ନୂଆଦିଲ୍ଲୀ: ପାକିସ୍ତାନରେ ଅଜ୍ଞାତ ବନ୍ଧୁକଧାରୀକୁ ନେଇ ଆଇଏସଆଇ ଏବଂ ଆତଙ୍କୀ ସଂଗଠନ ଲସ୍କର-ଏ-ତୈବା ମଧ୍ୟରେ ଆତଙ୍କ ଖେଳିଛି । ଅଜ୍ଞାତ ବନ୍ଧୁକଧାରୀ ଜଣେ ବରିଷ୍ଠ ଲସ୍କର କମାଣ୍ଡର ଏବଂ ଆଇଏସଆଇ ସହିତ ଜଡିତ ଜଣେ ନିମ୍ନସ୍ତରର ଅଧିକାରୀଙ୍କୁ ହତ୍ୟା କରିଛନ୍ତି । ମୃତ ବ୍ୟକ୍ତିମାନଙ୍କ ପରିଚୟ ମୀର ଶୁକର ଖାନ ରାଇସାନି ଏବଂ ମହମ୍ମଦ ଇକବାଲ ଭାବେ ହୋଇଛି ।
ଅଜ୍ଞାତ ବନ୍ଧୁକଧାରୀଙ୍କ ଦ୍ୱାରା ହୋଇଥିବା ଆକ୍ରମଣ ଯୋଗୁ ଗତ କିଛି ମାସ ମଧ୍ୟରେ ଏଲଇଟି ଅନେକ ଶୀର୍ଷ କମାଣ୍ଡରଙ୍କୁ ହରାଇଛି । ଏଲଟିଇର ଶୀର୍ଷ କମାଣ୍ଡର ରାଇସାନିକୁ ବଲୋଚିସ୍ତାନର କ୍ୱେଟା ନିକଟରେ ହତ୍ୟା କରାଯାଇଛି । ଗୋଟିଏ ଦିନ ପୂର୍ବରୁ ଏଇଟି ଦ୍ୱାରା ଆୟୋଜନ କରାଯାଇଥିବା ଏକ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟକ୍ରମରେ ସେ ଯୋଗ ଦେଇଥିଲା । ବଲୋଚିସ୍ତାନ ଲସ୍କର-ଏ-ତୌବାର ପରିଚାଳନା ଦାୟିତ୍ୱ ରାଇସାନି ହାତରେ ରହିଥିଲା ।
ଏଥିରେ ଯୁବକଙ୍କୁ ସଂଗଠନରେ ସାମିଲ କରିବା ଏବଂ ଆତଙ୍କୀ ଟ୍ରେନିଂ ଦେବା ସାମିଲ ରହିଛି । ତେବେ ଭାରତୀୟ ସୁରକ୍ଷା ଏଜେନ୍ସି ମହମ୍ମଦ ଇକବାଲର ହତ୍ୟାକୁ ଅତି ନିକଟରୁ ଦେଖୁଛନ୍ତି । ଖାୟବର ପଖତୁନଖ୍ୱାର ପର୍ବତାଞ୍ଚଳରେ ଥିବା ଓରାକଜାଇ ଜିଲ୍ଲାରେ ଅଜ୍ଞାତ ବନ୍ଧୁକଧାରୀଙ୍କ ଗୁଳିର ଶିକାର ହୋଇଛି । ଇକବାଲର ମୃତ୍ୟୁ ଏକ ବଡ଼ ପ୍ରଶ୍ନର ଉତ୍ତର ଦେଇଛି, କାରଣ ସେ ଖାୟବର ପଖତୁନଖ୍ୱା ଏବଂ ଆଫଗାନିସ୍ତାନରେ ଇସଲାମିକ୍ ଷ୍ଟେଟ୍ ସହିତ ସିଧାସଳଖ ଜଡିତ ଥିଲେ ।

More Stories
ଖାକିରେ ଦାଗ: ପୋଲିସ ଅଧିକାରୀଙ୍କ ଗଞ୍ଜେଇ ଡିଲ୍ |
ରାଜ୍ୟରେ ପେଟ୍ରୋଲ, ଡିଜେଲ୍ ଅଭାବ
ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ସଚିବସ୍ତରୀୟ ବୈଠକ ଅନୁଷ୍ଠିତ |