ନୂଆଦିଲ୍ଲୀ: ଆଫଗାନିସ୍ତାନରେ ହୋଇଥିବା ବିମାନ ଆକ୍ରମଣକୁ ନେଇ ପାକିସ୍ତାନର ପୋଲ୍ ଖୋଲିଦେଲା ଜାତିସଂଘ। ଆଫଗାନିସ୍ତାନରେ ଥିବା ଜାତିସଂଘ ସହାୟତା ମିଶନ (UNAMA) ଏକ ବିବୃତ୍ତି ଜାରି କରି କହିଛି ଯେ, ପାକିସ୍ତାନ ବେହସୁଦ ଏବଂ ଖୋଗଆନି ସହରରେ ବିମାନ ଆକ୍ରମଣ କରିଛି, ଯେଉଁଥିରେ ୧୨ ଜଣ ସାଧାରଣ ନାଗରିକ ପ୍ରାଣ ହରାଇଛନ୍ତି। ମୃତକଙ୍କ ମଧ୍ୟରେ ଶିଶୁ ଏବଂ ମହିଳା ମଧ୍ୟ ଅଛନ୍ତି।
UNAMA ଅନୁଯାୟୀ, ବରମଲ୍ ଏବଂ ଉରଗୁନ୍ରେ ପାକିସ୍ତାନର ଆକ୍ରମଣରେ କୌଣସି ସାଧାରଣ ନାଗରିକଙ୍କ ମୃତ୍ୟୁ ହୋଇନାହିଁ।
ଜାତିସଂଘ ପାକିସ୍ତାନର ମିଛକୁ ପର୍ଦ୍ଦାଫାସ କରିଛି…
ପାକିସ୍ତାନର ପୋଲ୍ ଖୋଲିବାକୁ ଯାଇ ଜାତିସଂଘ ପର୍ଦ୍ଦାଫାସ କରିଛି ଯେ, ଏହା TTP ଏବଂ ଇସଲାମିକ୍ ଷ୍ଟେଟର ଆତଙ୍କବାଦୀ ଶିବିର ଉପରେ ଆକ୍ରମଣ କରି ଆତଙ୍କବାଦୀ ମାନଙ୍କୁ ହତ୍ୟା କରିଛି। ଏହି ସମୟରେ ଭାରତ ରବିବାର ସକାଳେ ଆଫଗାନିସ୍ତାନରେ ପାକିସ୍ତାନୀ ସେନାର ବିମାନ ଆକ୍ରମଣକୁ କଡ଼ା ସମାଲୋଚନା କରି ଏହାକୁ ଦାୟିତ୍ୱହୀନ ବୋଲି କହିଛି।
ଭାରତ ଆଫଗାନିସ୍ତାନ ଉପରେ ପାକିସ୍ତାନର ବିମାନ ଆକ୍ରମଣକୁ ନିନ୍ଦା କରିଛି…
ଭାରତର ବୈଦେଶିକ ମନ୍ତ୍ରଣାଳୟର ସରକାରୀ ମୁଖପାତ୍ର ରଣଧୀର ଜୟସୱାଲ କହିଛନ୍ତି ଯେ, ରମଜାନର ପବିତ୍ର ଅବସରରେ ପାକିସ୍ତାନର କାର୍ଯ୍ୟକୁ ଭାରତ କଡ଼ା ନିନ୍ଦା କରୁଛି। ସେ ଆହୁରି କହିଛନ୍ତି, “ପାକିସ୍ତାନର ଆଭ୍ୟନ୍ତରୀଣ ବିଫଳତାକୁ ବାହ୍ୟ ଭାବରେ ପ୍ରଦର୍ଶିତ କରିବା ପାଇଁ ଏହା ଆଉ ଏକ ପ୍ରୟାସ। ଭାରତ ଆଫଗାନିସ୍ତାନର ସାର୍ବଭୌମତ୍ୱ, କ୍ଷେତ୍ରୀୟ ଅଖଣ୍ଡତା ଏବଂ ସ୍ୱାଧୀନତା ପ୍ରତି ସମର୍ଥନ ଦୋହରାଇଛି।” ଏହି ଆକ୍ରମଣ ପରେ ପାକିସ୍ତାନ ଏବଂ ଆଫଗାନିସ୍ତାନ ମଧ୍ୟରେ ଉତ୍ତେଜନା ପୁଣି ଥରେ ବୃଦ୍ଧି ପାଇଛି। ଆଫଗାନିସ୍ତାନ ସରକାରଙ୍କ ଅନୁଯାୟୀ, ବୋମା ବିସ୍ଫୋରଣରେ ଡଜନ ଡଜନ ଲୋକ ପ୍ରାଣ ହରାଇଛନ୍ତି ଏବଂ ଆହତ ହୋଇଛନ୍ତି।

More Stories
କିନ୍ନର ହତ୍ୟା ମାମଲା; ୨୨ ଦିନ ପରେ ତୃତୀୟ ଅଭିଯୁକ୍ତ ଗିରଫ |
କର୍ଣ୍ଣାଟକ କ୍ଷମତା କନ୍ଦଳ: ମନ୍ତ୍ରିମଣ୍ଡଳରେ ସାମିଲ ପାଇଁ ହାଇକମାଣ୍ଡଙ୍କୁ ଚିଠି ଲେଖିଲେ ୩୦ରୁ ଅଧିକ ବିଧାୟକ
ବିଜେଡି ବନ୍ଧୁମିଳନ ସଫଳତା ପାଇଁ କୃତଜ୍ଞତା ଜ୍ଞାପନ |