ସମ୍ବଲପୁର, ୨୦/୦୫: ମହାନଦୀ କୋଲ୍ଫିଲ୍ଡସ୍ ଲିମିଟେଡ୍ (MCL), ସିଏସଆର (CSR) କାର୍ଯ୍ୟକ୍ରମ ଅଧୀନରେ ଇଲେକ୍ଟ୍ରିସିଆନ୍ ଓ ଫିଟର୍ ଟ୍ରେଡ୍ରେ ଦୁଇ ବର୍ଷିଆ ଆବାସିକ ଆଇଟିଆଇ (ITI) ପ୍ରଶିକ୍ଷଣ ପ୍ରଦାନ କରିବା ପାଇଁ ଭୁବନେଶ୍ୱର ସ୍ଥିତ ସେଣ୍ଟ୍ରାଲ୍ ଇନଷ୍ଟିଚ୍ୟୁଟ୍ ଅଫ୍ ପେଟ୍ରୋକେମିକାଲ୍ସ ଇଞ୍ଜିନିୟରିଂ ଆଣ୍ଡ ଟେକ୍ନୋଲୋଜି (CIPET) ସହ ଏକ ବୁଝାମଣାପତ୍ର (MoU) ସ୍ଵାକ୍ଷର କରିଛି।
ଏହି କାର୍ଯ୍ୟକ୍ରମ ଅଧୀନରେ ଏମସିଏଲ୍ର କାର୍ଯ୍ୟକାରୀ ଅଞ୍ଚଳରୁ ମନୋନୀତ ହୋଇଥିବା ୪୦ ଜଣ ଛାତ୍ରଛାତ୍ରୀଙ୍କୁ (ଇଲେକ୍ଟ୍ରିସିଆନ୍ ଏବଂ ଫିଟର୍ ଟ୍ରେଡ୍ରେ ୨୦ ଜଣ ଲେଖାଏଁ) ସିପେଟ୍ ଠାରେ ଏକ ବ୍ୟାପକ ୨ ବର୍ଷିଆ ଆଇଟିଆଇ ପାଠ୍ୟକ୍ରମ ମାଧ୍ୟମରେ ଶିଳ୍ପ-ଉପଯୋଗୀ ବୈଷୟିକ ଦକ୍ଷତା ପ୍ରଦାନ କରାଯିବ। ଏହା ଯୁବ ମାନସ ପାଇଁ ଏକ ସ୍ଥାୟୀ ଜୀବିକା ନିର୍ବାହର ସୁଯୋଗ ଏବଂ ନିଯୁକ୍ତି ଯୋଗ୍ୟତା ସୃଷ୍ଟି କରିବ। ଏହି ଦୁଇ ବର୍ଷିଆ ଆବାସିକ କାର୍ଯ୍ୟକ୍ରମରେ ୪୦ ଜଣ ଛାତ୍ରଛାତ୍ରୀଙ୍କ ପ୍ରଶିକ୍ଷଣ, ଖାଦ୍ୟ, ରହଣି ଏବଂ ଅନ୍ୟାନ୍ୟ ଆନୁସଙ୍ଗିକ ଖର୍ଚ୍ଚ ବହନ କରିବା ପାଇଁ ଏମସିଏଲ୍ ନିଜର ସିଏସଆର ପାଣ୍ଠିରୁ ୧.୨୬ କୋଟି ଟଙ୍କା ପ୍ରଦାନ କରିବ।ଏମସିଏଲ୍ର ସିଏସଆର କାର୍ଯ୍ୟକ୍ରମ ଅଧୀନରେ ଭୁବନେଶ୍ୱର ସିପେଟ୍ ଠାରେ ଆଇଟିଆଇ ପ୍ରଶିକ୍ଷଣ କାର୍ଯ୍ୟକ୍ରମର ଏହା ହେଉଛି ଷଷ୍ଠ ବ୍ୟାଚ୍। ପୂର୍ବରୁ ତିନୋଟି ବ୍ୟାଚ୍ (ଶିକ୍ଷାବର୍ଷ ୨୦୨୧-୨୩, ୨୦୨୨-୨୪, ଏବଂ ୨୦୨୩-୨୫) ସଫଳତାର ସହ ଶେଷ ହୋଇସାରିଛି ଏବଂ ଏଥିରେ ୯୭ ରୁ ଅଧିକ ପ୍ରାର୍ଥୀ ନିଯୁକ୍ତି ପାଇଛନ୍ତି। ଅନ୍ୟପଟେ, ୨୦୨୪-୨୬ ଏବଂ ୨୦୨୫-୨୭ ଶିକ୍ଷାବର୍ଷ ପାଇଁ ଦୁଇଟି ବ୍ୟାଚ୍ ବର୍ତ୍ତମାନ ଚାଲୁ ରହିଛି।
ଏହି ପଦକ୍ଷେପ ସୁସଂଗଠିତ ଦକ୍ଷତା ବିକାଶ କାର୍ଯ୍ୟକ୍ରମ ମାଧ୍ୟମରେ ଖଣି ଅଞ୍ଚଳଗୁଡ଼ିକରେ ସାମଗ୍ରିକ ବିକାଶ ଏବଂ ସ୍ଥାୟୀ ସାମାଜିକ ଓ ଅର୍ଥନୈତିକ ପ୍ରଗତିରେ ଯୋଗଦାନ କରିବା ପାଇଁ ଏମସିଏଲ୍ର ଦୂରଦୃଷ୍ଟିକୁ ପ୍ରତିଫଳିତ କରୁଛି।

More Stories
ଆଡଭାନୀଙ୍କୁ ବାସଭବନରେ ସାକ୍ଷାତ କଲେ ମୋଦି, କହିଲେ….
ପଶ୍ଚିମବଙ୍ଗ ରାଜନୀତିରେ ହଲଚଲ: ମିଥୁନ୍ ଚକ୍ରବର୍ତ୍ତୀଙ୍କୁ ମିଳିଲା ବଡ଼ ଦାୟିତ୍ବ, କ୍ୟାବିନେଟ୍….
କାଲି ସକାଳ ୬ରୁ ସନ୍ଧ୍ୟା ୬ ଯାଏ ଓଡ଼ିଶା ବନ୍ଦ, ସହଯୋଗ ପାଇଁ ଆହ୍ୱାନ ଦେଲା…