: ଉତ୍ତର ଚୀନ୍ର ଏକ କୋଇଲା ଖଣିରେ ଗ୍ୟାସ୍ ବିସ୍ଫୋରଣ ହୋଇ ଅତି କମରେ ୯୦ ଜଣଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି।ଚୀନ୍ ର ସରକାରୀ ନ୍ୟୁଜ ଏଜେନ୍ସି ଜିନହୁଆ ଅନୁଯାୟୀ , ଶୁକ୍ରବାର ସନ୍ଧ୍ୟା ୭:୨୯ ରେ ଶାଂସି ପ୍ରଦେଶର ଲିଉସେନ୍ୟୁ କୋଇଲା ଖଣିରେ ବିସ୍ଫୋରଣ ଘଟିଥିଲା। ସେହି ସମୟରେ ମୋଟ ୨୪୭ ଜଣ ଶ୍ରମିକ ଭୂତଳରେ ଥିଲେ। ଏଥିରେ ଅତି କମରେ ୮୨ ଜଣଙ୍କର ମୃତ୍ୟୁ ହୋଇଛି ଏବଂ ଏପର୍ଯ୍ୟନ୍ତ ସୁଦ୍ଧା ୯ ଜଣଙ୍କର ପତ୍ତା ମିଳୁନି। ୧୦୦ରୁ ଅଧିକ ଲୋକଙ୍କୁ ହସ୍ପିଟାଲକୁ ନିଆଗଲାଣି। ଏବେ ବି ଉଦ୍ଧାରକାର୍ଯ୍ୟ ଜାରି ରହିଛି। ଉଦ୍ଧାରକାର୍ଯ୍ୟରେ ଶତାଧିକ ଉଦ୍ଧାରକାରୀ ଟିମ୍ ନିୟୋଜିତ ଅଛନ୍ତି।
ଆହତଙ୍କ ଚିକିତ୍ସା ପାଇଁ ସର୍ବୋତ୍ତମ ପ୍ରୟାସ କରିବାକୁ ରାଷ୍ଟ୍ରପତି ସି ଜିନପିଙ୍ଗ ଅନୁରୋଧ କରିଛନ୍ତି ଏବଂ ଘଟଣାର ପୁଙ୍ଖାନୁପୁଙ୍ଖ ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଛନ୍ତି।

More Stories
ଆଡଭାନୀଙ୍କୁ ବାସଭବନରେ ସାକ୍ଷାତ କଲେ ମୋଦି, କହିଲେ….
ପଶ୍ଚିମବଙ୍ଗ ରାଜନୀତିରେ ହଲଚଲ: ମିଥୁନ୍ ଚକ୍ରବର୍ତ୍ତୀଙ୍କୁ ମିଳିଲା ବଡ଼ ଦାୟିତ୍ବ, କ୍ୟାବିନେଟ୍….
କାଲି ସକାଳ ୬ରୁ ସନ୍ଧ୍ୟା ୬ ଯାଏ ଓଡ଼ିଶା ବନ୍ଦ, ସହଯୋଗ ପାଇଁ ଆହ୍ୱାନ ଦେଲା…