କଳାହାଣ୍ଡି ପୋଲିସକୁ ମିଳିଛି ଏକ ବଡ଼ ସଫଳତା। ଦୀର୍ଘ ଦିନ ଧରି ଜିଲାର ଗୋଲାମୁଣ୍ଡା, କୋକସରା ଏବଂ କେଗାଁ ଥାନା ଅଞ୍ଚଳରେ ଚୋରି କରି ଆତଙ୍କ ସୃଷ୍ଟି କରୁଥିବା ଏକ ଚୋର ଗ୍ୟାଙ୍ଗର ପର୍ଦ୍ଦାଫାସ କରିଛି। ଏହି ଘଟଣାରେ ଶନିବାର ୪ ଜଣ ଅଭିଯୁକ୍ତଙ୍କୁ ଗିରଫ କରି ଧର୍ମଗଡ଼ କୋର୍ଟ ଚାଲାଣ କରିଛି ପୋଲିସ ।ସେମାନେ ହେଲେ ନୂଆପଡା ଜିଲା ସିନାପାଲି ଥାନା କାପସି ଗ୍ରାମର କେଦାର ନାଥ ଦାସ(୪୬), ବାଗ ବାହାଲ ଗ୍ରାମର ରାକେଶ ବାଗ (୨୪), ନବରଙ୍ଗପୁର ଜିଲା ଡ଼ାବୁଗାଁ ଥାନା ଦଧିଆଗୁଡା ଗ୍ରାମର ଦୁର୍ଯ୍ୟୋଧନ ହରିଜନ(୫୨) ଓ ଗୋଲାମୁଣ୍ଡା ଥାନା ଲିମସେର ଗ୍ରାମର ଝସ କେତନ ମେହେର (୪୫) ବୋଲି ଜଣାପଡିଛି। ପୂର୍ବରୁ ଏହି ମାମଲାରେ ସମ୍ପୃକ୍ତ ଥିବା ଆଉ ଜଣେ ଅଭିଯୁକ୍ତ ରାମ ଶଗଡିଆ ଗିରଫ ହୋଇ ସାରିଛନ୍ତି।
ଅଭିଯୁକ୍ତମାନଙ୍କ ଠାରୁ ୪ଲକ୍ଷ ୪୨ ହଜାର ଟଙ୍କା ଓ ୭୮ ଗ୍ରାମସୁନା ଜବତ କରିଛି । ସେହିପରି ଏହି ଅଭିଯୁକ୍ତଙ୍କ ନାମରେ ଉପରୋକ୍ତ ୩ ଟି ଥାନାରେ ୭ ଟି ମାମଲା ରହିଛି। ଏ ନେଇ ଜୁନାଗଡ଼ ଥାନାରେ ଆୟୋଜିତ ଏକ ଖବରଦାତା ସମ୍ମିଳନୀରେ ଧର୍ମଗଡ଼ ଏସଡିପିଓ ଭର୍ଷିତା ଆଡେପୁ ସୂଚନା ଦେଇଛନ୍ତି। ଏହି ସମୟରେ ଗୋଲାମୁଣ୍ଡା ଆଇଆଇସି ଯଶୋବନ୍ତ ସେଲମା, କୋକସରା ଆଇଆଇସି ସୁଜ୍ଞାନ ବାରିକ ପ୍ରମୁଖ ଉପସ୍ଥିତ ଥିଲେ।

More Stories
ଆଡଭାନୀଙ୍କୁ ବାସଭବନରେ ସାକ୍ଷାତ କଲେ ମୋଦି, କହିଲେ….
ପଶ୍ଚିମବଙ୍ଗ ରାଜନୀତିରେ ହଲଚଲ: ମିଥୁନ୍ ଚକ୍ରବର୍ତ୍ତୀଙ୍କୁ ମିଳିଲା ବଡ଼ ଦାୟିତ୍ବ, କ୍ୟାବିନେଟ୍….
କାଲି ସକାଳ ୬ରୁ ସନ୍ଧ୍ୟା ୬ ଯାଏ ଓଡ଼ିଶା ବନ୍ଦ, ସହଯୋଗ ପାଇଁ ଆହ୍ୱାନ ଦେଲା…