ନୂଆଦିଲ୍ଲୀ, ୦୮/୦୪: ତେହେରାନରେ ଥିବା ଭାରତୀୟ ଦୂତାବାସ ବୁଧବାର ଏକ ନୂଆ ପରାମର୍ଶ ଜାରି କରି ଇରାନରେ ରହୁଥିବା ନାଗରିକମାନଙ୍କୁ ଶୀଘ୍ର ଦେଶ ଛାଡିବାକୁ ଅନୁରୋଧ କରିଛି। ଉତ୍ତମ ସମନ୍ୱୟ ଏବଂ ଜରୁରୀକାଳୀନ ପରିସ୍ଥିତି ପାଇଁ କିଛି ହେଲ୍ପଲାଇନ୍ ନମ୍ବର ମଧ୍ୟ ଜାରି କରିଛି। ବିନା ଅନୁମତିରେ ଆନ୍ତର୍ଜାତୀୟ ସୀମାକୁ ନଯିବାକୁ ପରାମର୍ଶ ଦେଇଛି ଦୂତାବାସ।୦୭ ଏପ୍ରିଲ ୨୦୨୬ର ପରାମର୍ଶକୁ ଜାରି ରଖି ଏବଂ ସାମ୍ପ୍ରତିକ ଘଟଣାକ୍ରମକୁ ଦୃଷ୍ଟିରେ ରଖି, ଇରାନରେ ଥିବା ଭାରତୀୟ ନାଗରିକମାନଙ୍କୁ ଦୂତାବାସ ସହିତ ସମନ୍ୱୟ ରଖି ଏବଂ ଦୂତାବାସ ଦ୍ୱାରା ପରାମର୍ଶ ଦିଆଯାଇଥିବା ମାର୍ଗ ବ୍ୟବହାର କରି ଶୀଘ୍ର ଇରାନରୁ ବାହାରି ଯିବାକୁ କଡ଼ା ପରାମର୍ଶ ଦିଆଯାଇଛି” ବୋଲି ନିର୍ଦ୍ଦେଶନାମାରେ କୁହାଯାଇଛି।

More Stories
ଔପଦାରେ ଅଭାବନୀୟ କାଣ୍ଡ: ଏକତରଫା ପ୍ରେମରୁ ଶିକ୍ଷୟତ୍ରୀଙ୍କ ସହ ପରିବାର ସଦସ୍ୟଙ୍କୁ ଗୋଡ଼ାଇ ହାଣିଲେ ପ୍ରେମିକ
ଡିଜିଟାଲ ଠକେଇରୁ କେମିତି ମିଳିବ ମୁକ୍ତି? ବରିଷ୍ଠ ନାଗରିକଙ୍କୁ ନେଇ
୪ ବର୍ଷରୁ କମ ବୟସର ପିଲାମାନଙ୍କୁ ଦିଆଯିବ ନାହିଁ ଏହି ଥଣ୍ଡା-କାଶ ଔଷଧ: କେନ୍ଦ୍ର ସରକାରଙ୍କ ବଡ଼ ନିଷ୍ପତ୍ତି