May 14, 2026

Now Odisha

Now Odisha

ୟାର ଲାଇନ୍ସକୁ ଅଶ୍ବିନୀ ବୈଷ୍ଣବଙ୍କ ‘୪୮ ମିନିଟ୍’ ଧମକ କାହିଁକି ?

Spread the love

ନୂଆଦିଲ୍ଲୀ: ଆଗାମୀ ଦିନରେ ବିମାନକୁ ମାତ୍ ଦେବ ଭାରତୀୟ ରେଳ । ସ୍ବଳ୍ପ ଦୂରଗାମୀ ବିମାନ ଯାତ୍ରା କରିବାକୁ ଲୋକେ ଆଉ ପସନ୍ଦ କରିବେ ନାହିଁ । ଏପରିକି ସ୍ବଳ୍ପ ଦୂରଗାମୀ ବିମାନ ଯାତ୍ରା (Short-haul flights) ପ୍ରାୟତଃ ବନ୍ଦ ହୋଇଯାଇପାରେ । ଏକଥା ଆମେ ନୁହେଁ, ଖୋଦ ରେଳ ମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ ନୂଆଦିଲ୍ଲୀରେ ଆୟୋଜିତ CII ବିଜନେସ୍ ସମିଟରେ କହିଛନ୍ତି ।

ସେ ବିମାନ କମ୍ପାନୀର ନିବେଶକମାନଙ୍କୁ ସତର୍କ କରାଇ ଦେଇଛନ୍ତି ଯେ, ବୁଲେଟ୍ ଟ୍ରେନ୍ ଆରମ୍ଭ ହେବା ପରେ ଲୋକମାନେ କମ୍ ଦୂରତା ପାଇଁ ବିମାନରେ ଯିବା ବନ୍ଦ କରିଦେବେ। ଭବିଷ୍ୟତରେ ଆସିବାକୁ ଥିବା ବୁଲେଟ୍ ଟ୍ରେନ, ସ୍ବଳ୍ପ ଦୂରଗାମୀ ବିମାନ ଯାତ୍ରାର ଚାହିଦାକୁ ସମ୍ପୂର୍ଣ୍ଣ ଭାବେ ଶେଷ କରିଦେଇପାରେ ବୋଲି କେନ୍ଦ୍ରମନ୍ତ୍ରୀ କହିଛନ୍ତି । ମାତ୍ର ୪୮ ମିନିଟରେ ମୁମ୍ବାଇରୁ-ପୁଣେ: ମନ୍ତ୍ରୀ କହିଛନ୍ତି ଯେ, ବୁଲେଟ୍ ଟ୍ରେନ୍ ନେଟୱାର୍କ କାର୍ଯ୍ୟକାରୀ ହେଲେ ମୁମ୍ବାଇରୁ ପୁଣେ ଯାତ୍ରା ମାତ୍ର ୪୮ ମିନିଟ୍ ସମୟ ନେବ। ଏତେ କମ୍ ସମୟରେ ଯାତ୍ରା ହେଉଥିବାରୁ କେହି ବି ବିମାନରେ ଯିବାକୁ ପସନ୍ଦ କରିବେ ନାହିଁ।ଜାପାନ, ଚୀନ ଏବଂ ଦକ୍ଷିଣ କୋରିଆ ଭଳି ଦେଶରେ ହାଇ-ସ୍ପିଡ୍ ରେଳ ନେଟୱାର୍କ ଆସିବା ପରେ ସେଠାରେ କମ୍ ଦୂରତା ପାଇଁ ବିମାନ ଯାତ୍ରା ପ୍ରାୟ ବନ୍ଦ ହୋଇଯାଇଛି।

India’s Swadeshi Bullet Train: ଖୁବ୍ଶୀଘ୍ର ଆସୁଛି ଭାରତର ପ୍ରଥମ ସ୍ୱଦେଶୀ ବୁଲେଟ ଟ୍ରେନ୍: ବଦଳିଯିବ ରେଳବାଇର ପରିଚୟ ବୁଲେଟ୍ ଟ୍ରେନ୍ ଦ୍ୱାରା ଅନ୍ୟ କେତେକ ରୁଟରେ ଯାତ୍ରା ସମୟ କମିଯିବ: ପୁଣେ-ହାଇଦ୍ରାବାଦ: ୧ ଘଣ୍ଟା ୫୫ ମିନିଟ୍ । ହାଇଦ୍ରାବାଦ-ବେଙ୍ଗାଲୁରୁ: ୨ ଘଣ୍ଟା ୮ ମିନିଟ୍ । ବେଙ୍ଗାଲୁରୁ-ଚେନ୍ନାଇ: ମାତ୍ର ୭୮ ମିନିଟ୍ । ମନ୍ତ୍ରୀଙ୍କ କହିବା ଅନୁଯାୟୀ, ଏହି ସବୁ ରୁଟରେ ରେଳବାଇର ପ୍ରାୟ ୯୯% ଆଧିପତ୍ୟ ରହିବ।

ଯେତେବେଳେ ଟ୍ରେନ୍ ଯାତ୍ରା ୩ ଘଣ୍ଟାରୁ କମ୍ ହୋଇଥାଏ, ସେତେବେଳେ ଲୋକମାନେ ଏୟାରପୋର୍ଟର ଚେକ୍-ଇନ୍ ଏବଂ ସିକ୍ୟୁରିଟି ପ୍ରକ୍ରିୟାର ଝିଞ୍ଜଟରୁ ବଞ୍ଚିବା ପାଇଁ ଟ୍ରେନକୁ ବାଛନ୍ତି । ଭାରତ ସରକାର ବୁଲେଟ୍ ଟ୍ରେନ୍ କରିଡର ପାଇଁ ପ୍ରାୟ ୧୬ ଲକ୍ଷ କୋଟି ଟଙ୍କା ଖର୍ଚ୍ଚ କରିବାକୁ ଯୋଜନା କରିଛନ୍ତି। ଏହି ଅର୍ଥର ଅଧିକାଂଶ ଭାଗ ଭାରତୀୟ କଣ୍ଟ୍ରାକ୍ଟର ଏବଂ ସପ୍ଲାୟରଙ୍କ ପାଖକୁ ଯିବ, ଯାହା ଦ୍ୱାରା ଦେଶର ଅର୍ଥନୀତି ମଜଭୁତ ହେବ। ବର୍ତ୍ତମାନ ମୁମ୍ବାଇ-ଅହମ୍ମଦାବାଦ କରିଡର କାମ ଦ୍ରୁତ ଗତିରେ ଚାଲିଛି ଏବଂ ଆଗକୁ ଅନ୍ୟ କରିଡର ପାଇଁ ଜମି ଅଧିଗ୍ରହଣ ପ୍ରକ୍ରିୟା ଆରମ୍ଭ ହେବ। ଅଶ୍ୱିନୀ ବୈଷ୍ଣବଙ୍କ ଏହି ବିବୃତ୍ତି ସୂଚାଉଛି ଯେ, ଭାରତରେ ଯାତ୍ରା କରିବାର ଶୈଳୀ ଆଗାମୀ କିଛି ବର୍ଷ ମଧ୍ୟରେ ସମ୍ପୂର୍ଣ୍ଣ ବଦଳିବାକୁ ଯାଉଛି।

error: Content is protected !!