ୍ପାଦକ ସଞ୍ଜୟ ରାୟ ରାଷ୍ଟ୍ରୀୟ ଗଣମାଧ୍ୟମ ଦିବସ ଉପରେ ଆଲୋକପାତ କରିଥିଲେ । ଉକ୍ତ ସଭାରେ ରାଷ୍ଟ୍ରୀୟ ପତ୍ରକାର ସଂଘ, ଏନଏମସି ଓ ଆଇଏଫଏସଏମଏନର ପ୍ରତିଷ୍ଠାତା ସଭ୍ୟ, ଆଜୀବନ ସଦସ୍ୟ ଓ ସମସ୍ତ ପ୍ରତିନିଧିମଣ୍ଡଳ ସଦସ୍ୟଙ୍କୁ ମିଶାଇ ୮୪ରୁ ଉର୍ଦ୍ଧ ବ୍ୟକ୍ତି ବିଶେଷଙ୍କୁ ସମ୍ବର୍ଦ୍ଧିତ
କରାଯାଇଥିଲା । ରାଷ୍ଟ୍ରୀୟ ଅଧ୍ୟକ୍ଷ ଡକ୍ଟର ପବିତ୍ର ମୋହନ ସାମନ୍ତରାୟଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସମ୍ବର୍ଦ୍ଧନାଉତ୍ସବକୁ ଦିଲ୍ଲୀ ପ୍ରଦେଶ ପ୍ରଭାରୀ ବୀରେନ୍ଦ୍ର ପ୍ରସାଦ ସାହିନ ପରିଚାଳନା କରିଥିଲେ । ଉପାଧ୍ୟକ୍ଷ ସୁରେନ୍ଦ୍ର ବର୍ମା ଧନ୍ୟବାଦ ଅର୍ପଣ କରିଥିଲେ । ତତ୍ ରଦିନ ଯନ୍ତର ମନ୍ତ୍ରର ଠାରେ ଆୟୋଜିତ ବିଶାଳ ମହା ଧାରଣା ରାଷ୍ଟ୍ରୀୟ ଅଧ୍ୟକ୍ଷ ଡକ୍ଟର ପବିତ୍ର ମୋହନ ସାମନ୍ତରାୟଙ୍କ ପ୍ରତ୍ୟେକ୍ଷ ତଚା୍ୱାବଧାନରେ
ଅନୁଷ୍ଠିତ ହୋଇଥିଲା । ଭାରତୀୟ ମଜଦୁର ସଂଘର ଦିଲ୍ଲୀ ପ୍ରଭାରୀ ଶ୍ରୀ ଦେବେନ୍ଦ୍ର କୁମାର ପାଣ୍ଡେ, ସିଟୁର
ସାଧାରଣ ସମ୍ପାଦକ ଅନୁରାଗ ସାକ୍‌ସେନା, ଆଇଏମର ରାଷ୍ଟ୍ରୀୟ ସଭାପତି ସଞ୍ଜୟ ରାୟ, ଆଇଏଫଏସଏମଏନର ଅଧ୍ୟକ୍ଷ ଅରୁଣ ଗୋଏଲ, ଏନଏମସିର ଉପାଧ୍ୟକ୍ଷ ସୁରିନ୍ଦର ବର୍ମା ତଥା ଅନେକ ଗଣ ମାଧ୍ୟମ ସଙ୍ଗଠନର ନେତୃବୃନ୍ଦ ସାମ୍ବାଦିକମାନଙ୍କ ବିଭିନ୍ନ ସମସ୍ୟା ବିଷୟରେ ସବିଶେଷ
ଆଲୋଚନା ସହ ସରକାର ନିକଟରେ ସମାଧାନ ନିମନ୍ତେ ଦାବି ଉପସ୍ଥାପନ କରିଥିଲେ । ମାନ୍ୟବର ପ୍ରଧାନମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଏକ ୨୨ ଦଫା ସମ୍ବଳିତ ଦାବି ତ୍ର ପ୍ରଦାନ କରାଯାଇଥିଲା । ଯେଉଁଥିରେ ଗଣମାଧ୍ୟମକୁ ଚତୁର୍ଥ ସ୍ତମ୍ଭର ସାମ୍ବିଧାନକ ଦର୍ଯ୍ୟା ପ୍ରଦାନ, ସାମ୍ବାଦିକ ସୁରକ୍ଷା ଆଇନ ପ୍ରଣୟନ ଇତ୍ୟାଦି
ଅର୍ନ୍ତଭୁକ୍ତ । ଉକ୍ତ ପ୍ରତିବାଦ ସଭାରେ ୨୫ ରାଜ୍ୟରୁ ଏକଶହରୁ ଉର୍ଦ୍ଧ୍ୱ ଗଣମାଧ୍ୟମ ବ୍ୟକ୍ତିତ୍ୱ ସର୍ବଶ୍ରୀ ସୁଶୀଲ ଶର୍ମା, ଜଗଦୀଶ ଯାଦବ, ପଙ୍କଜ ମିସ୍ତ୍ରୀ, ସତ୍ୟନାରାୟଣ ଚତୁର୍ବେଦୀ, ପବନ୍ ଭୁତ୍‌, ଗୋବିନ୍ଦ ରାତ୍ରେ, ଶାନ୍ତି ଗୌତମ, ବିକାଶ ଶର୍ମା, ଶିବାନୀ, କେ.ଡ଼ି. ମିଶ୍ର, ବବୁଲ୍‌ୁ ଚକ୍ରବର୍ଚାୀ, ମନୋଜ ଗୋଏଲ, ବିରେନ୍ଦ୍ର ପଠାଣିଆ, ତାହିର ଅହମଦ୍‌, ଭାନ୍ରୁତାପ ନାୟକ, ବି.ଶ୍ରୀକାନ୍ତ, ହେମନ୍ତ ଶର୍ମା, ପ୍ରିୟବ୍ରତ ନାୟକ, ଦୀପକ ଶ୍ରମା ପ୍ରମୁଖ ଅନ୍ତର୍ଭୁକ୍ତ ।


error: Content is protected !!