ନୂଆଦିଲ୍ଲୀ: ୬ ବର୍ଷର ପ୍ରେମ ସମ୍ପର୍କ । ବାହାହେବାକୁ ଦେଖାଇଲେ ସ୍ବପ୍ନ । ହେଲେ ଶେଷରେ ସେହି ପ୍ରେମିକା ସାଜିଲା ପ୍ରେମିକର ହତ୍ୟାର କାରଣ । ତରୁଣ ହତ୍ୟା ଘଟଣାର ପର୍ଦ୍ଦାଫାସ କରିଛି ପୁଲିସ । ପ୍ରେମିକା ଷଡ଼ଯନ୍ତ୍ରରେ ଏଭରି ଅଘଟଣ ଘଟିଥିବା ଜଣାପଡ଼ିଛି । ବାଲାଘାଟର ହତ୍ୟା ଘଟଣାରେ ଗିରଫ ସଂଖ୍ୟା ୧୨ରେ ପହଞ୍ଚିଛି । ଯୁବତୀଙ୍କ ଦୁଇ ନାବାଳକ ପୁତୁରା ମଧ୍ୟ ଏହି ଘଟଣାରେ ଗିରଫ ହୋଇଛନ୍ତି ।
ସବିତା ନାମକ ଯୁବତୀଙ୍କ ପ୍ରେମରେ ପଡ଼ିଥିଲେ ତରୁଣ । ଉଭୟ ୬ ବର୍ଷ ଧରି ପ୍ରେମ ସମ୍ପର୍କରେ ରହିଥିଲେ । ମିଳାମିଶ କରିବା ସହ ବାହାହେବାକୁ କଥା ଦିଆନିଆ ହୋଇଥିଲେ । ହେଲେ ସବିତାଙ୍କ ବିବାହ ଅନ୍ୟତ୍ର ଠିକ୍ କରିଥିଲେ ପରିବାର ଲୋକେ । ସବିତା ମଧ୍ୟ ଏଥିରେ ରାଜି ହୋଇଥିଲେ । ହେଲେ ତରୁଣ ନିରାଶ କରିନଥିଲେ । ଶେଷ ପର୍ଯ୍ୟନ୍ତ ତାଙ୍କୁ ବିବାହ କରିବେ ବୋଲି ବାରମ୍ବାର କହିଥିଲେ ।
ଆଉ ଯେଉଁଦିନ ବିବାହ ଠିକ୍ ହୋଇଥିଲା ତାଙ୍କୁ ଡାକିଥିଲେ । ଆଉ ସେଠାରୁ ଫେରାର ହେବେ ବୋଲି ମଧ୍ୟ କହିଥିଲେ । ତରୁଣ ମଧ୍ୟ ନିଜ ପ୍ରେମ ପାଇଁ ସବୁ କରିବାକୁ ପ୍ରସ୍ତୁତ ଥିଲେ । ଆଉ ସେ ବିବାହ ମଣ୍ଡପରେ ଯାଇ ପହଞ୍ଚିଥିଲେ । ଯେତେବେଳେ ସବିାତଙ୍କ ଭାଇମାନେ ଦେଖିଥିଲେ ତାଙ୍କ ସହ ଯୁକ୍ତିତର୍କ କରିଥିଲେ । ଆଉ ତାଙ୍କୁ ବାହାରକୁ ଉଠାଇ ନେଇଥିଲେ । ସେଠାରେ ସେମାନେ ପିଟିପିଟି ମାରି ଦେଇଥିଲେ । ଆଉ ଏହା ପୂର୍ବରୁ ପ୍ରେମିକା ହିଁ ଯୋଜନା କରିଥିବା କୁହାଯାଉଛି ।
ତରୁଣଙ୍କୁ ମାରିବା ପରେ ଦୁର୍ଘଟଣାର ରୂପ ଦେବାକୁ ଚେଷ୍ଟା କରିଥିଲେ । ସେମାନେ ଗାଡ଼ି ଚଢ଼ାଇ ଦେଇଥିଲେ । ପୁଲିସ ମୃତଦେହକୁ ଉଦ୍ଧାର କରିବା ସହ ଗରୁତର ସହ ନେଇଥିଲା । ତଦନ୍ତ ଜୋରଦାର କରିଥିବାବେଳେ ସବିତାଙ୍କ ଭାଇ, ସମ୍ପର୍କୀୟ ଭାଇ ଏବଂ ପୁତୁରାମାନେ ଏଥିରେ ସମ୍ପୃକ୍ତିଥିବା ତଦନ୍ତରୁ ଜରାପଡ଼ିଛି । ନୂଆ ବିବାହ କରିଥିବା ସବିତାଙ୍କୁ ମଧ୍ୟ ପୁଲିସ ହେପାଜତରେ ରଖାଯାଇଥିବାବେଳେ ଖୋଳତାଡ଼ କରୁଛି ପୁଲିସ ।

More Stories
ଲାଞ୍ଜିଗଡ଼ ଡିଏଭି ବେଦାନ୍ତ ଆନ୍ତର୍ଜାତୀୟ ବିଦ୍ୟାଳୟର ସିବିଏସଇ ଦ୍ୱାଦଶ ପରୀକ୍ଷାରେ ଚମତ୍କାର ସଫଳତା ।
ବାପା କୁ ମଦ୍ୟପାନ ଅବସ୍ଥାରେ ଦେଖିବାରୁ ଜୀବନ ହାରିଲେ ପୁଅ |
ସୋନିଆ ପୁଣି ଗାନ୍ଧି ଅସୁସ୍ଥ, ମେଦାନ୍ତ ହସ୍ପିଟାଲରେ ଭର୍ତ୍ତି |