ଭୁବନେଶ୍ୱର,୧୩ା୫: ପଶ୍ଚିମ ଏସିଆ ପରିସ୍ଥିତି ଯୋଗୁ ସମଗ୍ର ବିଶ୍ୱରେ ଦେଖାଦେଇଥିବା ତୈଳ ସଂକଟ ପରିପ୍ରେକ୍ଷୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶବାସୀଙ୍କୁ ବିଭିନ୍ନ ଖର୍ଚ୍ଚକାଟ, ବିଶେଷକରି ପେଟ୍ରୋଲ ବ୍ୟବହାର କମ୍ କରିବାକୁ ଆହ୍ବାନ ଦେଇଛନ୍ତି।
ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ପ୍ରଧାନମନ୍ତ୍ରୀଙ୍କ ଏହି ଆହ୍ବାନକୁ ସ୍ବାଗତ କରି ତାଙ୍କ ନିଜ ବ୍ୟକ୍ତିଗତ ସୁରକ୍ଷା ପାଇଁ ଯାଉଥିବା ଗାଡ଼ିଗୁଡିକୁ କମ୍ କରି ଅଧା କରିଦେଇଛନ୍ତି।
ଏହା ସହିତ ପ୍ରଧାନମନ୍ତ୍ରୀଙ୍କ ଏହି ଆହ୍ବାନକୁ ଗୁରୁତ୍ୱ ଦେଇ ବ୍ୟକ୍ତିଗତ ଗାଡ଼ିରେ ଯିବାଆସିବା କମ୍ କରିବା ସହିତ ଅଧିକ ମାତ୍ରାରେ ପବ୍ଲିକ ଟ୍ରାନ୍ସପୋର୍ଟ ବ୍ୟବହାର କରିବାକୁ ରାଜ୍ୟବାସୀଙ୍କୁ ନିବେଦନ କରିଛନ୍ତି। କେବଳ ଆବଶ୍ୟକ ସ୍ଥଳରେ ଗାଡ଼ି ବ୍ୟବହାର କରି ଅନାବଶ୍ୟକ ବ୍ୟବହାର ବନ୍ଦ କରିବାକୁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଛନ୍ତି। ଏହା ସହିତ ସୁନା କିଣିବା ଓ ଅନାବଶ୍ୟକ ବିଦେଶଗସ୍ତ ନ କରିବାକୁ ମଧ୍ୟ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଛନ୍ତି।

More Stories
ଆଡଭାନୀଙ୍କୁ ବାସଭବନରେ ସାକ୍ଷାତ କଲେ ମୋଦି, କହିଲେ….
ପଶ୍ଚିମବଙ୍ଗ ରାଜନୀତିରେ ହଲଚଲ: ମିଥୁନ୍ ଚକ୍ରବର୍ତ୍ତୀଙ୍କୁ ମିଳିଲା ବଡ଼ ଦାୟିତ୍ବ, କ୍ୟାବିନେଟ୍….
କାଲି ସକାଳ ୬ରୁ ସନ୍ଧ୍ୟା ୬ ଯାଏ ଓଡ଼ିଶା ବନ୍ଦ, ସହଯୋଗ ପାଇଁ ଆହ୍ୱାନ ଦେଲା…