କଳାହାଣ୍ଡି ଜିଲ୍ଲା ଜିଲ୍ଲା ପରିଷଦ ଅଧ୍ୟକ୍ଷା ତଥା ପୂର୍ବତନ ମନ୍ତ୍ରୀ ଡ଼.ବଳଭଦ୍ର ମାଝୀଙ୍କ ପତ୍ନୀ ଶ୍ରୀମତୀ ମାଝୀଙ୍କ ୫୭ ବର୍ଷ ବୟସରେ ଚିକତ୍ସାଧୀନ ଅବସ୍ଥାରେ ଭୁବନେଶ୍ୱର ସିଟି ଡାକ୍ତରଖାନାରେ ଗୁରୁବାର ବିଳମ୍ବିତ ରାତିରେ ଦେହାନ୍ତ ଘଟିଛି I ଶ୍ରୀମତୀ ମାଝୀ ଦୀର୍ଘ ତିନିମାସ ହେବ ମସ୍ତିଷ୍କ ରକ୍ତସ୍ରାବ ପରେ ପକ୍ଷାଘାତ ରୋଗରେ ପୀଡିତ ହୋଇ ଭୁବନେଶ୍ୱର ଏକ ଘରୋଇ ଡାକ୍ତରଖାନାରେ ଚିକିତ୍ସିତ ହେଉଥିଲେ ଗତକାଲି ତାଙ୍କୁ ଭୁବନେଶ୍ୱର ସ୍ଥିତ ସିଟି ଡାକ୍ତରଖାନକୁ ଆଣି ଚିକିତ୍ସିତ କରାଯାଉଥିବା ସୂଚନା I ତାଙ୍କ ପରଲୋକ ଖବର ଶୁଣି ଜିଲାରେ ଶୋକର ଛାୟା ଖେଳିଯାଇଛି। ଶ୍ରୀମତୀ ୧୯୯୨ ମସିହାରେ ଲାଞ୍ଜିଗଡ଼ ବ୍ଲକ ଛତ୍ରପୁର ପଞ୍ଚାୟତର ସମିତିସଭ୍ୟା ଭାବେ ନିର୍ବାଚିତ ହେବା ସହିତ ନିଜର ରାଜନୈତିକ ଯାତ୍ରାର ଆରମ୍ଭ କରିଥିଲେ। ଏହାପରେ ୨୦୦୨ ମସିହାରେ ତ୍ରିଲୋଚନପୁର ପଞ୍ଚାୟତର ସମିତିସଭ୍ୟା ଭାବେ ନିର୍ବାଚିତ ହେବା ସହିତ ଲାଞ୍ଜିଗଡ଼ ବ୍ଲକର ପ୍ରଥମ ଆଦିବାସୀ ମହିଳା ଅଧ୍ୟକ୍ଷା ହେବାର ଗୌରବ ଲାଭ କରିବା ସହିତ ୨୦୦୦ ରୁ ୨୦୧୨ ପର୍ଯ୍ୟନ୍ତ ଲାଞ୍ଜିଗଡ ବ୍ଲକ ଅଧ୍ୟକ୍ଷା ଭାବେ ଦୁଇ ଦୁଇ ଥର ରହିଥିବା ବେଳେ ୨୦୧୨ରେ କର୍ଲାମୁଣ୍ଡା ବ୍ଲକରୁ ଜିଲ୍ଲା ପରିଷଦ ସଦସ୍ୟ ଭାବେ ନିର୍ବାଚିତ ହୋଇ କଳାହାଣ୍ଡି ଜିଲ୍ଲା ପରିଷଦ ଅଧ୍ୟକ୍ଷା ଭାବେ ୨୦୧୨ ରୁ ୨୦୧୭ ପର୍ଯ୍ୟନ୍ତ କାର୍ଯ୍ୟଭାର ତୁଲାଇଥିଲେ I ୨୦୨୨ରେ କୁମଖାଲ ପଞ୍ଚାୟତର ସମିତି ସଦସ୍ୟା ଭାବେ କାର୍ଯ୍ୟରତ ଥିଲେ। ସ୍ବର୍ଗତା ମାଝୀଙ୍କ ରାଜନୈତିକ ଜୀବନ ଥୂଲା ସଂଗ୍ରାମ ଓ ସେବାର ପ୍ରତୀକ I ତାଙ୍କର ମୃତ୍ୟୁ ସମୟରେ ତାଙ୍କ ପାଖରେ ସ୍ୱାମୀ ଡ଼.ବଳଭଦ୍ର ମାଝୀ, ପୁତ୍ର ଫକୀର ମାଝୀ, ପୁତ୍ରବଧୁ ଓ ସମ୍ପର୍କୀୟ ମାନେ ପାଖରେ ଥିଲେ I ଶ୍ରୀମତୀ ମାଝୀଙ୍କ ଦେହାନ୍ତରେ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି I କଳାହାଣ୍ଡି ଜିଲା ତଥା ଲାଞ୍ଜିଗଡ଼ ବ୍ଲକ ଅଞ୍ଚଳରେ ଜଣେ ଦକ୍ଷ ରାଜନେତ୍ରୀ ଭାବେ ସେ ଜଣାଶୁଣା ଥିଲେ। ତେବେ ସେ ଜଣେ ନିର୍ଭିକ ମହିଳା ଜନପ୍ରତିନିଧୂ ତଥା ଲୋକଙ୍କ ସୁଖଦୁଃଖର ସାଥୀଙ୍କୁ ହରାଇ ଅଞ୍ଚଳବାସୀ ମର୍ମାହତ ହୋଇ ପଡିଛନ୍ତି। ତାଙ୍କ ବିୟୋଗ କଳାହାଣ୍ଡି ଜିଲ୍ଲାର ରାଜନୀତି ଓ ସମାଜସେବା କ୍ଷେତ୍ର ପାଇଁ ଏକ ଅପୂରଣୀୟ କ୍ଷତି ଘଟିଛି I ତାଙ୍କ ବିୟୋଗରେ ଜିଲ୍ଲାବ୍ୟାପି ଶୋକର ଛାୟା ଖେଳି ଯାଇଥିବା ବେଳେ ଜିଲ୍ଲାର ସାଂସଦ, ବିଧାୟକ, ପୂର୍ବତନ ସାଂସଦ ଓ ପୂର୍ବତନ ବିଧାୟକଙ୍କ ସହିତ ବହୁବିଶିଷ୍ଟ ବ୍ୟକ୍ତି ଗଭୀର ଶୋକ ପ୍ରକାଶ କରିଛନ୍ତି। ଶୁକ୍ରବାର ଅପରାହ୍ନରେ ପୁରୀ ସ୍ବର୍ଗଦ୍ୱାରରେ ତାଙ୍କ ଶେଷକୃତ୍ୟ ସମ୍ପନ୍ନ ହୋଇଛି।

More Stories
ଝାଟିଆସାହି-ମଙ୍ଗଳପୁର ରାସ୍ତା ବେହାଲ; ୪୦ ସ୍ଥାନରେ ଖାଲ, ୯ କଲଭର୍ଟ କ୍ଷତିଗ୍ରସ୍ତ, ତୁରନ୍ତ ମରାମତି ଦାବି
ପାଣିରେ ବୁଡ଼ି ଚାଲିଗଲା ନାବାଳିକାର ଜୀବନ
ଚୌଦ୍ୱାର ଜେଲରେ ୫ କଏଦୀ ଏଚଆଇଭି ପଜିଟିଭ ଚିହ୍ନଟ