ବାଲିପାଟଣା, (ଅରୁଣ କୁମାର ଶତପଥି) : ଶଶୁର ଘରେ ନଥିବାର ସୁଯୋଗ ନେଇ ଶାଶୁକୁ ମାଡମାରି ଘରୁ ଗହଣା ଲୁଟିନେଲା ବୋହୂ।ଅଭିଯୋଗ ପରେ ବୋହୂକୁ କୋର୍ଟ ଚାଲାଣ କଲା ବାଲିପାଟଣା ପୋଲିସ। ଅଭିଯୋଗ ଅନୁସାରେ ବାଲିପାଟଣା ଥାନା ଭଂରାଗଡ ଗ୍ରାମର ଟୁକୁସେନ ପାତ୍ରଙ୍କ ପୁଅଙ୍କୁ ଶିଶୁପାଳଗଡ଼ ଗ୍ରାମର ପରୀକ୍ଷିତ ଜେନାଙ୍କ ଝିଅ ଅନ୍ନପୂର୍ଣ୍ଣା ଜେନା(୩୨) ଓରଫ ବେବିନାଙ୍କୁ ବିବାହ କରିଥିଲା।ହେଲେ ବିବାହ ପରଠାରୁ ବେବିନା ଲଗାତାର ଭାବେ ଶାଶୁ ଶଶୁରଙ୍କୁ ମାଡ ମାରିବା ସହିତ ଗ୍ରାମ ଲୋକଙ୍କ ସହିତ ଗଣ୍ଡଗୋଳ କରେ।ତାର ଭୟରେ ଶାଶୁ ଶଶୁର ଦୀର୍ଘଦିନ ଧରି ଘର ଛାଡ଼ି ବାହାରେ ରହି ଆସୁଥିଲେ। ଗଣ୍ଡଗୋଳ ମାମଲାରେ ବେବିନା ଜେଲ ଯାଇ ସାରିଛି ଓ ଏକାଧିକ କେସ ମଧ୍ୟ ତା ନାମରେ ରହିଛି। ଏହା ମଧ୍ୟରେ ଦୁହିଁଙ୍କର ବିବାହ ବିଚ୍ଛେଦ ହୋଇସାରିଥିବ ବେଳେ କୋର୍ଟ ନିର୍ଦ୍ଦେଶ ଅନୁସାରେ ଶାଶୁ ଶଶୁର ନିଜର ଘରେ ରହୁଛନ୍ତି। ତେବେ ଗତ ୧୩ ତାରିଖ ଅପରାହ୍ନରେ ଘରେ ଶଶୁରଙ୍କ ଅନୁପସ୍ଥିତ ର ସୁଯୋଗ ନେଇ ଘର କବାଟ ଭାଙ୍ଗି ଭିତରେ ପଶି ଶାଶୁକୁ ମାଡ ମାରି ତାଙ୍କ ବେକରୁ ସୁନା ଚେନ୍ ଓ କାନ ପେଣ୍ଡି ସହିତ ଘରୁ ଗ୍ୟାସ ସିଲିଣ୍ଡର ,ଲୁଗାପଟା ନେଇ ଚାଲିଯାଇଥିଲା।ଏ ସମ୍ପର୍କରେ ଶାଶୁ ବୀଣାପାଣି ପାତ୍ର ବାଲିପାଟଣା ଥାନାରେ ଲିଖିତ ଅଭିଯୋଗ କରିବା ପରେ ପୋଲିସ ବେବିନାକୁ ଥାନାକୁ ଡ଼କାଇ ପଚରା ଉଚରା କରୁଥିବା ବେଳେ ତାର ଭାଇ ଯୋର୍ ଜବରଦସ୍ତ ଥାନା ଭିତରେ ପଶି ପୋଲିସକୁ ଆକ୍ରମଣ ଉଦ୍ୟମ କରିବା ସହିତ ଭଉଣୀକୁ ଛଡ଼ାଇ ନେବାକୁ ଚେଷ୍ଟା କରିଥିଲା।ପୋଲିସ ନିଜଆଡୁ ତାର ଭାଇ ନାମରେ ଏକ କେସ ରୁଜୁ କରିବା ସହିତ ଅଭିଯୁକ୍ତ ଅନ୍ନପୂର୍ଣ୍ଣା ଜେନା ଙ୍କୁ କେସ ନମ୍ବର ୨୦୭/୨୦୨୬ ରେ କୋର୍ଟ ଚାଲାଣ କରିଛି।

More Stories
ଖାକିରେ ଦାଗ: ପୋଲିସ ଅଧିକାରୀଙ୍କ ଗଞ୍ଜେଇ ଡିଲ୍ |
ରାଜ୍ୟରେ ପେଟ୍ରୋଲ, ଡିଜେଲ୍ ଅଭାବ
ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ସଚିବସ୍ତରୀୟ ବୈଠକ ଅନୁଷ୍ଠିତ |