ଏବର୍ଷ ଆରଟିଇରେ 25% ମାଗଣା ଶିକ୍ଷlରୁ ବଞ୍ଚିତ ହେବେ 35 ହଜାର ପିଲା l ଶିକ୍ଷା ସଚିବଙ୍କ ଅଭିଯୋଗ ପ୍ରକୋଷ୍ଠ ଘେରିଲା ଅଭିଭାବକ ମହାସଂଘ


ଭୁବନେଶ୍ୱର ତା 26 ରିଖ l ଗଣଶିକ୍ଷା ସଚିବଙ୍କ ସହ ବିଭାଗର ଅଧିକାରୀ ମାନଙ୍କର ବଡ଼ ବଡ଼ ସ୍କୁଲ ମାଲିକଙ୍କ ସହ ମୁନାଫାଖୋରୀ ମଧୁଚନ୍ଦ୍ରିକା ଓ ବିଭାଗୀୟ ଅଯୋଗ୍ୟତା ପାଇଁ ରାଜ୍ୟରେ 35 ହଜାରରୁ ଉର୍ଦ୍ଧ ଆର୍ଥିକ ଦୁର୍ବଳ ଶ୍ରେଣୀର ଛାତ୍ର ଛାତ୍ରୀ ଏବର୍ଷ ଶିକ୍ଷା ଅଧିକାର ଆଇନ ଅନୁସାରେ 25% ମାଗଣା ସିଟରେ ନାମ ଲେଖାରୁ ବଞ୍ଚିଚ ହେବେ l ଏହି ଅଭିଯୋଗ ଆଣି ଓସେପା କାର୍ଯ୍ୟାଳୟରେ ଥିବା ଶିଖା ସଚିବଙ୍କ ଅଭିଯୋଗ ପ୍ରକୋଷ୍ଠ ସମୁଖରେ ଓଡିଶା ଅଭିଭାବକ ମହାସଂଘର 500ରୁ ଉର୍ଦ୍ଧ କର୍ମକର୍ତ୍ତା ଧାରଣା ଦେଇଥିଲେ । ପୂର୍ବରୁ ଏହି ସଂଗୀନ ଅଭିଯୋଗ ଆଣି ଓଡିଶା ଅଭିଭାବକ ମହାସଂଘ ସଭାପତି ବାସୁଦେବ ଭଟ୍ଟ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଛନ୍ତି l ମହାସଂଘ ଆଗରୁ ଏ ଭଳି ଏକ ଘୋଟାଲା ହେବାର ଅଛି ବୋଲି ଗଣଶିକ୍ଷା ସଚିବଙ୍କୁ ସଚେତନ କରିଥିଲl ତା ସହିତ ସତର୍କ ମଧ୍ୟ୍ୟ କରିଥିଲl। ଏହି ନିଷ୍କ୍ରିୟତା ପାଇଁ ଶିକ୍ଷା ଅଧିକାର ଆଇନ୍ ଯାହାକି ଗରିବ, ଦଳିତ ଓ ଆଦିବାସୀ ଶ୍ରେଣୀର ପିଲାମାନଙ୍କ ପାଇଁ ଉଦ୍ଧିଷ୍ଟ ତାହା ଏ ବର୍ଷ ସମ୍ପୂର୍ଣ ଫେଲ୍ ମାରିବାକୁ ଯାଉଚି। ଗତ ବର୍ଷ ଓଡିଶା ଅଭିବଭକ ମହାସଂଘର ଜୋରଦାର ପ୍ରୟାସରେ 4264 ବେସରକାରୀ ସ୍କୁଲ୍ ପଞ୍ଜିକରଣ କରିଥିଲେ। ଏହାର ସିଟ୍ ସଂଖ୍ୟା ପ୍ରାୟ 60000ରୁ ଉର୍ଦ୍ଧ ଥିଲା । ଯାହା ଫଳରେ 18000 ରୁ ଉର୍ଦ୍ଧ ପାଖାପାଖି ପିଲା ପଞ୍ଜିକରଣ କରିଥିଲେ। ତଳିତ ବର୍ଷ ବର୍ତ୍ତମାନ ସୁଦ୍ଧା ମାତ୍ର 2730 ଟି ବେସରକାରୀ ସ୍କୁଲ୍ ପଞ୍ଜିକରଣ କରିଛନ୍ତି l ଯାହାର ସିଟ୍ ସଂଖ୍ୟା ମାତ୍ର 33000 । ଗତ ବର୍ଷ 60000 ରୁ ଉର୍ଦ୍ଧ ଥିଲା ବେଳେ ଏହି ବର୍ଷ ଅଧାରୁ ଅଧିକ ସିଟ୍ କମିଯାଇଛି। ପ୍ରାୟ 33000 ରୁ ଉର୍ଦ୍ଧ ସିଟ୍ କମିବା ଫଳରେ ଏ ବର୍ଷ ମାଗଣା ସିଟରେ ଗରିବ ଅନାଗ୍ରସର ଶ୍ରେଣୀର ପିଲାଙ୍କୁ ଗୁଣାତ୍ମକ ଶିକ୍ଷା ପ୍ରଦାନ କ୍ଷେତ୍ରରେ ରାଜ୍ୟ ସରକାର ଙ୍କୁ ସଫଳତା ମିଳିବ କଷ୍ଟ କର ହେବl ତେଣୁ ଆଜି ଓସେପା କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେଇଥିଲା ଓଡିଶା ଅଭିଭାବକ ମହାସଂଘ l ଓସେପା କାର୍ଯ୍ୟାଳୟଠାରେ ପ୍ରତି ସୋମବାର ଗଣଶିକ୍ଷା ବିଭାଗର ଅଭିଯୋଗ ଶୁଣାଣି ଚାଲେ l ଆଜି ଏ ସଂକ୍ରାନ୍ତରେ ଅଭିଯୋଗ ଶୁଣାଣି ପ୍ରକୋଷ୍ଠରେ ଉପସ୍ଥିତ ମାଧ୍ୟମିକ ଶିକ୍ଷା ନିର୍ଦେଶକ ସୁଶାନ୍ତ ଦାଶ, ପ୍ରାଥମିକ ଶିକ୍ଷା ନିର୍ଦେଶକ ଜ୍ୟୋତି ମିଶ୍ରଙ୍କ ସହିତ ସଭାପତି ବାସୁଦେବ ଭଟ୍ଟ, କାର୍ଯ୍ୟକାରୀ ସଭାପତି ପ୍ରସନ୍ନ ବିଷୋୟୀ, ଅlବାହିକା କଳ୍ପନା ସାହୁ, ଦାଶରଥି ସାମନ୍ତରାୟ ପ୍ରମୁଖ ଆଲୋଚନା ସମୟରେ କାହିଁକି ଗଣଶିକ୍ଷା ସଚିବ ଅଭିଯୋଗ ଶୁଣାଣିରେ ଯୋଗ ଦେଉନାହାନ୍ତି ସେ ସମ୍ପର୍କରେ ମହାସଂଘ ଆପତ୍ତି ଉଠାଇ ଥିଲା l ଏଥି ସହିତ ସ୍କୁଲ ଗୁଡିକ କାହିଁକି ଏ ବର୍ଷ ରେଜିଷ୍ଟ୍ରେସନ କରିନାହାନ୍ତି ଯଦ୍ୱାରା ସ୍କୁଲ ଗୁଡିକର ନାଁ ପୋର୍ଟାଲରେ ଦେଖାଯାଉନି ଫଳରେ ଅଭିଭାବକ ମାନେ ନିଜର ପାଖ ସ୍କୁଲରେ ପକାଇ ପାରୁନାହାନ୍ତି l କିଛି ଅଭିଭାବକଙ୍କ ଅଭିଯୋଗ ହେଉଛି କି ପୋର୍ଟାଲ ତାଙ୍କ ନିକଟରେ ଗୋଟିଏ ବି ସ୍କୁଲ ଦେଖାଯାଉନି l ପ୍ରାଥମିକ ଶିକ୍ଷା ନିର୍ଦେଶକ କିଛି ସ୍କୁଲ ପଞ୍ଜିକରଣ କରିନାହାନ୍ତି, ସେମାନଙ୍କୁ ତାଗିଦ କରାଯାଉଛି, କିଛି ସ୍କୁଲ ଏହି ଭିତରେ ପଞ୍ଜିକରଣ କରୁଛନ୍ତି l ତେଣୁ ସାତ ଦିନ ଭିତରେ ଏ ସମସ୍ୟା ସମାଧାନ ହେବ l ଏବଂ ଆବେଦନ ପାଇଁ ମଧ୍ୟ ସମୟ ଅବଧି ବଢ଼ାଯିବ ବୋଲି ପ୍ରତିଶୃତି ଦେବା ପରେ ଧାରଣା ସ୍ଥଗିତ ରହିଛି l ଯଦି ସମସ୍ୟା ସମାଧାନ ନହୁଏ ପୁଣି ସାତ ଦିନ ପରେ ଧାରଣା ଦିଆଯିବ ବୋଲି ମହାସଂଘର ସଭାପତି ବାସୁଦେବ ଭଟ୍ଟ ଚେତାବନୀ ଦେଇଛନ୍ତି l ସେପଟେ ପାରଦର୍ଶୀ ପୋର୍ଟାଲ ରେ ନାମ ପଞ୍ଜିକରଣ, ତଥା ବି ଇ ଓ ଅଫିସ ରେ ଡକୁମେଣ୍ଟ ଭେରିଫିକେସନ ରେ ଅଭିଭାବକ ମାନେ ବିଭିନ୍ନ ଅସୁବିଧା ର ସମ୍ମୁଖୀନ ହେଉଛନ୍ତି l ଯେହେତୁ ଭୁବନେଶ୍ୱର ରେ ଅଧିକ ସ୍କୁଲ ଓ ଆବେଦନ କାରି ଅଛନ୍ତି ତେଣୁ ଭୁବନେଶ୍ୱର ବି ଇ ଓ କାର୍ଯ୍ୟାଳୟ ଠାରେ ଆସନ୍ତା ଦୁଇ ଦିନ ଭିତରେ ଅଫିସ ସମୟରେ ମହାସଂଘ ତରଫରୁ ଏକ ହେଲ୍ପ ଡେସ୍କ ରହିବ ଓ ସେଠାରେ ପ୍ରକ୍ରିୟାକୁ ସରଳି କରଣ ସହ ଅଭିଭାବକ ମାନଙ୍କୁ ଆବେଦନ ଓ ସାର୍ଟିଫିକେଟ ଯାଞ୍ଚ ବେଳେ ସାହାର୍ଯ୍ୟ କରାଯିବ ବୋଲି କାର୍ଯ୍ୟକାରୀ ସଭାପତି ପ୍ରସନ୍ନ ବିଷୋୟୀ କହିଛନ୍ତି l ଆଜିର ଧାରଣାରେ ମୀନାରାଣୀ ଦାସ, ରାଜେଶ ଜେନା, ସଦାନନ୍ଦ ଗଣ୍ଡା, ସ୍ୱପ୍ନା ସାହୁ, ଖାଈରୁନ ଖଟୁନ, ପ୍ରଫୁଲ୍ଲ ବଡ଼ସେଠ, ସନ୍ତୋଷ ଆଚାର୍ଯ୍ୟ ପ୍ରମୁଖଙ୍କ ସହିତ 500ରୁ ଉର୍ଦ୍ଧ ଅଭିଭାବକ ଯୋଗ ଦେଇଥିଲେ lପ୍ରସନ୍ନ ବିଷୋୟୀକାର୍ଯ୍ୟକାରୀ ସଭାପତି।


error: Content is protected !!