May 18, 2026

Now Odisha

Now Odisha

ବିଜେପି ରାଷ୍ଟ୍ରୀୟ ସଭାପତି ନୀତିନ ନବୀନ ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଭୁବନେଶ୍ବରରେ ପହଞ୍ଚିଲେ |

Spread the love

 ବିଜେପି ରାଷ୍ଟ୍ରୀୟ ସଭାପତି ନୀତିନ ନବୀନ ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଭୁବନେଶ୍ବରରେ ପହଞ୍ଚିଛନ୍ତି।ବିମାନବନ୍ଦରରେ ତାଙ୍କୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ,ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ, ଭୁବନେଶ୍ଵର ସାଂସଦ ଅପରାଜିତା ଷଢ଼ଙ୍ଗୀ, ଉପମୁଖ୍ୟମନ୍ତ୍ରୀ କେଭି ସିଂ ଦେଓ , ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା, ଆଇନ ମନ୍ତ୍ରୀ ପୃଥୀରାଜ ହରିଚନ୍ଦନ, ରାଜସ୍ଵ ମନ୍ତ୍ରୀ ସୁରେଶ ପୂଜାରୀ, ବିଜେପି ରାଷ୍ଟ୍ରୟ ଉପାଧ୍ୟକ ବୈଜୟନ୍ତ ପଣ୍ତା ବାଚସ୍ପତି ସୁରମା ପାଢ଼ୀ ପ୍ରମୁଖ ଉପସ୍ଥିତ ରହି ତାଙ୍କୁ ସ୍ଵାଗତ କରିଛନ୍ତି।

। ରାଷ୍ଟ୍ରୀୟ ଅଧ୍ୟକ୍ଷ ହେବା ପରେ ପ୍ରଥମଥର ପାଇଁ ନୀତିନ ନବୀନ ଓଡ଼ିଶା ଆସିଛନ୍ତି।

ସୋମବାର ସକାଳେ ବିଜେପି ଅଫିସରେ କୋର୍ କମିଟି ବୈଠକରେ ବିଜେପି ରାଷ୍ଟ୍ରୀୟ ସଭାପତି ସାମିଲ ହେବେ । ଏହାପରେ ଜଟଣୀ ଏସିଆନ ଇନଷ୍ଟିଚ୍ୟୁଟ ଅଫ ଫିଜିକାଲ ହେଲ୍ଥ (ଏଆଇପିଏଚ୍) ବିଶ୍ୱବିଦ୍ୟାଳୟ ପରିସରରେ ଭୁବନେଶ୍ୱର ସାଂଗଠନିକ ଜିଲ୍ଲା ତରଫରୁ ହେବାକୁ ଥିବା ଜିଲ୍ଲାସ୍ତରୀୟ ପଣ୍ଡିତ ଦୀନଦୟାଲ ପ୍ରଶିକ୍ଷଣ ମହାଅଭିଯାନ ଶିବିରକୁ ଉଦ୍‌ଘାଟନ କରିବେ ।କାର୍ଯ୍ୟକ୍ରମ ସାରି ସେ ପୁରୀ ଯିବେ । ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଦର୍ଶନ କରିବେ । ପୁରୀରୁ ଭୁବନେଶ୍ୱର ପ୍ରତ୍ୟାବର୍ତ୍ତନ କରି ଅପରାହ୍ଣରେ ରାଜ୍ୟ କାର୍ଯ୍ୟାଳୟଠାରେ ରାଜ୍ୟ ପଦାଧିକାରୀ, ମୋର୍ଚ୍ଚା ସଭାପତି ବୈଠକ ଏବଂ ମନ୍ତ୍ରୀ ପରିଷଦ ସଦସ୍ୟମାନଙ୍କ ସହ ଆଲୋଚନା କରିବେ। ଆସନ୍ତା ପଞ୍ଚାୟତ ନିର୍ବାଚନ ରଣନୀତି ନେଇ ବିସ୍ତୃତ ଆଲୋଚନା କରିବେ । ଦୁଇ ଦିନିଆ ଗସ୍ତ ସାରି ସଂଧ୍ୟାରେ ଶ୍ରୀ ନବୀନ ଦିଲ୍ଲୀ ପ୍ରତ୍ୟାବର୍ତ୍ତନ କରିବାର କାର୍ଯ୍ୟକ୍ରମ ରହିଛି।

error: Content is protected !!