September 11, 2026

Now Odisha

Now Odisha

ଘର ସାମ୍ନାରେ ଯୁବକଙ୍କୁ ଦଳି ଦେଲା ହାତୀ |

Spread the love

କନ୍ଧମାଳ ଜିଲା ଜି.ଉଦୟଗିରି ଓ ଟିକାବାଲି ବ୍ଲକ୍‌ ସୀମାନ୍ତରେ ଜଣେ ଯୁବକଙ୍କୁ ଦନ୍ତାହାଦୀ ଦଳି ଦେଇଛି। ସେ ହେଲେ ପିକରଡ଼ି ପଞ୍ଚାୟତ କାମ୍ବାନାଯୁ ଗ୍ରାମର ପ୍ରାଣେଶ୍ୱର ପ୍ରଧାନ (୫୫)।

ପ୍ରାଣେଶ୍ୱର ପଡ଼ିଶାଙ୍କ ଘରୁ ନିଜ ଘରକୁ ଫେରୁଥିବା ବେଳେ ଘର ସମ୍ମାନାରେ ଦନ୍ତାହାତୀ ଆକ୍ରମଣ କରିଥିଲା। ଫଳରେ ତାଙ୍କର ସେଠାରେ ମୃତ୍ୟୁ ଘଟିଛି। ସେହି ସମୟରେ ପ୍ରବଳ ବର୍ଷା ହେଉଥିବାରୁ ଘଟଣା ସ୍ଥଳରେ କେହି ପହଞ୍ଚି ପାରି ନ ଥିଲେ। ଖବର ପାଇ ବନ ବିଭାଗ ଅଧିକାରୀ ପହଞ୍ଚି ହାତୀକୁ ଜଙ୍ଗଲ ଭିତରକୁ ଘଉଡ଼ାଇବା ପାଇଁ ଚେଷ୍ଟା କରୁଥିବା ସୂଚନା ମିଳିଛି।

ଦନ୍ତାହାତୀ ବୁଡ଼ାମାହା ଓ ଟପରବାଲି ଗ୍ରାମରେ ପଶି କେତେ ଜଣଙ୍କ ଘର ଭାଙ୍ଗିବା ସହ ଗୋଟିଏ ଗାଈକୁ ଆଘାତ କରିଛି। ହାତୀ ଉପଦ୍ରବ ଯୋଗୁ ଅଞ୍ଚଳରେ ଭୟର ବାତାବରଣ ଦେଖା ଦେଇଛି।

error: Content is protected !!