କ୍ରାଇମିବ୍ରାଞ୍ଚ ହାତରେ ଧରା ହେବା ପରେ ଓଡିଶା କ୍ରାଇମିବ୍ରାଞ୍ଚ ସ୍ପଷ୍ଟ କରିଛନ୍ତି


ଓଡିଶା ରାଜ୍ୟର ଯାଜପୁର ଜିଲ୍ଲା ଧର୍ମଶାଳା ଥାନା ନେଉଳପୁର ଗ୍ରାମରେ କାଶ୍ମୀର ରାଜ୍ୟର ନାଗରିକ କାଶ୍ମୀର ପୋଲିସର ମୋଷ୍ଟ ୱାଣ୍ଟେଡ ଆତଙ୍କୀବାଦୀ ସୟଦ ଇସାନ ବୁଖାରୀ ଦୀର୍ଘ ୫ ବର୍ଷ ହେଲା ରହୁଥିବା ବେଳେ ଓଡିଶା କ୍ରାଇମିବ୍ରାଞ୍ଚ ହାତରେ ଧରା ହେବା ପରେ ଓଡିଶା କ୍ରାଇମିବ୍ରାଞ୍ଚ ସ୍ପଷ୍ଟ କରିଛନ୍ତି ଯେ ମୋଷ୍ଟ ୱାଣ୍ଟେଡ ଆତଙ୍କୀବାଦୀ ସୟଦ ଇସାନ ବୁଖାରୀ ପାକିସ୍ତାନର ଆଇଏସଆଇ ସହିତ ଲିଙ୍କ ଅଛି | ଏହି ଘଟଣା ସାରା ଭାରତ ବର୍ଷରେ ଚର୍ଚ୍ଚାର ବିଷୟ ହୋଇଥିଲା ବେଳେ ଏହି ସମ୍ବେଦନଶୀଳ ଘଟଣାରେ ମାନ୍ୟବର କମିଶନ ହସ୍ତକ୍ଷେପ କରି ମାନ୍ୟବର କମିଶନଙ୍କ ଏକ ସ୍ପେଶାଲ ଟିମ ତଦନ୍ତ କରିବାକୁ ଜାତୀୟ ମାନବ ଅଧିକାର କମିଶନଙ୍କ ଏନ.ଏଚ.ଆର.ସି କେଶ ନମ୍ବର ୨୦୭୫୪/୨୦୨୩ କେଶ ଦାଏର କଲେ ନ୍ୟାୟ ପାଇଁ ଲଢେଇ ପରିବାରର ରାଜ୍ୟ ସଭାପତି ସୁବ୍ରତ କୁମାର ଦାଶ |ଏହି ମାମଲାରେ କେନ୍ଦ୍ର ଗୃହ ବିଭାଗ ଭାରତ ସରକାର, ପୋଲିସ ଡିଜି ଓଡିଶା, ରାଜ୍ୟ ଗୃହ ବିଭାଗ ଓଡିଶା ଏବଂ ଜାମ୍ମୁ କାଶ୍ମୀର ପୋଲିସ ଡିଜି, ଜାମ୍ମୁ କାଶ୍ମୀର ଗୃହ ବିଭାଗଙ୍କୁ ପକ୍ଷଭୁକ୍ତ କରାଯାଇଛି |


error: Content is protected !!