ଓଡ଼ିଶାର ଜୀବନରେଖା କୁହାଯାଉଥିବା ମହାନଦୀକୁ ନେଇ ସଂସଦରେ ଉଦବେଗ ପ୍ରକାଶ କରିଛନ୍ତି କଂଗ୍ରେସ ସାଂସଦ ସପ୍ତଗିରି ଉଲ୍ଲାକା ।


ଓଡ଼ିଶାର ଜୀବନରେଖା କୁହାଯାଉଥିବା ମହାନଦୀକୁ ନେଇ ସଂସଦରେ ଉଦବେଗ ପ୍ରକାଶ କରିଛନ୍ତି କଂଗ୍ରେସ ସାଂସଦ ସପ୍ତଗିରି ଉଲ୍ଲାକା । ଉପର ମୁଣ୍ଡରେ ଥାଏ ଫାଇଦା ନେଉଛି ଛତିଶଗଡ଼, ଆଉ ତଳ ମୁଣ୍ଡରେ ଥାଇ ସମସ୍ୟା ଭୋଗୁଛି ଓଡ଼ିଶା । ଏକାଧିକ ବ୍ୟାରେଜ ନିର୍ମାଣ କରି କୃଷି, ଶିଳ୍ପ ଓ ପିଇବା ପାଣି ବାବଦକୁ ମହାନଦୀକୁ ଶୋଷି ନେଉଛି ଛତିଶଗଡ଼ । ଫଳରେ ତଳମୁଣ୍ଡରେ ଥିବା ଓଡ଼ିଶାର ହୀରାକୁଦ ଡ୍ୟାମରେ ଜଳାଭାବ ଦେଖାଦେଉଛି । ଏପରିକି ଓଡ଼ିଶାର ମହାନଦୀ ଅବବାହିକାରେ ପରିବେଶକୁ ଏହା ପ୍ରଭାବିତ କରୁଛି । ୨୦୧୮ରୁ ମହାନଦୀ ଜଳ ବିବାଦର ସମାଧାନ ପାଇଁ ଟ୍ରିବ୍ୟୁନାଲ ଗଠନ ହୋଇଛି । ଅହେତୁକ ବିଳମ୍ୱ ଯୋଗୁଁ ମହାନଦୀ ଉପରେ ନିର୍ଭରଶୀଳ ଲୋକେ ହାଇରାଣ ହେଉଛନ୍ତି ।

ରୁଲ ୩୭୭ରେ ଏହି ପ୍ରସଙ୍ଗ ଉଠାଇ କେନ୍ଦ୍ର ସରକାରଙ୍କ ହସ୍ତକ୍ଷେପ ଲୋଡ଼ିଛନ୍ତି କଂଗ୍ରେସ ସାଂସଦ । ଓଡ଼ିଶା-ଛତିଶଗଡ ମଧ୍ୟରେ ଆଲୋଚନା ପାଇଁ ବାଟ ବାହାର କରିବାକୁ ଦେଇଛନ୍ତି ପ୍ରସ୍ତାବ । ମହାନଦୀ ଜଳବିବାଦକୁ ନେଇ ଗଠିତ ଟ୍ରିବ୍ୟୁନାଲର ବୟସ ବଢୁଛି କିନ୍ତୁ ମହାନଦୀ ଶୁଖୁଛି । ଟ୍ରିବ୍ୟୁନାଲର ଅଧ୍ୟକ୍ଷ ପଦରୁ ଅବସରପ୍ରାପ୍ତ ବିଚାରପତି ଜଷ୍ଟିସ ଏ.ଏମ.ଖାନୱାଲିକର ମାର୍ଚ୍ଚ ୧୨ରେ ଇସ୍ତଫା ଦେଇଥିଲେ । ଆଉ ଦୁଇ ସଭ୍ୟ ଅଛନ୍ତି, ଅଥଚ ସ୍ଥାୟୀ ଅଧ୍ୟକ୍ଷ ନଥିବାରୁ ବନ୍ଦ ରହିଛି ଟ୍ରିବ୍ୟୁନାଲଙ୍କ ଶୁଣାଣି । କେନ୍ଦ୍ର ସରାକର ସବୁ ଜାଣି ଚୂପ ବସିଛନ୍ତି ଓ ରାଜ୍ୟ ସରକାର ମଧ୍ୟ ନୀରବ ଅଛନ୍ତି ।

ରାଜ୍ୟରେ ଡବଲ ଇଂଜିନ ସରକାର ଆସିବା ପରେ ମହାନଦୀର ଜଳବିବାଦର ସ୍ଥାୟୀ ସମାଧାନ ଚୁଟକିରେ ହେବ ବୋଲି ଲୋକେ ଆଶା ରଖିଥିଲେ । ହେଲେ ଦିଲ୍ଲୀରେ ଛତିତଶଗଡ଼ ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନାରେ ଅଟକିଯାଇଛି ସରକାରଙ୍କ ଉଦ୍ୟମ ।


error: Content is protected !!