May 14, 2026

Now Odisha

Now Odisha

ଅମୂଲ ବଢାଇଲା କ୍ଷୀରର ଦାମ, ଲିଟର ପିଛା ୨ ଟଙ୍କାକୁ ବୃଦ୍ଧି |

Spread the love

ସାଧାରଣ ଲୋକଙ୍କ ରୋଷେଇରେ ପୁଣି ମହଙ୍ଗା ମାଡ଼ । ଦେଶରେ ସବୁଠୁ ବଡ ନାମି କମ୍ପାନୀ ଅମୂଲ ସାରା ଦେଶରେ ଏକ ଲିଟର କ୍ଷୀର ମୂଲ୍ୟ ପିଛା ୨ଟଙ୍କାକୁ ବୃଦ୍ଧି କରିଛି । ଏହି ନୂଆ ଦର ୧୪ ମେ ଠାରୁ ଲାଗୁ ହେବ ବୋଲି କମ୍ପାନୀ ନିଷ୍ପତ୍ତି ନେଇଛି । ପ୍ରଥମେ ଗ୍ୟାସ, ପେଟ୍ରାଲ ଦର ଦାମ୍ ବଢିବା ପରେ ପୁଣି ଏଭଳି ଖବର ନଜରକୁ ଆସିଛି । କ୍ଷୀରର ଏଭଳି ଦର ବଢ଼ିବା ଯୋଗୁଁ ଏହା ସିଧା ସଳଖ ମଧ୍ୟବିତ ଏବଂ ନିମ୍ନ ମଧ୍ୟବିତ ପରିବାର ଉପରେ ପ୍ରଭାବ ପଢିବ ।

ଉତ୍ପାଦନ କ୍ଷେତ୍ରରେ ଖର୍ଚ୍ଚ ଅଧିକ ଯୋଗୁଁ କ୍ଷୀରର ମୂଲ୍ୟ ବଢିଥିବା କୁହାଯାଇଛି ।

ଦୁଗ୍ଧ ସଂଘ କହିବା ମୁତାବକ ପୂର୍ବ କିଛି ମାସ ଧରି ଲଗାତର ପଶୁ ଖାଦ୍ୟର ମୂଲ୍ୟ ବଢିବା ହେତୁ ଏଭଳି ସଂକଟ ଦେଖାଦେଇଛି । ଏହା ବ୍ୟତୀତ କଞ୍ଚାମାଲ ପରିବହନ, ବିଦ୍ୟୁତ ହାର ବଢିବା, ପ୍ୟାକେଟ ଖର୍ଚ୍ଚ ପାଇଁ କ୍ଷୀର ଦାମ୍ ରେ ପରିବର୍ତ୍ତନ ହେଉଛି । ଅମୂଲର କହିବା ଅନୁସାରେ ଚାଷୀଙ୍କୁ ଉଚିତ ଦାମ ଦେବା ଏବଂ ବ୍ୟବସାୟୀଙ୍କୁ ମଜବୁତ କରିବା ପାଇଁ ସାମାନ୍ୟ ଦର ବଢିଛି । କମ୍ପାନୀର କହିବା ଅନୁସାରେ ଲାଭର ଅଧିକାଂଶ ଭାଗ ସିଧାସଳଖ ଚାଷୀଙ୍କ ଖାତାକୁ ଯିବ । ଯାହାଦ୍ବାରା ଚାଷୀ ଅଧିକ ଲାଭବାନ ହେବା ସହ ପଶୁପାଳନ କ୍ଷେତ୍ରରେ ଉନ୍ନତି ଆସିବ ।

error: Content is protected !!