ପିକ୍ଅପ୍ ଭ୍ୟାନ୍ରେ ବେଆଇନ ଛେଳି ଚାଲାଣ ଘଟଣାରେ ଦେବଗଡ଼ ପୋଲିସ ୩ ଜଣଙ୍କୁ ଗିରଫ କରିଛି। ସେମାନେ ହେଲେ ପିକ୍ଅପ୍ ଭ୍ୟାନ୍ ଚାଳକ ସମ୍ବଲପୁର ଜିଲା ପିଟାନାଳି ଗ୍ରାମର ରାଜେଶ ସାହୁ (୨୪), ବିହାର ରାଜ୍ୟ ବୈଶାଲୀ ଜିଲା ସଦାଇ ଥାନା ଅଞ୍ଚଳର ଏମ୍ଡି ଫିର୍ଦ୍ଦୋଶ ଆଲାମ(୩୩) ଓ ସମ୍ବଲପୁର ଜିଲା ରେଢ଼ାଖୋଲ ଥାନା ଅଧୀନ ଗଣେଶ ନଗରର ଏମ୍ଡି ଦୀପାଂଶୁ (୨୮)। ଏଥିସହ ଉକ୍ତ ପିକ୍ଅପ୍ ଭ୍ୟାନ୍ରେ ଥିବା ୭୫ଟି ଛେଳି ଉଦ୍ଧାର କରାଯାଇଛି। ସୂଚନା ଅନୁଯାୟୀ, ବୁଧବାର ବିଳମ୍ବିତ ରାତିରେ ଏକ ପିକ୍ଅପ୍ ଭ୍ୟାନ୍(ନଂ.ଓଡି୦୨ସିକେ-୬୯୫୬) ବଳମ ପଟୁ ରିଆମାଳ ଅଭିମୁଖେ ଯାଉଥିବାବେଳେ ପାଟ୍ରୋଲିଂ କରୁଥିବା ପୋଲିସ ମୋହିନୀପୁର ଗ୍ରାମ ନିକଟରେ ଅଟକାଇଥିଲା। ତୁରନ୍ତ ଗାଡ଼ି ଯାଞ୍ଚ ସମୟରେ ମୋଟ ୭୫ଟି ଛେଳି ସେଥିରେ ରହିଥିବା ଜଣାପଡିଥିଲା। ଗାଡ଼ିରେ ଥିବା ଅଭିଯୁକ୍ତମାନଙ୍କୁ ପଚରାଉଚରା କରିବାରୁ ସେମାନେ ଉପରୋକ୍ତ ୭୫ଟି ଛେଳି ମଧ୍ୟରୁ ୪୭ଟି ଛେଳି ବାବଦୀୟ କୌଣସି ବୈଧ କାଗଜପତ୍ର ଦେଖାଇପାରି ନଥିଲେ। ଅନ୍ୟପକ୍ଷରେ ଗୋଟିଏ ଗାଡ଼ିରେ ଦୟନୀୟ ଭାବେ ଏତେ ସଂଖ୍ୟକ ଛେଳି ଚାଲାଣ କରାଯାଉଥିବାରୁ ପୋଲିସ ଉକ୍ତ ଗାଡ଼ି ସହ ଛେଳିକୁ ଜବତ କରି ତଦନ୍ତ ଚଳାଇଛି।

More Stories
ନକଲି ଫେସ୍ବୁକ୍ ଆଇଡିରେ ଠକି ନେଇଥିଲେ ୨୫ ଲକ୍ଷ ଟଙ୍କା, ୩ ଭଉଣୀଭାଇଙ୍କୁ ବାନ୍ଧିଲା ସାଇବର ପୋଲିସ
ପାସପୋର୍ଟ ନିୟମରେ ବଡ଼ ପରିବର୍ତ୍ତନ
ନାମାଙ୍କନ ପ୍ରତ୍ୟାହାର କଲେ ମମତାଙ୍କ ପ୍ରାର୍ଥୀ: ଦିଦି କଲେ ବଡ଼ ଘୋଷଣା