ନୂଆପଡ଼ା ଜିଲ୍ଲାପାଳ ସଦଭାବନା ସଭା ଗୃହ ପରିସର ମଧ୍ୟରେ ଜାତୀୟ ସମ୍ବିଧାନ ଦିବସ ପାଳିତ


ନୂଆପଡ଼ା ଜିଲ୍ଲାପାଳ ସଦଭାବନା ସଭା ଗୃହ ପରିସର ମଧ୍ୟରେ ଜାତୀୟ ସମ୍ବିଧାନ ଦିବସ ପାଳିତ -୨୦୨୪ ତା:୨୬.୧୧. ନୂଆପଡ଼ା ଜିଲ୍ଲାପାଳ ମଧୁସୂଦନ ଦାସ ଙ୍କ ଅଧ୍ୟକ୍ଷତା ରେ ଜିଲ୍ଲାପାଳ ସଦଭାବନା ସଭା ଗୃହ ପରିସର ମଧ୍ୟରେ ଜାତୀୟ ସମ୍ବିଧାନ ଦିବସ-୨୦୨୪ ପାଳିତ ହୋଇଯାଇଅଛି। ଭାରତ ବର୍ଷ ରେ ଏକ ସମ୍ବିଧାନ ଏବଂ ଏକ ଭାରତ ଗଠନ ର ପ୍ରକ୍ରିୟା ଆରମ୍ଭ ହୋଇଥିବା ବେଳେ ପ୍ରତ୍ୟେକ ନାଗରିକ ସମ୍ବିଧାନ ପ୍ରତି ଅଗାଢ ସମ୍ମାନ, ସମ୍ବିଧାନ ଆମ ସ୍ୱାଭିମାନ ହେବା ଆବଶ୍ୟକ ବୋଲି ବୈଠକ ରେ ମତପ୍ରକାଶ ପାଇଛି। ବିଶେଷ ରୂପେ ସମ୍ବିଧାନ ପ୍ରଣୟତା ବାବା ସାହେବ୍ ଆମ୍ବେଦକର ଙ୍କ ଅବଦାନ ଅତୁଳନୀୟ ଅଟେ ସଭାରେ ଅତିଥିମାନେ ମତବ୍ୟକ୍ତ କରିଥିଲେ
୭୫ ତମ ସମ୍ବିଧାନ ଦିବସ ଜିଲ୍ଲା ପ୍ରଶାସନ ପକ୍ଷ ରୁ ପାଳିତ ହୋଇଥିବା ବେଳେ ଅତିରିକ୍ତ ଜିଲ୍ଲାପାଳ ସୁବାଷ ଚନ୍ଦ୍ର ରାଇତା, ଜିଲ୍ଲା ଉନ୍ନୟନ ଅଧିକାରୀ ଲମ୍ବୋଦର ଧରୁଆ,ଉପଜିଲ୍ଲାପାଳ ଯୋଗେନ୍ଦ୍ର ମାଝୀ, ପାଞ୍ଚ ଗୋଟି ବ୍ଲକ୍ ଗୋଷ୍ଠୀ ଉନ୍ନୟନ ଅଧିକାରୀ, ପାଞ୍ଚ ତାହସିଦାର, ଜିଲ୍ଲା ସ୍ତରୀୟ ଅଧିକାରୀମାନେ ଯୋଗ ଦେଇ ଶପଥ ପାଠ କରିଥିଲେ।


error: Content is protected !!