ଆଜି ବିଶ୍ୱ ଗଣିତ ଦିବସ


ଆମେ ଜଣେ ଗଣିତ ଶାସ୍ତ୍ରର ଛାତ୍ର । ବିଗତ ଏଗାର ବର୍ଷ ଧରି ଆଜିର ତାରିଖରେ ନିମ୍ନ ଉପସ୍ଥାପନଟିକୁ ଉପସ୍ଥାପନ କରିବା ସମୟରେ ଆଜି ଜଣେ ବିଶ୍ଵର ମହାନ୍ ଗଣିତଜ୍ଞଙ୍କ ଅମୃତ ଅମ୍ଲାନ ସ୍ମୃତି ପ୍ରତି କୋଟି କୋଟି ପ୍ରଣାମ ଜଣାଇ ଏକ ଅନାଲୋଚିତ ତଥ୍ୟାର୍ପଣ ପୂର୍ବକ ଶ୍ରଦ୍ଧାଞ୍ଜଳି ଅର୍ପଣ କରୁଛୁ । ସେହି ମହାନ୍ ବ୍ୟକ୍ତି ହେଉଛନ୍ତି ପୁରୀ ଗୋବର୍ଦ୍ଧନ ପୀଠର ବିଶ୍ଵବିଖ୍ୟାତ *ଶଙ୍କରାଚାର୍ଯ୍ୟ ଶ୍ରୀମଦ୍ ଭାରତୀ କୃଷ୍ଣ ତୀର୍ଥ ମହାରାଜା* । ସେ କେବଳ ବିଶ୍ବ ବିଖ୍ୟାତ ଗଣିତ ଶାସ୍ତ୍ର ବିଶେଷଜ୍ଞ ନଥିଲେ, ଥିଲେ ଜଣେ ମହାନ୍ ସ୍ଵାଧୀନତା ସଂଗ୍ରାମୀ , ଜାତୀୟ ସଂହତିର ମୂର୍ତ୍ତିମନ୍ତ ପ୍ରତୀକ, ଧର୍ମ ନିରପେକ୍ଷତାର ପ୍ରତିଭୂ । ବ୍ରିଟିଶ ଶାସକ ଦ୍ବାରା ୧୯୨୧ ମସିହାରେ କରାଚି ଠାରେ ଖିଲାଫତ୍ ଆନ୍ଦୋଳନର ନେତୃତ୍ଵ ନେଇ ଗିରଫ ମଧ୍ୟ ହୋଇଥିଲେ । ମୁସଲମାନ ସମ୍ପ୍ରଦାୟର ଅଧିକାର ପାଇଁ ତାଙ୍କ ସଂଗ୍ରାମର ଇତିହାସ ଏଯାବତ୍ ଯେଭଳି ଅନାଲୋଚିତ ଠିକ୍ ସେହିପରି ବାସ୍ତବରେ କମ୍ପ୍ୟୁଟର ବିଜ୍ଞାନର ଏହି ସୂତ୍ର ପ୍ରଦାତାଙ୍କ ସମ୍ପର୍କିତ ଇତିହାସ ମଧ୍ୟ ଅନାଲୋଚିତ । ତାଙ୍କର ବୈଦିକ ଗଣିତ ରହସ୍ୟ ଇତିହାସ ମଧ୍ୟ ଅନାଲୋଚିତ ଭାରତରେ । ଭାରତରେ , ଏପରିକି ଓଡ଼ିଶାରେ ବୋଲି ଉଲ୍ଲେଖ କରିବାର କାରଣ , ତାଙ୍କର ବୈଦିକ ଗଣିତ ଶାସ୍ତ୍ରକୁ ଆମେରିକା,ଜର୍ମାନ ପ୍ରଭୁତି ଦେଶରେ ଗ୍ରହଣ କରିଛନ୍ତି , ତାକୁ ଆଧାର କରି ଗବେଷଣା, ଉଦ୍ଭାବନ କରିଛନ୍ତି ଏବଂ ସେହି ସବୁ ଦେଶର ବିଦ୍ୟାର୍ଥୀ ମାନଙ୍କ ପାଇଁ ପାଠ୍ୟପୁସ୍ତକରେ ସ୍ଥାନିତ କରିଛନ୍ତି । ନାସା ବୈଜ୍ଞାନିକ ମାନେ ଗ୍ରହଣ କରି ସଫଳତା ପାଇଲେ, ମଙ୍ଗଳାୟନ ସୂତ୍ର ପ୍ରକାଶ ପାଇଲା । କମ୍ପ୍ୟୁଟର ବିଜ୍ଞାନର ଜନକ ଭାବେ ପରିଚିତ ଆଲାନ୍ ତୁରୀଙ୍ଗଙ୍କ ଜନ୍ମ ଗଞ୍ଜାମ ଜିଲ୍ଲାର ଛତ୍ରପୁରରେ ୧୯୧୨ ମସିହାରେ , ଯେତେବେଳେ ତାଙ୍କ ପିତା ଥିଲେ ଏଠାର ପ୍ରଶାସନିକ ଅଧିକାରୀ । କିଭଳି ଗୋବର୍ଦ୍ଧନ ପୀଠରୁ ଏହି ପାଠ ଚୋରି ହେଲା ଓ କୁଆଡେ ଗଲା,ତା ପରେ କ’ଣ ହେଲା ତାହା ଗବେଷଣା ହେଲା ନାହିଁ, କାରଣ ଆମେ ସେଭଳି କରିବା ପାଇଁ ମାନସିକତା ରଖେନାହିଁ । ୮୮ ବର୍ଷ ଅତିବାହିତ ହେବାକୁ ଯାଉଛି ସ୍ବତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନର, ମାତ୍ର ୧୯୨୫, ନଭେମ୍ବର ୫ ତାରିଖରେ ଜଣାପଡ଼ିଲା, ଖବରକାଗଜରେ ପ୍ରକାଶ ପାଇଥିଲା ଓଡ଼ିଶାରୁ ଚୋରି ହୋଇ ଯାଉଥିବା ଦୁଇଟି ପୋଥି, ମୂର୍ତ୍ତି ଭର୍ତ୍ତି ଜାହାଜ ଜବତ ହୋଇ ଆଜି ର ଗୁଜରାଟର ୟୁସୁଫ ଭଣ୍ଡାରରେ ଜଉମୁଦ ଦିଆ ହୋଇରହିଛି, ତାହା ଉଦ୍ଧାର ହୋଇପାରିଲା ନାହିଁ । ଜାତି ଯେତେବେଳେ ପ୍ରତିବାଦ ବିହୀନ, ପ୍ରତିକ୍ରିୟା ଶୂନ୍ୟ ହୋଇଯାଏ, ସେତେବେଳେ ଯେଉଁ ସ୍ଥିତି ଉପୁଜେ, ତାହା ଇତିହାସ ରେ ବାରମ୍ବାର ଉଦାହରଣ ସହିତ ଉଲ୍ଲେଖ ରହିଛି । ସେ ଯାହା ହେଉ ଆଜି ବିଶ୍ଵ ଗଣିତ ଦିବସରେ ମଧ୍ୟ ଆମେ ସେହି ମହାନ୍ ଗଣିତଜ୍ଞ, ଯାହାଙ୍କ ଜୟନ୍ତୀ ଅବସରରେ ବିଶ୍ବ ଗଣିତ ଦିବସ ଭାବେ ପାଳନ କରୁଛେ, ସେ କିଏ ଏବଂ ଓଡ଼ିଶା ସହିତ, ବିଶେଷ କରି ପୁରୀ ସହିତ କିଭଳି ସମ୍ପର୍କ, ତାହା ବି ହୋଇନାହିଁ ଆଲୋଚନା , ସେ ଯାହା ହେଉ , ଆଜି ସେହି କାଳଜୟୀ ପ୍ରାଜ୍ଞ ରାମାନୁଜମଙ୍କ ଅମୃତ ଅମ୍ଲାନ ସ୍ମୃତି ପ୍ରତି କୋଟି କୋଟି ପ୍ରଣାମ ଜଣାଉଛି । ଏବେ ଦେଖନ୍ତୁସଂଖ୍ୟା ର ଖେଳ ଇଂରାଜୀ ଅଙ୍କରେ -1 x 8 + 1 = 9 12 x 8 + 2 = 98123 x 8 + 3 = 9871234 x 8 + 4 = 987612345 x 8 + 5 = 98765123456 x 8 + 6 = 9876541234567 x 8 + 7 = 987654312345678 x 8 + 8 = 98765432123456789 x 8 + 9 = 9876543211 x 9 + 2 = 1112 x 9 + 3 = 111123 x 9 + 4 = 11111234 x 9 + 5 = 1111112345 x 9 + 6 = 111111123456 x 9 + 7 = 11111111234567 x 9 + 8 = 1111111112345678 x 9 + 9 = 111111111123456789 x 9 +10= 11111111119 x 9 + 7 = 8898 x 9 + 6 = 888987 x 9 + 5 = 88889876 x 9 + 4 = 8888898765 x 9 + 3 = 888888987654 x 9 + 2 = 88888889876543 x 9 + 1 = 8888888898765432 x 9 + 0 = 888888888ଏବଂ 1 x 1 = 111 x 11 = 121111 x 111 = 123211111 x 1111 = 123432111111 x 11111 = 123454321111111 x 111111 = 123456543211111111 x 1111111 = 123456765432111111111 x 11111111 = 123456787654321111111111 x 111111111 = 12345678987654321ଠିକ୍ ସେହିପରି ଅନ୍ୟ ଏକ ସଂଖ୍ୟା ଗଣିତ ଖେଳ, ମାତ୍ର ଜୀବନ ଗତି ପଥର ମାର୍ଗ ଦର୍ଶନ । କରାଯାଉ A = 1 ; B = 2 ; C = 3 ; D = 4 ,E = 5 ; F = 6 ; G = 7 ; H = 8 ;I = 9 ; J = 10 ; K = 11 ; L = 12 M = 13 ; N = 14 ; O = 15 ; P = 16 ;Q = 17 ; R = 18 ; S = 19 ; T = 20 ;U = 21 ; V = 22 ; W = 23 ; X =24 ;Y = 25 ; Z = 26.Then, ତାପରେH+A+R+D+W+O+R+K=8+1+18+4+23+15+18+11 = 98%K+N+O+W+L+E+D+G+E=11+14+15+23+12+5+4+7+5=96%L+O+V+E= 12+15+22+5 = 54%L+U+C+K ;=12+21+3+11 = 47%None of them makes 100%.Then what makes 100%?Is it Money ?NO , ମୋଟେ ନୁହେଁ M+O+N+E+Y= 13+15+14+5+25=72% ନେତୃତ୍ବ ବା Leadership ? ନା, ମୋଟେ ନୁହେଁ,Not at allL+E+A+D+E+R+S+H+I+P=12+5+1+4+5+18+19+8+9+16=97%ପ୍ରତି ସମସ୍ୟାର ସମାଧାନ ଅଛି, ଯଦି ଆମେ ଆମର ମାନସିକତାର ପରିବର୍ତ୍ତନ କରିପାରିବା , ଅର୍ଥାତ୍ Every problem has a solution, only if we perhaps change our “ATTITUDE”…A+T+T+I+T+U+D+E 1+20+20+9+20+21+4+5 = 100%It is therefore OUR ATTITUDE towards Life and Work that makesOUR Life 100% Successful.Amazing mathematicsWith each alphabet getting a number, in chronological order, as above, study the following, and bring down the total to a single digit and see the result yourself Hindu -S h r e e K r i s h n a19+8+18+5+5+11+18+9+19+8+14+1=135=1+3+5 = 9MuslimM o h a m m e d13+15+8+1+13+13+5+4= 72= 7+2 = 9JainM a h a v i r13+1+8+1+22+9+18 =72= 7+2= 9SikhG u r u N a n a k7+21+18+21+14+1+14+1+11 =108 =1+0+8 = 9ParsiZ a r a t h u s t r a26+1+18+1+20+8+21+19+20+18+1=153=1+5+3 = 9BuddhistG a u t a m7+1+21+20+1+13=63= 6+3 = 9ChristianE s a M e s s i a h5+19+1+13+5+19+19+9+1+8=999+9=181+8 = 9Each one ends with number 9ଆମେ ନବ ଗ୍ରହରେ ବିଶ୍ବାସ କରିଆସିଛେ ।ଅତଏବ ଗଣିତ ଶାସ୍ତ୍ର କୁହେ , ଆମର ସ୍ରଷ୍ଟାଙ୍କ ଭାଷା ହେଉ ଅବା ପ୍ରକୃତି ହେଉ , ସମସ୍ତେ ଶିକ୍ଷା ଦେଇଛନ୍ତି ଏକ ବ୍ରହ୍ମ , ଦ୍ଵିତୀୟ ନାସ୍ତି, ଅର୍ଥାତ୍ ଭଗବାନ ଏକ । କିଏ କେଉଁ ନାମରେ ସମ୍ବୋଧନ କରିପାରେ । ଅତଏବ,SoTHAT IS NATURE’S CREATION TO SHOW THAT GOD IS ONE . ଅପରପକ୍ଷରେ ବେଦରେ ବର୍ଣ୍ଣିତ, ଯୁଗ ଯୁଗ ଧରି ଜନଗ୍ରହଣୀୟତା ପ୍ରାପ୍ତ ,ଆମ ଭାଷାରେ ସର୍ବୋତ୍ତମ ଶ୍ଳୋକର ମର୍ମାର୍ଥାନୁଯାୟୀ ବ୍ରହ୍ମଙ୍କୁ ବିଭକ୍ତ କରାଯାଇ ନପାରେ । ଉକ୍ତ ଶ୍ଲୋକ ଟି ହେଲା “ପୂର୍ଣ୍ଣମଦଃ ପୂର୍ଣ୍ଣମିଦଂ, ପୂର୍ଣ୍ଣତ୍ୟୁ ପୂର୍ଣ୍ଣମୁଦଚ୍ୟତେ,*ପୂର୍ଣ୍ଣସ୍ୟ ପୂର୍ଣ୍ଣମାଦାୟ, ପୂର୍ଣ୍ଣମେବାବଶିଷ୍ୟତେ”।ଅର୍ଥାତ୍,ବ୍ରହ୍ମ ଅନନ୍ତ ଅଟନ୍ତି।ବ୍ରହ୍ମର ଅଂଶ ହୋଇଥିବା ପ୍ରତ୍ୟେକ ପ୍ରାଣୀ ମଧ୍ୟ ଅନନ୍ତ ସତ୍ତାର ଏକ ଅଂଶବିଶେଷ।ବ୍ରହ୍ମ ବିଭକ୍ତ ହୋଇ ମଧ୍ୟ ଅବିଭକ୍ତ, ଅପର୍ଯ୍ୟାପ୍ତ ଏବଂ ଅପରିବର୍ତ୍ତିତ , ଯାହା ରାମାୟଣ ରେ ରାଜା ଦଶରଥଙ୍କ ପୁତ୍ରେଷ୍ଠୀ ଯଜ୍ଞ ଚରୁ ର ବିଭକ୍ତି କରଣ ରେ ଲକ୍ଷ୍ମଣ ଓ ଶତ୍ରୁଘ୍ନଙ୍କ ଜନ୍ମ ବୃତ୍ତାନ୍ତରେ ଉଲ୍ଲେଖିତ।ଶ୍ରୀମଦ୍ଭଗବତ୍ ଗୀତାର ସପ୍ତମ ଅଧ୍ୟାୟ ୨୪ତମ ଶ୍ଳୋକରେ ମଧ୍ୟ ବର୍ଣ୍ଣନା କରାଯାଇଛି ଯେ ବ୍ରହ୍ମ ଏକ ଏବଂ ଅଭିନ୍ନ। ଅଜ୍ଞାନତା ବଶତଃ ମନୁଷ୍ୟ ତାଙ୍କୁ ବିଭିନ୍ନ ରୂପରେ ପୂଜା କରେ। ଏହା ନିର୍ବିବାଦୀୟ ସତ୍ୟ ଯେ ପ୍ରତ୍ୟେକ ପ୍ରାଣୀ ଭଗବତ୍ ସତ୍ତାର ଅଧିକାରୀ । ତଥାପି ଯେଉଁମାନଙ୍କ ଠାରେ ବିଲକ୍ଷଣ ପ୍ରତିଭା ଦେଖାଯାଏ ସେମାନଙ୍କୁ ଅବତାର ବୋଲି ମନୁଷ୍ୟ ସମାଜ ବିଶ୍ବାସ କରିଆସିଛି । ଅତଏବ ଏହି ନିର୍ବିବାଦୀୟ ସତ୍ୟକୁ ଗ୍ରହଣ କଲେ ବିଶ୍ବରେ ସାମ୍ପ୍ରଦାୟିକ ହିଂସାକାଣ୍ଡ, ଦଙ୍ଗା ସୃଷ୍ଟି, ଲକ୍ଷଲକ୍ଷ କ’ଣ କୋଟି କୋଟି ଧନ ଜୀବନ ହାନି ହେବ କି ? ବିଶ୍ବ ସମ୍ମୁଖୀନ ହେଉଥିବା ଭୟଙ୍କର ସମସ୍ୟା ସମାଧାନ ହୋଇପାରିବ ନାହିଁ କି ? ଆମେ ଜାଣୁ ଯେ ଆମର ଏହି ଉପସ୍ଥାପନଟି କାହାର ଦୃଷ୍ଟି ଆକର୍ଷଣ ବର୍ତ୍ତମାନ କରିବ ନାହିଁ ମାତ୍ର, ଏହା ଯେ ପରବର୍ତ୍ତୀ ପିଢ଼ିଙ୍କ ପାଇଁ ହେବ ବିକଳ୍ପ ବିହୀନ ଆହରଣୀୟ ଦର୍ଶନ, ଏଥିରେ ସାମାନ୍ୟ ସନ୍ଦେହ ନାହିଁ । ଏହି ସତ୍ୟକୁ ଆମେ ଆମର ଉତ୍ତରାଧିକାରୀ ପୁଅ – ଝିଅକୁ ବୁଝାଇଛୁ । ଅନ୍ୟ କେତେକଙ୍କୁ ବୁଝାଇବାକୁ ବହୁ ଚେଷ୍ଟା କରି ବିଫଳ ହୋଇଛୁ ଓ ବୋଧେ ହୋଇଚାଲିବୁ । ସାମ୍ପ୍ରତିକ ଭୟଙ୍କର ପରିସ୍ଥିତିକୁ ଦେଖି, ଅନୁଭବ କରି ମ୍ରିୟମାଣ ହୋଇପଡ଼ିଥିବା ସମୟରେ ଅତ୍ୟନ୍ତ ଭାରି ହୃଦୟରେ ଏହା ଉପସ୍ଥାପନ କରି ଆଶା କରୁଛୁ ଯେ ଟିକେ ପଢ଼ିବା ହେବେ ଓ ସାମାନ୍ୟ ଚିନ୍ତା କରିବା ହେବେ । ପାରାନୋଇଆ ରୋଗାକ୍ରାନ୍ତ କୁଭାଷ ଭାଷାରେ ଆମେ ମୋଟେ ଭାବ ପ୍ରବଣ ଓଡ଼ିଆ ବା ବିଷଧାରୀ ଓଡ଼ିଆ ନୋହୁଁ, ଆମେ ଅଧ୍ୟୟନ କରି କହିଥାଉ ଯେ ଶତାଧିକ କ୍ଷେତ୍ରରେ ପୂର୍ବଜ ଓଡିଆମାନେ ବିଶ୍ବଗୁରୁ ।● *ପ୍ରଦ୍ଯୁମ୍ନ ଶତପଥୀ* ବରିଷ୍ଠ ସାମ୍ବାଦିକ, ଭୁବନେଶ୍ଵର


error: Content is protected !!