ଅଯୋଧ୍ୟାରେ ପହଞ୍ଚିଛି ଧ୍ୱଜଦଣ୍ଡ


💐 ଅଯୋଧ୍ୟାରେ ପହଞ୍ଚିଛି ଧ୍ୱଜଦଣ୍ଡ। ଅହମଦାବାଦ ଗୋଟାରୁ ଅଯୋଧ୍ୟା ଆସିଛି ୭ଟି ଧ୍ୱଜଦଣ୍ଡ। ଗୋଟିଏ ଧ୍ୱଜଦଣ୍ଡ ୪୪ ଫୁଟର ଥିବା ବେଳେ ବାକି ୬ଟି ଧ୍ୱଜଦଣ୍ଡ ୨୦ ଫୁଟ୍ ଲେଖାଏ ରହିଛି।

★ ଏହାକୁ ଶିଖର ଧ୍ୱଜଦଣ୍ଡ ବୋଲି କୁହାଯାଉଛି। ଶ୍ରୀରାମ ମନ୍ଦିର ଚୂଡ଼ାରେ ଲାଗିବ ଏହି ଧ୍ୱଜଦଣ୍ଡ। ଏହିଥିରେ ହିଁ ପତାକା ଲାଗିବ। ମୁଖ୍ୟ ମନ୍ଦିରରେ ଲାଗିବାକୁ ଥିବା ଧ୍ୱଜଦଣ୍ଡର ଉଚ୍ଚତା ୪୪ ଫୁଟ୍ ଥିବା ବେଳେ ଏହାର ଓଜନ ୫ ଟନ୍ ରହିଛି।

★ ସେହିପରି ବାକି ୬ଟି ଧ୍ୱଜଦଣ୍ଡ ପାର୍ଶ୍ୱଦେବାଦେବୀଙ୍କ ମନ୍ଦିରରେ ଲାଗିବ। ଗତ ୫ ତାରିଖରେ ଅହମଦାବାଦ ଗୋଟାରୁଧ୍ୱଜଦଣ୍ଡ ଧରି ବାହାରିଥିଲେ ନିର୍ମାଣକାରୀ ସଂସ୍ଥା। ୩ ଦିନର ଯାତ୍ରା ପରେ ଏହି ଧ୍ୱଜଦଣ୍ଡ ଆଜି ଅଯୋଧ୍ୟାରେ ପହଞ୍ଚିଛି।


error: Content is protected !!