August 19, 2026

Now Odisha

Now Odisha

ବନ୍ୟାଜଳରେ ବୁଲି ସ୍ଥିତି ଅନୁଧ୍ୟାନ କଲେ ମୁଖ୍ୟମନ୍ତ୍ରୀ, ଅଧିକାରୀମାନଙ୍କୁ ଦେଲେ ଏହି ନିର୍ଦ୍ଦେଶ

Spread the love

 ବୈତରଣୀ ନଦୀର ଉପରମୁଣ୍ଡରେ ଲଗାଣ ବର୍ଷା ଯୋଗୁ ଯାଜପୁର ଜିଲାର ଦଶରଥପୁର ବ୍ଲକ ଅଞ୍ଚଳରେ ବନ୍ୟା ସ୍ଥିତି ସଙ୍ଗିନ ହୋଇପଡିଛି । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସୋମବାର ଦଶରଥପୁର ବ୍ଲକର ବିଭିନ୍ନ ବନ୍ୟାଞ୍ଚଳକୁ ମୋଟରଚାଳିତ ବୋଟ୍‌ ଯୋଗେ ପରିଦର୍ଶନରେ ଯାଇ ସ୍ଥିତି ଅନୁଧ୍ୟାନ କରିଛନ୍ତି । ଏହି ବ୍ଲକର ଶତାଧିକ ଗ୍ରାମ ଜଳମଗ୍ନ ହୋଇଥିବାରୁ ଯାତାୟାତ ବାଧାପ୍ରାପ୍ତ ହୋଇଛି। ମୁଖ୍ୟମନ୍ତ୍ରୀ ପୂର୍ବାହ୍ନ ସାଢ଼େ ୧୧ଟା ସମୟରେ ତରପଦା ଓ ରାମଚନ୍ଦ୍ରପୁର ଗ୍ରାମକୁ ପ୍ରାୟ ୩ କି.ମି. ପର୍ଯ୍ୟନ୍ତ ମୋଟରଚାଳିତ ବୋଟ୍‌ ଯୋଗେ ଯାତ୍ରା କରି ବନ୍ୟା ବିପନ୍ନଙ୍କୁ ଭେଟି ଆଲୋଚନା କରିଛନ୍ତି। ବନ୍ୟା ଆଶ୍ରୟସ୍ଥଳ ପରିଦର୍ଶନ ସମୟରେ ମୁଖ୍ୟମନ୍ତ୍ରୀ ରନ୍ଧା ଖାଦ୍ୟର ମାନ ଯାଞ୍ଚ କରିଛନ୍ତି। ଏଥିସହ ବନ୍ୟା ପ୍ରଭାବିତ ପରିବାରଗୁଡ଼ିକୁ ତ୍ୱରିତ ଓ ପର୍ଯ୍ୟାପ୍ତ ରିଲିଫ ସହାୟତା, ନିରାପଦ ପାନୀୟ ଜଳ ଏବଂ ଆବଶ୍ୟକ ସ୍ବାସ୍ଥ୍ୟସେବା ନିରବଚ୍ଛିନ୍ନ ଭାବେ ଯୋଗାଇଦେବାକୁ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।

ଏହାସହ ନଦୀବନ୍ଧର ସୁରକ୍ଷା ଭଳି ବିଭିନ୍ନ ପ୍ରସଙ୍ଗରେ ବନ୍ୟା ବିପନ୍ନ ଓ ଅଧିକାରୀଙ୍କୁ ପଚାରି ବୁଝିଛନ୍ତି। ମୁଖ୍ୟମନ୍ତ୍ରୀ ତରପଦା ପଞ୍ଚାୟତର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସୋମବାର ପୂର୍ବାହ୍ନରେ ବୋଟ୍‌ ଯୋଗେ ଯାଜପୁର ଜିଲା ଦଶରଥପୁର ବ୍ଲକର ବନ୍ୟାଞ୍ଚଳ ପରିଦର୍ଶନ ସମୟରେ ଭାଜପା ଓ ବିଜେଡି କର୍ମୀଙ୍କ ମଧ୍ୟରେ ଉତ୍ତେଜନା ପରିସ୍ଥିତି ସୃଷ୍ଟି ହୋଇଛି। ସୂଚନା ଅନୁସାରେ ମୁଖ୍ୟମନ୍ତ୍ରୀଙ୍କ ଗସ୍ତରେ ଜିଲାର ବିଧାୟକ, ଏମ୍‌ପି, ମନ୍ତ୍ରୀ ଓ ଭାଜପା ନେତୃବୃନ୍ଦ ସାମିଲ ହୋଇଥିଲେ। କିନ୍ତୁ ଯାଜପୁର ବିଧାୟିକା ସୁଜାତା ସାହୁ ଓ ବିଞ୍ଝାରପୁର ବିଧାୟିକା ପ୍ରମିଳା ମଲ୍ଲିକଙ୍କୁ ଏଥିରେ ସାମିଲ କରାଯାଇ ନ ଥିଲା। ଏହାପରେ ବିଧାୟିକା ସୁଜାତା ଓ ପ୍ରମିଳା ତାଙ୍କ ସମର୍ଥକଙ୍କ ସହ ଖୋସାଲପୁର ମୁଖ୍ୟରାସ୍ତା ଉପରେ ବସି ପ୍ରତିବାଦ କରିଥିଲେ। ବନ୍ୟା ସ୍ଥିତି ଅନୁଧ୍ୟାନ ବେଳେ ଅଞ୍ଚଳର ନିର୍ବାଚିତ ଜନପ୍ରତିନିଧିଙ୍କୁ କାହିଁକି ସାମିଲ କରାଗଲା ନାହିଁ ବୋଲି ସେମାନେ ଜବାବ ମାଗିଥିଲେ।

ଏହି ସମୟରେ ମୁଖ୍ୟମନ୍ତ୍ରୀଙ୍କ ଗାଡ଼ି ଫେରୁଥିବା ବେଳେ ପ୍ରତିବାଦକାରୀମାନେ ରାସ୍ତା ଉପରେ ବସି ରହିଥିବାରୁ ଗାଡ଼ି କିଛି ସମୟ ପାଇଁ ଅଟକି ରହିଥିଲା। ପ୍ରାୟ ୨୦ ମିନିଟ ଧରି ଏହି ଘଟଣାକୁ ନେଇ ରାସ୍ତାରେ ଉତ୍ତେଜନା ସ୍ଥିତି ଦେଖାଦେଇଥିଲା। ପ୍ରତିବାଦ ସମୟରେ ବିଜେଡି ଓ ଭାଜପା କର୍ମୀଙ୍କ ମଧ୍ୟରେ ବଚସା ଏବଂ ଧସ୍ତାଧସ୍ତି ଭଳି ସ୍ଥିତି ସୃଷ୍ଟି ହୋଇଥିଲା। ଉତ୍ତେଜନା ବଢ଼ିବାରୁ ପରିସ୍ଥିତିକୁ ନିୟନ୍ତ୍ରଣ କରିବା ପାଇଁ ପ୍ରତିବାଦକାରୀଙ୍କୁ ରାସ୍ତାରୁ ହଟାଯାଇଥିଲା। ପରେ ମୁଖ୍ୟମନ୍ତ୍ରୀଙ୍କ ଗାଡ଼ି ଯାଜପୁର ଅଭିମୁଖେ ଯାଇଥିଲା। ତେବେ ଧାରଣା ବେଳେ ହୋଇଥିବା ଧସ୍ତାଧସ୍ତି ଘଟଣାକୁ ନେଇ ଦଶରଥପୁର ଥାନାରେ ୨ଟି ପୃଥକ୍‌ ଏତଲା ଦାଏର ହୋଇଛି।

error: Content is protected !!