ସରକାରୀ କର୍ମଚାରୀଙ୍କ ମୃତ୍ୟୁ ପରେ ପତ୍ନୀ ଗ୍ରହଣ କରିଥିବା ପୋଷ୍ୟ ପୁତ୍ରଙ୍କୁ ମିଳିପାରିବ ଅନୁକମ୍ପାମୂଳକ ନିଯୁକ୍ତି


ଓଡ଼ିଶା ହାଇକୋର୍ଟ: ସରକାରୀ କର୍ମଚାରୀଙ୍କ ମୃତ୍ୟୁ ପରେ ପତ୍ନୀ ଗ୍ରହଣ କରିଥିବା ପୋଷ୍ୟ ପୁତ୍ରଙ୍କୁ ମିଳିପାରିବ ଅନୁକମ୍ପାମୂଳକ ନିଯୁକ୍ତି ଓଡ଼ିଶା ହାଇକୋର୍ଟ ଏକ ବଡ଼ ରାୟ ଶୁଣାଇଛନ୍ତି । ଜଣେ ସରକାରୀ କର୍ମଚାରୀଙ୍କ ମୃତ୍ୟୁ ପରେ ତାଙ୍କର ପତ୍ନୀ ପୋଷ୍ୟ ସନ୍ତାନ ଭାବେ ଗ୍ରହଣ କରିଥିବା ପୁଅଙ୍କୁ ମିଳିପାରିବ ଅନୁକମ୍ପାମୂଳକ ନିଯୁକ୍ତି । ମୃତ ସରକାରୀ କର୍ମଚରୀଙ୍କ ପତ୍ନ୍ୟ ପୋଷ୍ୟ ଭାବେ ଗ୍ରହଣ କରିଥିବା ପୁଅଙ୍କୁ ଅନୁକମ୍ପାମୂଳକ ନିଯୁକ୍ତି ସପକ୍ଷରେ ରାଜ୍ୟ ପ୍ରଶାସନିକ ଟ୍ରିବ୍ୟୁନାଲ (ସ୍ୟାଟ) ୨୦୧୫, ସେପ୍ଟେମ୍ବର ୨୯ରେ ପ୍ରଦାନ କରିଥିବା ନିଷ୍ପତ୍ତିକୁ ରାଜ୍ୟ ହାଇକୋର୍ଟ ବଳବତ୍ତରନ ରଖିଛନ୍ତି ।ତେବେ ଏହି ମାମଲାରେ ସ୍ୟାଟ ରାୟ ବିରୋଧରେ ରାଜ୍ୟ ସରକାରଙ୍କ ତରଫରୁ ଦାୟର କରାଯାଇଥିବା ଆବେଦନକୁ ହାଇକୋର୍ଟ ଖାରଜ କରିଦେଇଛନ୍ତି । ବିାରପତି ଡକ୍ଟର ଜଷ୍ଟିସ ବିଦ୍ୟୁତ ରଞ୍ଜନ ଷଡ଼ଙ୍ଗୀ ଓ ଜଷ୍ଟିସ ଗୌରୀ ଶଙ୍କର ଶତପଥୀଙ୍କ ଖଣ୍ଡପୀଠ ଏହି ମାମଲାର ଶୁଣାଣି କରିଥିଲେ । ଏଥିସହିତ ଆସନ୍ତା ୪ ସପ୍ତାହ ମଧ୍ୟରେ ସ୍ୟାଟ ନିର୍ଦ୍ଦେଶ କାର୍ଯ୍ୟକାରୀ କରିବାକୁ ଖଣ୍ଡପୀଠ ନିର୍ଦ୍ଦେଶ ଦେଇଛନ୍ତି । ଓସିଏସ (ଆରଏ) ନିୟମାବଳୀ, ୧୯୯୦ ଅନୁସାରେ ପଞ୍ଜିକୃତ ଦଲିଲ ମାଧ୍ୟମରେ ଆଇନ ଅନୁଯାୟୀ, ପୋଷ୍ୟ ଭାବେ ଗ୍ରହଣ କରାଯାଇଥିବା ପୁଅ ଅନୁକମ୍ପାମୂଳକ ନିଯୁକ୍ତି ପାଇପାରିବେ । ତେବ ସରକାରୀ କର୍ମଚାରୀଙ୍କ ମୃତ୍ୟୁ ପରେ ପଞ୍ଜିକୃତ ହୋଇଥିବା ପୋଷ୍ୟ ସନ୍ତାନଙ୍କ ଦଲିଲକୁ ଅନୁକମ୍ପାମୂଳକ ନିଯୁକ୍ତି ପ୍ରଦାନ ବେଳେ ବିଚାରକୁ ନିଆଯିବ ନାହିଁ । ସାଧାରଣ ପ୍ରଶାସନ ବିଭାଗ ଜାରି କରିଥିବା ୧୯୯୬, ଅକ୍ଟୋବର ୧୦ର ଆଦେଶପତ୍ର ଆଇନ ଅନୁଯାୟୀ ଗ୍ରହଣୀୟ ନୁହେଁ ବୋଲି କୋର୍ଟ କହିବା ସହ ତାହାକୁ ରଦ୍ଦ କରିଦେଇଛନ୍ତି ।


error: Content is protected !!