ଚଢ଼ା ଦରରେ ଆଳୁ ବିକ୍ରି କରାଯାଉଥିବା ଅଭିଯୋଗରେ ଟ୍ୱିନ୍ ସିଟି କଟକ ଓ ଭୁବନେଶ୍ୱରରେ ଯୋଗାଣ ବିଭାଗର ପକ୍ଷରୁ ଚଢ଼ାଉ କରାଯାଇଛି। ଭୁବନେଶ୍ୱର ୪ନଂ ମାର୍କେଟରେ ଯୋଗାଣ ବିଭାଗ ପକ୍ଷରୁ ଚଢ଼ାଉ କରାଯାଇଥିବା ବେଳେ କଟକ ଛତ୍ର ବଜାରରେ ଦୋକାନ ଓ ଗୋଦାମରେ ଚଢ଼ାଉ କରାଯାଇଛି।
ଭୁବନେଶ୍ୱରରେ ଆଳୁ ୪୦ ଟଙ୍କାରୁ ଅଧିକ ଦରରେ ବିକ୍ରି କରାଗଲା କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଯୋଗାଣ ଅଧିକାରୀ କହିଛନ୍ତି। ଭୁବନେଶ୍ୱର ୪ନଂ ମାର୍କେଟରେ ଚଢ଼ାଉ ବେଳେ ଯୋଗାଣ ଅଧିକାରୀ କହିଛନ୍ତି, ୪୦ ଟଙ୍କାରୁ ଅଧିକ ବିକିଲେ ଦୋକାନୀକୁ ପ୍ରଥମେ ନୋଟିସ ଦିଆଯିବ। ସେମାନେ ନୋଟିସରେ କ’ଣ ଜବାବ ରଖିବେ ତାକୁ ଆମେ ଦେଖିବୁ। ପରେ ତାଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନିଆଯିବ ।ବ୍ୟବସାୟୀଙ୍କୁ ରେଟ୍ ଚାର୍ଟ ଲଗାଇବାକୁ କୁହାଯାଇଛି।
ସେହିପରି ଆଜି ସକାଳେ କଟକ ଛତ୍ର ବଜାରରେ ଆଳୁ କିଲୋପ୍ରତି ୫୦ ଟଙ୍କା ବିକ୍ରି ହେଉଥିଲା। ଏନେଇ ଖବର ପ୍ରକାଶ ପାଇବା ପରେ କଟକ ଛତ୍ରବଜାରରେ ବିଭିନ୍ନ ଦୋକାନ ଓ ଗୋଦାମରେ ଯୋଗାଣ ବିଭାଗ ପକ୍ଷରୁ ଚଢ଼ାଉ କରାଯାଇଛି। ଏବେ ଆଳୁ କିଲୋପ୍ରତି ଛତ୍ର ବଜାରରେ ୪୫ ଟଙ୍କା ମୂଲ୍ୟରେ ବିକ୍ରି ହେଉଥିବା ସୂଚନା ରହିଛି।
*ଜଣେ ଗ୍ରାହକ କହିଛନ୍ତି, ଆଜି ସକାଳେ ଛତ୍ରବଜାରରେ ଆଳ କିଲୋପ୍ରତି ୫୦ ଟଙ୍କାରେ ବିକ୍ରି କରାଯାଉଥିଲା। କେହି ଦର କମାଇଲେ ନାହିଁ। ଏଥିପାଇଁ ମୁଁ ଆଳୁ ନ ନେଇ ଘରକୁ ପଳାଇଥିଲି। ଯୋଗାଣ ବିଭାଗ ଚଢ଼ାଉ କରିଥିବା ଖବର ପାଇଲି। ପରେ ଆସି ଦେଖିଲା ବେଳକୁ ଆଳ
More Stories
ଡାକ୍ତର ନରେନ୍ଦ୍ର ଦଭୋଲେକର ସ୍ମାରକୀ ଜାତୀୟ ପୁରସ୍କାର 2024ବର୍ଷ ପାଇଁ ଓଡ଼ିଶାର ବିଶିଷ୍ଟ ସମାଜ ସଂସ୍କାରକ ଦେବେନ୍ଦ୍ର ସୁତାର ଙ୍କୁ ପ୍ରଦାନ
କେନ୍ଦ୍ର ଗୃହମନ୍ତ୍ରୀ ଅମିତ୍ ସାହା ରାଜ୍ୟ ସଭା ରେ ଦେଇଥିବା ଉଦବୋଧନ
ରାହୁଲ ଗାନ୍ଧୀ ଠେଲି ଦେଲେ: ପ୍ରତାପ