ଏସିଆର ପ୍ରଥମ ଦେଶ ଭାବେ ଡେଭିସ କପ୍ ଫାଇନାଲ-୮ରେ ପ୍ରବେଶ ପାଇଁ ମିଳିଥିବା ଏକ ଐତିହାସିକ ସୁଯୋଗକୁ ହରାଇଛି ଭାରତ। ଅନୁଷ୍ଠିତ କ୍ୱାଲିଫାୟର-୨ରେ କୋରିଆ ଭାରତକୁ ୩-୧ରେ ହରାଇ ଦେଇଛି।
ଦକ୍ଷିଣେଶ୍ୱର ସୁରେଶ ଓ ଏନ୍. ଶ୍ରୀରାମ ବାଲାଜୀ ଡବଲ୍ସରେ ବିଜୟ ହାସଲ କରି ଭାରତ ପାଇଁ ଆଶା ସଞ୍ଚାର କରିଥିଲେ। ମାତ୍ର ରିଜର୍ଭ ସିଙ୍ଗଲ୍ସରେ ସୁମିତ ନାଗାଲ କୋରିଆର ନମ୍ବର-୧ ଖେଳାଳି ସୁନ୍ଉ କୋନ୍ଙ୍କଠାରୁ ୧-୬, ୨-୬ରେ ହାରିଯିବାରୁ ଭାରତ ପାଇଁ ରାସ୍ତା ବନ୍ଦ ହୋଇଯାଇଥିଲା।
କୋରିଆର ଏହି ବିଜୟ ଦ୍ୱାରା ପ୍ରଥମ ଏସୀୟ ଦେଶ ଭାବେ ଡେଭିସ କପ୍ ନକ୍ଆଉଟ ପର୍ଯ୍ୟାୟକୁ ଉନ୍ନୀତ ହୋଇଛି। କୋରିଆନ ଟେନିସ ପାଇଁ ଏହାକୁ ଏକ ଐତିହାସିକ ବ୍ରେକ୍ ଥ୍ରୁ ବୋଲି କୁହାଯାଉଛି। ପ୍ରତିଯୋଗିତାରେ ଭାରତର ଅଭିଯାନ ଉତ୍ସାହଜନକ ଥିଲା। ଚଳିତବର୍ଷ ପ୍ରାରମ୍ଭରେ ନେଦରଲାଣ୍ଡ୍ସକୁ ହରାଇ ଦେଇଥିଲା। ସିଓଲରେ ଦଳ ପାଇଁ ଏକ ସୁଯୋଗ ଥିଲା। ମାତ୍ର ଦଳ ଉଭୟ ଓପନିଂ ସିଙ୍ଗଲ୍ସ ହାରିଯାଇଥିଲା। ପରେ ଡବଲ୍ସରେ ବିଜୟ ଲାଭ କରି ପ୍ରତ୍ୟାବର୍ତ୍ତନ କରିଥିଲା। ଭାରତ ବର୍ତ୍ତମାନ ୨୦୨୭ କ୍ୱାଲିଫାୟର ରାଉଣ୍ଡ-୧କୁ ଫେରିଯାଇଛି।

More Stories
IASସ୍ତରରେ ବଡ଼ ଧରଣର ଅଦଳବଦଳ କଲେ ରାଜ୍ୟ ସରକାର
ନିର୍ବାଚନ ଆୟୋଗଙ୍କ ନିଷ୍ପତ୍ତିକୁ ଚ୍ୟାଲେଞ୍ଜ, ସୁପ୍ରିମ୍ କୋର୍ଟଙ୍କ ଦ୍ୱାରସ୍ଥ ହେଲେ ମମତା ବାନାର୍ଜୀ
ଇଣ୍ଡୋନେସିଆକୁ ମିଳିଲା ପ୍ରଥମ ଏୟାରକ୍ରାଫ୍ଟ କ୍ୟାରିୟର