ବରଗଡ଼, ୦୨/୦୪: ସ୍ୱାସ୍ଥ୍ୟ ସେବା କ୍ଷେତ୍ରରେ ବରଗଡ଼ ସହରରେ ଏକ ନୂତନ ଅଧ୍ୟାୟ ସୃଷ୍ଟି କରିଛି ଜୀରା ନଦୀ କୁଳରେ ଅବସ୍ଥିତ “ରାଜ୍ ପୋଲି କ୍ଲିନିକ୍ ଆଣ୍ଡ ଡ଼ାଇଗ୍ନୋଷ୍ଟିକ୍ ସେଣ୍ଟର” । ୨୦୦୭ ମସିହାରୁ ସ୍ଥାନୀୟ ଅଞ୍ଚଳରେ ଜନସାଧାରଣଙ୍କ ସେବା କରି ଆସୁଥିବା ଏହି ଅନୁଷ୍ଠାନ ଏବେ ଅତ୍ୟାଧୁନିକ ପ୍ରଯୁକ୍ତିବିଦ୍ୟା ଓ ମାନବିକତାର ଏକ ମିଳନ ସ୍ଥଳ ସାଜିଛି ।
ଏଠାରେ ଅତ୍ୟାଧୁନିକ ଯନ୍ତ୍ରପାତି ଦ୍ୱାରା ସମସ୍ତ ପ୍ରକାର ଜଟିଳ ରୋଗ ପରୀକ୍ଷା ଅତି ନିଖୁଣ ଭାବେ କରାଯାଉଛି । କେବଳ ବ୍ୟବସାୟ ନୁହେଁ, ବରଂ ନିୟମିତ ବ୍ୟବଧାନରେ ବିଭିନ୍ନ ସ୍ୱାସ୍ଥ୍ୟ ଶିବିର ଓ ସେବାମୂଳକ କାର୍ଯ୍ୟକ୍ରମ ମାଧ୍ୟମରେ ଏହି ସ୍ୱାସ୍ଥ୍ୟ କେନ୍ଦ୍ର ନିଜର ସାମାଜିକ ଦାୟିତ୍ୱ ମଧ୍ୟ ସୁଚାରୁରୂପେ ତୁଲାଇ ଆସୁଛି । ଗରିବ ଓ ଅସହାୟଙ୍କୁ ସୁଲଭ ମୂଲ୍ୟରେ ଉନ୍ନତ ସେବା ଯୋଗାଇ ଦେବା ଏହି ଅନୁଷ୍ଠାନର ମୁଖ୍ୟ ଲକ୍ଷ୍ୟ ପାଲଟିଛି ।ସେହିପରି ବିଭିନ୍ନ ବିଭାଗର ଅଭିଜ୍ଞ ବିଶେଷଜ୍ଞ ଡାକ୍ତରମାନେ ନିୟମିତ ଭାବେ ଏଠାରେ ରୋଗୀଙ୍କୁ ପରାମର୍ଶ ଓ ଚିକିତ୍ସା ପ୍ରଦାନ କରୁଛନ୍ତି । ଯେଉଁ ରୋଗୀମାନେ କ୍ଲିନିକକୁ ଆସିବା ପାଇଁ ଅସମର୍ଥ, ସେମାନଙ୍କ ପାଇଁ “ହୋମ କଲେକ୍ସନ” ବ୍ୟବସ୍ଥା ମାଧ୍ୟମରେ ଘରକୁ ଯାଇ ରକ୍ତ ନମୁନା ସଂଗ୍ରହ କରାଯାଉଛି ।
ମଧୁମେହ (Diabetes), Lipid Profile, Renal ଓ Hepatic Profile ସମେତ Vitamin D, B12, Hormone Assay ଏବଂ Sickling ଭଳି ସମସ୍ତ ପରୀକ୍ଷା ଏଠାରେ ସୁବିଧାରେ ଉପଲବ୍ଧ । ସଠିକ୍ ସମୟରେ ନିର୍ଭୁଲ ରିପୋର୍ଟ ପ୍ରଦାନ କରିବାରେ “ରାଜ୍ ପୋଲି କ୍ଲିନିକ୍” ବରଗଡ଼ରେ ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛି ।

More Stories
ବ୍ୟବସାୟୀ ଗୁଣ୍ଡା ସାହୁ ଅପହରଣ ମାମଲା: ସରିଲା କ୍ଷୀତିଶଙ୍କ ରିମାଣ୍ଡ ଅବଧି, ପୋଲିସ ହାତରେ ଲାଗିଲା କିଛି ନୂଆ ତଥ୍ୟ
ଦିଗପହଣ୍ଡି ଗଞ୍ଜେଇ ଚୋରା ଚାଲାଣ ଘଟଣା: ଗିରଫ ହେଲେ ଅଭିଯୁକ୍ତ ୨ ଭାଇ, କାରବାର ପଛର ଗୁମର ଖୋଲିଲା…
ଭୁବନେଶ୍ବରରେ ଚାଞ୍ଚଲ୍ୟ; ବନ୍ଧୁକ ଦେଖାଇ ଯୁବତୀଙ୍କୁ ବଳାତ୍କାର