ଥମୁନି ଜନନୀ ଯନ୍ତ୍ରଣା ଆସିଲାନି ଆମ୍ବୁଲାନ୍ସ,କି ଜନନୀ ଏକ୍ସପ୍ରେସ ଟ୍ରଲିରେ ପ୍ରସବ କଲେ ମହିଳା


ନୀଳିଗିରି : ଥମୁନି ଜନନୀ ଯନ୍ତ୍ରଣା। ଆସିଲାନି ଆମ୍ବୁଲାନ୍ସ, କି ଜନନୀ ଏକ୍ସପ୍ରେସ।ଟ୍ରଲିରେ ପ୍ରସବ କଲେ ମହିଳା।ଏଭଳି ଅଭାବନୀୟ ଘଟଣା ଘଟିଛି ବାଲେଶ୍ବର ନୀଳଗିରି ସହରରେ। ସୂଚନା ମୁତାବକ ନୀଳିଗିରି ବ୍ଲକ ସଜନାଗଡ଼ ପଞ୍ଚାୟତ ଡାହିସାହି ଗାଁର ହେମନ୍ତ କୁଅଁରଙ୍କ ସ୍ତ୍ରୀ ଦଶମାସର ଗର୍ଭବତୀ ଥିଲେ। ରାତି ପ୍ରାୟ ୮ଟାରେ ପ୍ରସବ ଯନ୍ତ୍ରଣା ହେବାରୁ ଜନନୀ ଏକ୍ସପ୍ରେସ ଓ ୧୦୮ ଆମ୍ବୁଲାନସକୁ ଯୋଗାଯୋଗ କରାଯାଇଥିଲା।ହେଲେ ଘଣ୍ଟେ ବିଳମ୍ବ ହେବାରୁ ପରିବାର ଲୋକେ ଏକ ଟ୍ରଲିରେ ଗର୍ଭବତୀଙ୍କୁ ମେଡିକାଲ ଆଣୁଥିଲେ। ଅଧାବଟାରେ ଟ୍ରଲି ଉପରେ ସେ ଏକ କନ୍ୟା ସନ୍ତାନକୁ ଜନ୍ମ ଦେଇଥିଲେ। ଏହାପରେ ମାଆ ଓ ଶିଶୁକୁ ନୀଳଗିରି ମେଡିକାଲରେ ଭର୍ତ୍ତି କରାଯାଇଥିଲା। ଉଭୟଙ୍କ ଚିକିତ୍ସା ଜାରି ରହିଛି।


error: Content is protected !!