ପରଜଙ୍ଗ — ଢେ଼ଙ୍କାନାଳ ଜିଲ୍ଲା ପରଜଙ୍ଗ ବ୍ଲକ ଆଖୁଆପାଳ ପଞ୍ଚାୟତ ରଙ୍ଗଥଳୀ ଗ୍ରାମରେ ବୁଧବାର ବିଳମ୍ବିତ ରାତିରେ ଅଗ୍ନିକାଣ୍ଡ ଘଟି ଦୁଇଟି ପରିବାର ଚାଳଛପର ଘର ନିମିଷକେ ମଧ୍ୟରେ ଭସ୍ମୀଭୂତ ହୋଇଯାଇଥିବା ଜଣାପଡିଛି । ଉକ୍ତ ଗ୍ରାମର ସନ୍ତୋଷ ଜେନା ଓ ଅଜିତ୍ ଜେନାଙ୍କ ପରିବାର ବୁଧବାର ଦିନ ରାତିରେ ଖାଇସାରି ଶୋଇଥିବା ଅବସ୍ଥାରେ ଚାଳ ନିଆଁ ଲାଗିଥିଲା । ଯାହା ଫଳରେ ଉଭୟ ପରିବାରଙ୍କ ଘର ନିମିଷକ ମଧ୍ୟରେ ଭସ୍ମୀଭୂତ ହୋଇ ଘ ବ୍ୟାପକ କ୍ଷୟକ୍ଷତି ହୋଇଯାଇଛି।
ବିଳମ୍ବିତ ରାତିରେ ଚାଳରେ ହଠାତ୍ ନିଆଁ ଲାଗିଥିବା ପରିବାର ଜାଣିପାରି ପରିବାର ଲୋକେ ଭୟରେ ବାହାରକୁ ପଳାଇଆସିଥିଲେ।ପରିବାରଙ୍କ ହୋହାଲ୍ଲା ଶୁଣି ନିକଟରେ ବସବାସ କରୁଥିବା ପରିବାର ଲୋକମାନେ ଦୌଡ଼ି ଆସିଥିଲେ ମଧ୍ୟ ନିଆଁକୁ ଆୟତ୍ତ କରି ନପାରି ପରଜଙ୍ଗ ଅଗ୍ନିଶମ ସେବା କେନ୍ଦ୍ରକୁ ଜଣାଇଥିଲେ ।ଖବର ପାଇ ଅଗ୍ନିଶମ ବିଭାଗ କର୍ମଚାରୀ ପହଞ୍ଚି ନିଆଁକୁ ଆୟତ୍ତ କରିନେଇଥିଲେ ମଧ୍ୟ ସେତେ ବେଳକୁ ଘର ଭିତରେ ରହିଥିବା ସମସ୍ତ ଆସବାବପତ୍ର ଦରକାରୀ କାଗଜପତ୍ର ଓ ଘର ଭିତରେ ରହିଥିବା ୭ ଗୋଟି ଛେଳିଙ୍କ ମଧ୍ୟରୁ ୪ ଟି ଛେଳି ଜୀବନ୍ତ ଦଗ୍ଧ ହୋଇ ମୃତ୍ୟୁ ବରଣ କରିଥିବା ପରିବାର ପକ୍ଷରୁ ସୂଚନା ମିଳିଛି ।ଜଳି ନଷ୍ଟ ହୋଇଯାଇଛି। ଯେପରି କଥାରେ ଅଛି ” ଘୋଡ଼ା ଚଢ଼ାଠାରୁ ସମ୍ପତ୍ତି ନାହିଁ , ଘର ପୋଡ଼ି ଠାରୁ ବିପତ୍ତି ନାହିଁ ” ଠିକ୍ ସେହିପରି ବର୍ତ୍ତମାନ ଶୀତ କାକରରୁ ରକ୍ଷା ପାଇବା ପାଇଁ ଯଥାଶୀଘ୍ର ଉଭୟ ପରିବାରକୁ ସରକାରୀ ସହାୟତା ଯୋଗାଇ ଦେବା ସହିତ ଆବାସ ଯୋଜନାରେ ଅନ୍ତର୍ଭୁକ୍ତ କରାଯାଇ ଆବାସ ଗୃହ ଯୋଗାଇ ଦେବାକୁ ଗ୍ରାମବାସୀ ଦାବି କରିଛନ୍ତି। ( ଢେ଼ଙ୍କାନାଳ ଜିଲ୍ଲା ପରଜଙ୍ଗ ବ୍ଲକରୁ ନିର୍ମଳ ଗଡ଼ ନାୟକଙ୍କ ରିପୋର୍ଟ )
More Stories
ଡାକ୍ତର ନରେନ୍ଦ୍ର ଦଭୋଲେକର ସ୍ମାରକୀ ଜାତୀୟ ପୁରସ୍କାର 2024ବର୍ଷ ପାଇଁ ଓଡ଼ିଶାର ବିଶିଷ୍ଟ ସମାଜ ସଂସ୍କାରକ ଦେବେନ୍ଦ୍ର ସୁତାର ଙ୍କୁ ପ୍ରଦାନ
କେନ୍ଦ୍ର ଗୃହମନ୍ତ୍ରୀ ଅମିତ୍ ସାହା ରାଜ୍ୟ ସଭା ରେ ଦେଇଥିବା ଉଦବୋଧନ
ରାହୁଲ ଗାନ୍ଧୀ ଠେଲି ଦେଲେ: ପ୍ରତାପ